ଜିଲ୍ଲା ପରିକ୍ରମା

ମାଲକାନଗିରିରେ ୧୬ତମ ସାକ୍ଷରତା କାର୍ଯ୍ୟକ୍ରମ : ୧୦୮ଟି କେନ୍ଦ୍ରରେ ୨୩୮୯ ଜଣ ପରୀକ୍ଷା ଦେଲେ

ମାଲକାନଗିର.୨୬ା୩   (ଓଡିଆ ପୁଅ ) ଭାରତ ସରକାରଙ୍କ ମାନବ ସମ୍ବଳବିକାଶ ମନ୍ତ୍ରାଳୟ ଓ ଜିଲ୍ଲା ସାକ୍ଷରତା ସମତି ପକ୍ଷରୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାରେ ୧୬ତମ ସାକ୍ଷରତା କାର୍ଯ୍ୟକ୍ରମରେ ୨୩୮୯ ପରୀକ୍ଷାର୍ଥୀ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ପାଠପଢିନଥିବା , ଅଧାପାଠ ପଢି ଛାଡିଦେଇଥିବା, ସାଧନା କେନ୍ଦ୍ରରେ ପାଠପଢୁଥିବା ଥିବା ୧୫ବର୍ଷରୁ ଉର୍ଦ୍ଦ ମହିଳା ଓ ପୁରୁଷ ମାନଙ୍କୁ ଶିକ୍ଷିତ କରିବା ଉଦେଶ୍ୟରେ ମାଲକାନଗିରି ଜିଲ୍ଲାରେ ଏହି ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।୧୬ତମ ସାକ୍ଷରତା ପରୀକ୍ଷାରେ ଜିଲ୍ଲାର ୧୧୧ଟି ଗ୍ରାମପଚାଂୟତର ୧୦୮ଟି ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇ ସେଥିରେ ୨୩୮୯ଜଣ ପୁରୁଷ ଓ ମହିଳା ମାନେ ପରୀକ୍ଷା ଦେଇଥିଲେ । ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ(ଭା.ପ୍ର.ସେ) ଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ପିଡି ଡିଆରଡିଏ ପରାଗହର୍ଷଦ ଗୋଭାଲି(ଭା.ପ୍ର.ସେ),ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ,ବିଜ୍ଞାନପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ଜାତୀୟମୁକ୍ତ ବିଦ୍ୟାଳୟ ଅନୁଷ୍ଟାନର ସ୍ୱତନ୍ତ୍ର ଅଧିକାରୀ ଅଧ୍ୟାପକ ରଂଜନକୁମାର ସ୍ୱାଇଁ ପ୍ରମୁଖ ପରିଚାଳନା ଦାଇତ୍ୱରେ ରହି ପରୀକ୍ଷା କେନ୍ଦ୍ରଗୁଡିକୁ ପରିଦର୍ଶନ କରି ସାକ୍ଷରତା ପରୀକ୍ଷାକୁ ସୁପରିଚାଳନା କରିଥିଲେ । କଥାରେ ଅଛି ଛତୁଫୁଟା କାଠ ,ନିଶ ଉଠାପାଠ, କାଠରେ ଛତୁଫୁଟିଗଲେ ତାହା ଅଦରକାରି ହୋଇଯାଇଥାଏ । ଠିକ ସେହିପରି ପୁରୁଷ ଲୋକର ନିଶଉଠିଲା ପରେ ସେ ପାଠ ପଢିଲେ କିଛି କାମରେ ଲାଗେ ନାହିଁ ବୋଲି ବୁଢା ବୁଢି ମାନେ କହିଥାନ୍ତି । ସେ ପରୁଣା ଯୁଗର ପ୍ରବାଦ ଏବେ ଆଧୁନିକ ଯୁଗରେ କାମଦେଉ ନାହିଁ , ଯୁଗ ବଦଳି ଯାଇଛି । ନିରକ୍ଷର ଥିବା ବୟସ୍କ ବ୍ୟକ୍ତି ମାନେ ଏବେ ନାତି ନାତୁଣି ମାନଙ୍କ ସାଙ୍ଗରେ ପାଠପଢୁଛନ୍ତି । ପାଠ ଦୁଇ ଅକ୍ଷର ଜାଣି ସାକ୍ଷର ହେବା ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମହିଳା ଓ ପୁରୁଷ ମାନେ ଆଗ୍ରହ ସହକାରେ ଏହି ସାକ୍ଷରତା କାର୍ଯ୍ୟକ୍ରମରେ ଭାଗନେଇ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷାରେ ଦେଇଛନ୍ତି ,

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top