ମାଲକାନଗିରିରେ ବନ୍ୟା ପରିସ୍ଥିତି କେଉଁଥିପାଇଁ ?

ଭୁବନେଶ୍ୱର ୨୧-୮ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଦଳ ମାଲକାନଗିରି ଯାଇ ଅନୁଧ୍ୟାନ କରିବା ପରେ ଜଣାପଡିବଯେ, କେତେ ପରିମାଣରେ ବର୍ଷା ହୋଇଛି। ପ୍ରାୟତଃ ପାହାଡ଼ିଆ ଅଞ୍ଚଳରେ ବର୍ଷା ହେଲେ ଦ୍ରୁତଗତିରେ ପାଣି ତଳକୁ ଗଡ଼ିଥାଏ। ଆନ୍ଧ୍ରରେ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବ ବୋଲି ପୂର୍ବରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦଳ ପକ୍ଷରୁ ଏକ ସ୍ମାରକପତ୍ର ଜରିଆରେ ଅବଗତ କରାଯାଇଥିଲା। ପାହାଡ଼ରୁ ଗଡ଼ୁଥିବା ପାଣି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି କିମ୍ବା ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ରାଜ୍ୟର ବିଶେଷଜ୍ଞ ଦଳ ରିପୋର୍ଟ ଦେଲା ପରେ ତାହା ଜଣାପଡିବ ବୋଲି ଶ୍ରୀ ଦେବ କହିଛନ୍ତି।

Leave a Reply

Your email address will not be published. Required fields are marked *