ମାଲକାନଗିରିରେ ରାଷ୍ଠ୍ରୀୟ ନବବର୍ଷ ଆଡମ୍ବର ସହକାରେ ପାଳିତ

ମାଲକାନଗିରି,୧୮ା ୩ (ଓଡିଆ ପୁଅ ) ପବିତ୍ର ଚୈତ୍ର ଶୁକ୍ଲ ପ୍ରତିପାଦ ଅବସରରେ ସୃଷ୍ଟିର ସର୍ଜନା ଦିବସ ଓ କାଳ ଗଣନା ଅନୁ ଯାଇ ହିନ୍ଦୁସଂପ୍ରଦାୟର ଲୋକେ ନବବର୍ଷ ପାଳନ କରିଥାନ୍ତି । ଏଥିରୁ ବାଦ ପଡିନାହିଁ  ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା , ଜିଲ୍ଲାର କାଲିମେଳା,ପଡିଆ,ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି,କୋରକୁଣ୍ଡା, ମାଲକାନଗିରି ସାତଟି ଯାକବ୍ଲକରେ ଆଡମ୍ବର ସହକାରେ ରଷ୍ଟ୍ରୀୟନବ ବର୍ଷପାଳିତ ହୋଇଯାଇଛି । ବିଭିନ୍ନ  ଗ୍ରାମଗୁଡିକରେ ମହିଳାମାନେ ଦାଣ୍ଡଦୁଆରେ ଚିତା, ଝୁଟୀ,ମରୁଜ ଓ ରଙ୍ଗୋଲିରେ ସଜାଇବାସହିତ ପୂର୍ଣ୍ଣକୁମ୍ଭ ସ୍ଥାପନ କରି  ସଙ୍ଖନାଦ ସହିତ ହୁଳହୋଳିପକାଇ ଏହି ନବବର୍ଷକୁ ସ୍ୱାଗତ କରିଥିଲେ । ବିଶେଷ କରି ପଦ୍ମଗିରି ଠାରେ ରାଷ୍ଠ୍ରୀୟ ସ୍ୱୟଂସେବ ସଂଘ ପକ୍ଷରୁ ହିନ୍ଦୁନବ ବର୍ଷ ପାଳନ କରାଯାଇଥିଲା, ଏହି ଅବସରରେ ରଷ୍ଠ୍ରୀୟ ସ୍ୱୟଂସେବକ ସଂଘର ଉତ୍କଳପଶ୍ଚିମ ପ୍ରାନ୍ତ କାର୍ଯ୍ୟକାରିଣି ସଦସ୍ୟ ଜଗଦିସପ୍ରସାଦ ଖାଡଙ୍ଗା,ସୁନାଧର ମାଡକାମି,ନିଲମପଡିଆମି, ଅର୍ଜୁନମାଡକାମି,ନୀରାକବାସି, ଧନବଂଜରା, ରବିନ୍ଦ୍ରରାଏ,କାର୍ତିକ ଚନ୍ଦ୍ର ନାୟକ,ପରିତୋଷସରକାର, ଦିବାକରପଡିଆମି,ସମାରୁ ପଡିଆମି,ପ୍ରମୁଖ ଯୋଗଦେଇ ପବିତ୍ର ରାଷ୍ଠ୍ରୀୟ ନବବର୍ଷର ମହତ୍ୱ,ହିନ୍ଦୁମାନେ ନିଜ ଧର୍ମ-ସଂସ୍କୃତିର ପାଳନ ଓ କିପରି ସଂରକ୍ଷଣ କରି ବିଶ୍ୱଦରବାରରେ ହିନ୍ଧୁତ୍ୱର ଟେକରଖିବେ ସେନେଇ କହିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ହିନ୍ଦୁସଂପ୍ରଦାୟର ମହିଳା ଓ ପୁରଷ ମାନେ ଯୋଗଦେଇ ନିଜ ନିଜ ମଧ୍ୟରେ ପବିତ୍ର ହିନ୍ଦୁନବବର୍ଷର ଶୁଭେଚ୍ଛା ଜଣାଇ ବିଭିନ୍ନ ଦେବା ଦେବିଙ୍କ ପିଠରେ ପୂଜାଅର୍ଚ୍ଚନାକରିଥିଲେ । ଠିକ ସେହିପରି ପଡିଆ,ଝରାପଲି,ତଙ୍ଗପାଲି, ଏମଭି୭୯,ଚିତ୍ରକୋଣ୍ଡା, ବାଲିମେଳା, କିଚପାଲି ବିଭିନ୍ନ ସ୍ଥାନରେ ହିନ୍ଦୁନବବର୍ଷ ପାଳିତ ହୋଇ ଯାଇଛି ।

 

Leave a Reply

Your email address will not be published. Required fields are marked *