ମାଲକାନଗିରିରେ ନବପ୍ରଭାତ ଅନାଥ ଛାତ୍ର ଛାତ୍ରୀ ଓ କ୍ରୀଡାଛାତ୍ର ଛାତ୍ରୀ ଭିନ୍ନଶୈଳିରେ ପାଳିଲେ ହୋଲି ଉତ୍ସବ

 

ମାଲକାନଗିରି, ୩ା୩ (ଓଡିଆ ପୁଅ ) ପବିତ୍ର ହୋଲି ଉତ୍ସବ ଅବସରରେ ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ନବପ୍ରଭାତର ଶତାଧିକ ଅନାଥ ଛାତ୍ର ଛାତ୍ରୀମାନେ ଭିନ୍ନ ଶୈଳିରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ହୋଲି ଉତ୍ସବ ମନାଇଛନ୍ତି। ଛାତ୍ର ଛାତ୍ରୀ ମାନେ ଆଡମ୍ବର ସହକାରେ ବାଦ୍ୟ ଓ ନୃତ୍ୟ ର ତାଳେ ହୋଲି ଉତ୍ସବକୁ ପାଳନ କରିଛନ୍ତି। ମାଲ୍ୟବନ୍ତ ଛାତ୍ରବାସରେ ରାସାୟନିକ ରଙ୍ଗର କୁପ୍ରଭାବ ଓ ତାର ପରିଣତି ସଂପର୍କରେ ଏକ ଜନ ସେଚତନାତାର ବାର୍ତ୍ତା କୁ ଜୈବିକ, ହର୍ବାଲ ରଙ୍ଗ ଅଭିରରେ ସଜାଇ ଯାଇଥିଲା। ଏହି ବୃତ ଚାରିକଡରେ ଛାତ୍ରଛାତ୍ରୀ ମାନେ ହାତରେ ନାଲି, ନେଳି, ବଇିଗଣି, ସବୁଜ, ହଳଦିଆ ସାତ ପ୍ରକାର ରଙ୍ଗ ଅଭିର ଧରି ନିରକ୍ଷରତାର ଅଜ୍ଞାନ ଅନ୍ଧାରକୁ ସାମନାକରି ଆଲୋକର ବର୍ତିକା ଦେଖାଇ ସମସ୍ଥଙ୍କ ମଧ୍ୟରେ ସାକ୍ଷରତା, ଆତ୍ମବିଶ୍ୱାସ, ଶାନ୍ତୀ, ମୈତ୍ରୀ ଓ ଭାଇଚାରା ର ବାର୍ତ୍ତା ଦେଇଥିଲେ।

ଛାତ୍ର ଛାତ୍ରୀ ମାନେ କେମିକାଲ ରଙ୍ଗ, ଚାଇନା ନିର୍ମିତ ପିଚକାର ବର୍ଜନ କରି କେବଳ ଦେଶିୟ, ଜୈବିକ, ହର୍ବାଲ ରଙ୍ଗ ଓ ଅଭିରରେ ନିଜ ନିଜ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ହୋଲି ଖେଳିଥିଲେ। ଏହି ନବପ୍ରଭାତର ଅନାଥ ଛାତ୍ର ଛାତ୍ରୀ ମାନଙ୍କ ସହିତ ହୋଲି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ, ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ, ଜିଲ୍ଲାମଙ୍ଗଳ ଅଧିକାରି ପିତାମ୍ବର ନାୟକ, ଏପିଡି ମାନସ ମିଶ୍ର, ୟୁନିସେଫ ଜିଲ୍ଲା ସଂଯୋଜକ ପ୍ରକାଶଚନ୍ଦ୍ର ବାରିକ, ଚିତ୍ରକୋଣ୍ଡା ତହସିଲଦାର ଫାଲଗୁନି ମାଝୀ, ସହକାରି ଜିଲ୍ଲାପାଳ ରାମପ୍ରସାଦ ନାୟକ, ସହକାରି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ସାହିତ୍ୟଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ, ସହକାରି ଜିଲ୍ଲାପାଳ କପିଳେଶ୍ୱର ତାଣ୍ଡି, ସହକାରି ଜିଲ୍ଲାପାଳ ବିଜୟକୁମାର ମାଣ୍ଡାଙ୍ଗି ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ସହିତ ହୋଲି ଉତ୍ସବ ମନାଇ ସଙ୍ଗିତର ତାଳେ ତାଳେ ହାତ ଧରା ଧରି ହୋଇ ନୃତ୍ୟକରିଥିଲେ।

