ମାଲକାନଗିରିରେ ବିଶ୍ୱରକ୍ତ ଦାତା ଦିବସ ପାଳନ ଓ ରକ୍ତଦାତା ଙ୍କୁ ପୁରସ୍କାର

ମାଲକାନଗିରି,୧୪ା୬(ଓଡିଆ ପୁଅ ) ମାଲକାନଗିରି ଯୁବରେଡକ୍ରସ ସଂସ୍ଥା ପକ୍ଷରୁ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ତାଲିମ କେନ୍ଦ୍ର ପରିସରରେ ଅଧ୍ୟାପକ ରଂଜନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବିଶ୍ୱରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ଲିଙ୍ଗରାଜପଣ୍ଡା,ମୁଖ୍ୟବକ୍ତା ଭାବେ ଏସଡିପିଓ ବିବେକ ଶ୍ରବଣ ଯୋଗଦେଇ  ନୋବେଲ ବିଜେତା କାର୍ଲଲାଣ୍ଡଷ୍ଟେନାରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଉଦଘାଟନକରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସହକାରି ଜିଲ୍ଲାପାଳ ପ୍ରମୋଦକୁମାର ବେହେରା,ଶିକ୍ଷାବିତ ପ୍ରକାଶଚନ୍ଦ୍ର ପଟନାୟକ, ରେଡକ୍ରସ ସଂସ୍ଥାର ଆଜିବନ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ,ସମାଜେସେବୀ ରକ୍ତଦାତା ଜି.ଶ୍ରୀନିବାସ ରାଓ,କେଶବ ଚନ୍ଦ୍ରନାୟକ,ଅଧ୍ୟାପକ ଅଶୋକକୁମାର ସଡଙ୍ଗି ପ୍ରମୁଖ ଯୋଗଦେଇ ରକ୍ତଦାନ ଏକ ମହତ ଦାନ,ଏହା ଦ୍ୱାରା ଅନ୍ୟର ଜୀବନବଚାଂଇ ନିଜେ ଧନ୍ୟହେବା । ୧୮ବର୍ଷରୁ ଉର୍ଦ୍ଦ ଛାତ୍ରଛାତ୍ରୀ ନିଜ ନିଜର ବ୍ଲଡଗୃପ ଜାଣିବା ଦରକାର,ସାଧାରଣ ପୁରଷ ଲୋକଟିଏ ବର୍ଷକୁ ତିନିଥର ରକ୍ତଦାନ ଓ ମହିଳା ମାନେ ବର୍ଷକୁ ଦୁଇଥର ରକ୍ତଦାନକରିବା ଆବଶ୍ୟକ, ଏହାଦ୍ୱାରା ମନ ଓ ଶରୀର ସୁସ୍ଥରହିବ ବୋଲି ମଚାଂସିନଅତିଥି ମାନେ କହିଥିଲେ । ଏହି ଅବସରରେ ଜିଲ୍ଲାର ଶ୍ରେଷ୍ଟ ରକ୍ତଦାତା ଭାବେ ଜି.ଶ୍ରୀନିବସ ରାଓଙ୍କୁ ମୁଖ୍ୟଅତିଥି ଉପଜିଲ୍ଲାପାଳ ସମ୍ମାନିତ କରିଥିଲେ । ପ୍ରଥମେ କ୍ୟୁସ ସଂସ୍ଥାର ଛାତ୍ରୀ ମାନେ ବନ୍ଦେଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । ଶେଷରେ ଡି.ଡି.ୟୁ, କ୍ୟୁସ କ୍ରପ ଲିମିଟେଡ ସଂସ୍ଥାର କେନ୍ଦ୍ରପରିଚାଳକ ଅଜିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କ୍ୟୁସ କ୍ରପ ଲିମିଟେଡ ସଂସ୍ଥାର ତାଲିମ ଦାତା ମୃତ୍ୟୁଜଂୟ ସତପଥୀ,ସୁବାଶଚନ୍ଦ୍ର ବେହେରା, ଉପେନ୍ଦ୍ର କୁମାର ବାରିକ,ଜି.ପ୍ରୀୟା କୁମାରୀ,ନିଳାମ୍ବର ବିଶୋୟୀ,ରାଜେଶ ଦେଓ,ପ୍ରୀୟମ୍ବତା ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସଭାରେ ଡିଡିୟୁ ସଂସ୍ଥାର ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ସେମାନଙ୍କର ମତ ଉସ୍ଥାପନା କରି ସମସ୍ତେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ସପଥ ନେଇଥିଲେ ।

 

Leave a Reply

Your email address will not be published. Required fields are marked *