ଓଡ଼ିଶା

ମାଲକାନଗିରିରେ ବାହୁଡା ଯାତ୍ରା, ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କଲେ ଚତୁର୍ଦ୍ଧାମୂର୍ତ୍ତି

ମାଲକାନଗିରି, ୨୨ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ଅଚଂଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା ଯାତ୍ରା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ମାଉସୀ ମା’ ମନ୍ଦିର ଆଡପମଣ୍ଡପରେ ସକାଳେ ଠାକୁରଙ୍କ ନୀତିରୀତି ଓ ଅନ୍ନ ଭୋଗ ସରିବା ପରେ ଶ୍ରୀଜିଉଙ୍କ ଅପରାହ୍ନରେ ଘଣ୍ଟ, ଶଙ୍ଖ, କାହାଳୀ, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥ ଉପରକୁ ନେବାପରେ ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ ରାଜ ପଗଡି ପିନ୍ଧି ହାତରେ ସୁନାଝାଡୁ ଧରି ଛେରାପହଁରା କରିଥିଲେ।

ଛେରାପହଁରା ପରେ ରଥାରୁଡ ଶ୍ରୀଜିଉଙ୍କୁ ରାଜ ପୌରହିତ ବିନାୟକ ଶତପଥି ଓ ମୁଖ୍ୟ ପୂଜକ ଗୁପ୍ତ ପ୍ରସାଦ ପଣ୍ଡା, କୃଷ୍ଣଚନ୍ଦ୍ର ନନ୍ଦ ଓ ସେବାୟତମାନେ ଠାକୁରଙ୍କ ନିକଟରେ ରାଜଭୋଗ ଲଗାଇବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଆଳତୀ କରାଯାଇଥିଲା। ଶ୍ରୀଜିଉଙ୍କ ପୂଜା ରୀତି ନୀତି ସରିବା ପରେ ଗାଁ ପୂଜାରୀ ଡାହୁକ ତ୍ରୀନାଥପୂଜାରୀ କାହାଳୀ ବଜାଇ ରଥ ଟାଣିବା ପାଇଁ ଡାକ ପକାଇବା ପରେ ଭକ୍ତମାନେ ଶ୍ରୀ ମନ୍ଦିର ନିକଟକୁ ରଥ ଟାଣି ନେଇଥିଲେ। ରଥ ଯାତ୍ରା ପୂଜା କମଟିର ତହସିଲଦାର ପ୍ରୀତା କୁମାର ଓ ସଦସ୍ୟ ଆନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଏହି ରଥ ଯାତ୍ରାରେ ଉପସ୍ଥିତ ରହିଥିଲେ। ଶାନ୍ତି ଶୁଙ୍ଖଳା ରକ୍ଷାପାଇଁ ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀଙ୍କ ନେତୃତ୍ୱରେ ପୁଲିସ ବାହିନୀ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ସୂଚନାଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରବଚନ, ପୂଜାକମିଟି ଜୟବଜରଙ୍ଗ ଦଳପକ୍ଷରୁ କୀର୍ତ୍ତନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା, ମାଉସୀ ମା’ ମନ୍ଦିର ନିକଟରେ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ମିଷ୍ଟାନ୍ନ ଆରିଷା, କାକରା, ଛେନା ଗଜା, ମାଲପୁଆ, ରଶାବୋଳୀ, ଖୀରା, ଗଜା, ବାଲଶା ନାନାପ୍ରକାର ମିଷ୍ଟାନ ଭୋଗ ପୂଜାକମିଟି ଓ କ୍ଲବ ପକ୍ଷରୁ ବିକ୍ରୀ ର ବ୍ୟବସ୍ଥା ହୋଇଥିଲା, ଭକ୍ତମାନେ ଶ୍ରୀଜିଉଙ୍କ ପ୍ରୀୟ ମିଷ୍ଟାନ ଭୋଗ ଗୋଟିଏ ସ୍ଥାନରେ ପାଇ ଆନନ୍ଦର ସହିତ ନେବାପାଇଁ ଭିଡ ଜମାଇଥିଲେ।

ଏହି ବାହୁଡା ଯାତ୍ରା ଦେଖିବା ଲାଗି ମାଲକାନଗିରି ଜିଲ୍ଲା ଓ ପଡୋଶି ରାଜ୍ୟ ଛତିଶଗଡ, ଆନ୍ଦ୍ରପ୍ରଦେଶରୁ ଶହସ୍ରାଧିକ ସଂଖ୍ୟାରେ ଭକ୍ତ ମାନଙ୍କ ଭିଡଲାଗିଥିଲା, ବିଶେଷ କରି ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଦିବାସୀ ଗ୍ରାମରୁ ଶହଶହ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରଷ ମାନେ ଯୋଗଦେଇ ରଥ ଦୌଡା ଧରି ରଥଟାଣିଥିଲେ। ଅନୁରୁପ ଜିଲ୍ଲା ବନ ବିଭାଗ ପକ୍ଷରୁ ମଧ୍ୟ ବାହୁଡା ଯାତ୍ରାର ଆୟୋଜନ କରାଯାଇଥିଲା।ବିଶେଷ କରି ଆନ୍ଧ୍ର ଓଡିଶା ଛତିଶଗଡ ସିମାନ୍ତ ମୋଟୁ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଓ ପଡିଆ ଠାରେ ପବିତ୍ର ବାହୁଡା ଯାତ୍ରା ପାଳିତ ହୋଇଛି, ଏହି ଦୁଇଟି ସ୍ଥାନରେ ସର୍ବଧର୍ମ ଭାଇଚାରା ର ପ୍ରତିକ ହିନ୍ଦୁ ମାନଙ୍କ ସହିତ ମୁଲମାନ ଓ ଖ୍ରୀଷ୍ଟଧର୍ମର ଲୋକମାନେ ମିଳିତ ଭାବେ ରଥ ଟାଣିବାହୁଡା ଯାତ୍ରା ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top