ଜିଲ୍ଲା ପରିକ୍ରମା

ମାଲକାନଗିରିରେ ମା ଦଣ୍ଡକାଳି ଙ୍କ ଘଟ ଯାତ୍ରା ଆରମ୍ଭ

ମାଲକାନଗିରି,୬ା୪(ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ମା ଦଣ୍ଡକାଳୀ ଙ୍କ ଘଟ ଯାତ୍ରା ଆରମ୍ଭ ହୋଇ ଯାଇଛି । ମାଲକାନଗିରି ସହର ପ୍ରବେଶଦ୍ୱାରରେ ଥିବା ମା ଦଣ୍ଡକାଳିଙ୍କ ମନ୍ଦିରରେ ଆଡମ୍ବର ସହକାରେ ମା ଙ୍କ ଘଟ ଯାତ୍ରା ଉତ୍ସବ ଆରମ୍ଭ ହୋଇ ଯାଇଛି ,ପ୍ରଥମ ଦିବସରେ ନାମ ସଂକିର୍ତନ, ନରନାରୟଣ ସେବା ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରା ଯାଇଥିଲା । ମା ଙ୍କ ମନ୍ଦିରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଲାଗିଥିଲା, ପୁଜା ପାଠ ଓ ହୋମ ଯଜ୍ଞ ହୋଇଥିଲା,ଭକ୍ତମାନଙ୍କ ପାଇଁ ଭୋଗ ଓ ଅର୍ନପ୍ରସାଦର ବ୍ୟବସ୍ଥା କରା ଯାଇଥିଲା । ଦ୍ୱିତାୟ ଦିନରେ ମା ଦଣ୍ଡକାଳୀ ଙ୍କ  ମନ୍ଦିରରୁ ଚୈତ୍ର ଘଟଯାତ୍ରା ଆରମ୍ଭ ହୋଇ ମାଙ୍କ ଘଟ ସୋଭାଯାତ୍ରା ବସ ଷ୍ଟାଣ୍ଡ ଠାରୁ ବାହାରି ତଳସାହି, ଦୁର୍ଗାଗୁଡିସାହି ହୋଇ ୧୧୯କଲୋନି, ଗାୟତ୍ରୀ ମନ୍ଦିର, ରିକ୍ଲାମେସନକଲୋନି, ଚାଲାଣଗୁଡା ଆଲୁରମୁଠା ଠାରେ ଥିବା ମା ମାଉଲିମା ମନ୍ଦିର ଠାରୁ ସୋଭାଯାତ୍ରାରେ ବାହାରି ଚାଲାଣଗୁଡା ଠାରେ ପୁଜାପାଇ  ରାତ୍ରରହଣି କରି ଥିଲେ । ଏହି ଘଟ ଯାତ୍ରା ଦଳ ନବରଙ୍ଗପୁର, କୋରାପୁଟ,କଳାହାଣ୍ଡି ଜିଲ୍ଲାଭ୍ରମଣ କରି ମାଲକାନଗିରି ଠାରେ ଥିବା ମା ଦଣ୍ଡକାଳି ମନ୍ଦୀରରେ ଆସନ୍ତା ୧୨ତାରିଖରେ ପହଁଚିବା ପରେ ମା ଙ୍କ ପିଠରେ ପଣାସଂକ୍ରାନ୍ତୀ ଯାତ୍ରା ଧୁମଧାମ ସହକାରେ ପାଳନ ହେବ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top