ବି ଅନାଥ କି ଗରିବ ବୋଲି ନ ଭାବି ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ ଅଧିକାରୀ ମାନଙ୍କ ସହିତ ଆନନ୍ଦରେ ହୋଲିଖେଳର ମଜାନେଇଥିଲେ। ସଂନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ଭଜନ ଓ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିବା ସହିତ ବିଭିନ୍ନ ସାସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଛାତ୍ରବାସ ଦାଇତ୍ୱରେ ଥିବା ସୁପରିଟେଣ୍ଡେଟଂ ଦିବ୍ୟରଜଂନ ପାଣିଗ୍ରାହି, ସାବିନା ନାୟକ, ସନ୍ତୋଷସାହୁ, ଖିରୋଦମହାନ୍ତି.ପ୍ରଭାତମହାରଣା, ସମ୍ପଦସ୍ୱାଇଁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପବିତ୍ର ହୋଲି ଅବସରରେ ବିଧାୟକ ମାନସ ମାଡକାମି, ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ଏସପି ଜଗମୋହନମୀନା, ଉପଜିଲ୍ଲାପାଳ ଲିଙ୍ଗାରଜ ପଣ୍ଡା ନିଜ ନିଜ ବାସଭବନରେ ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରି କର୍ମଚାରି, ସାମ୍ବାଦିକ, ବୁଦ୍ଧିଜିବୀ, ବରିଷ୍ଟନାଗରିକ ଓ ସହରବାସିଙ୍କ ସହିତ ହୋଲିଖେଳି ସମସ୍ଥଙ୍କୁ ପବିତ୍ର ହୋଲିପର୍ବର ବଧାଇ ଜଣାଇ ମିଷ୍ଟାନ ବଟଂନକରିଥିଲେ। ମଧ୍ୟାହ୍ନରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଥିବା ଜିଲ୍ଲାକ୍ରୀଡା ଛାତ୍ରବାସରେ ହୋଲିର ସରାସରି ପର୍ବ ଭିନ୍ନ ଶୈଳିରେ ପାଳନ କରାଯାଇଥିଲା। କ୍ରୀଡା ବାସର ଛାତ୍ର ଛାତ୍ରୀ ମାନେ ହାତରେ ଅଭିର ରଙ୍ଗଧରି ନିଜ ନିଜ ମଧ୍ୟରେ ବୋଳାବୋଳି ହେଲାପରେ ସେମାନଙ୍କ ମୁଣ୍ଡଉପରେ ବର୍ଷାହେଲାପରି ପାଇପ ରେ କୃତିମ ଜଳ ବର୍ଷା କରାଯାଇଥିଲା। ବାଦ୍ୟ ସଂଗୀତ ଓ ନୃତ୍ୟର ତାଳେ ତାଳେ ନିଜ ନିଜ ମଧ୍ୟରେ ଅଭିର ଫିଙ୍ଗା ଫିଙ୍ଗି ହୋଇ କାଦୁଅ ପାଣିରେ ଚକଟା ଚକଟି ହୋଇ କାଦୁଅରେ ହୋଲି ଖେଳି ମଜା ନେଇଥିଲେ। ସେହି ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ, ପିଏଆଇଟିଡିଏ ଓ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ କାଦୁଅରେ ହୋଲି ଖେଳି କୃତିମ ବର୍ଷାରେ ଭିଜି ହାତ ଧରା ଧରିହୋଇ ନୃତ୍ୟ କରିଥିଲେ।

ଏହି ଅବସରରେ ଗୁରପ୍ରୀୟା, ସପ୍ତଧାରା, ସିଲେରୁ, ସହିଦ ଲକ୍ଷ୍ମଣନାୟକ, ମାଲ୍ୟବନ୍ତ, ଛାତ୍ର ବାସର ପ୍ରାୟ ୬୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ମାନେ ଯୋଗଦେଇ ନିଜକୁ କେବେ ସେହି କୃତିମ ବର୍ଷାରେ ହୋଲି ରଙ୍ଗ ଛଡାଇ ଗାଧୋଇ ଶେଷରେ ସମସ୍ତ ଅଧିକାରୀ ଓ ଛାତ୍ର ଛାତ୍ରୀ ମାନେ ମିଷ୍ଟାନ ଖାଇ ବିଦାୟ ନେଇଥିଲେ। ଜିଲ୍ଲାକ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ରକୁମାର ବଢାଇ ଓ କ୍ରୀଡାଛାତ୍ରବାସର ଛାତ୍ର ମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମହାଶ୍ୱରୀ ଯୁବସଙ୍ଗଠନ ପକ୍ଷରୁ ଆନନ୍ଦ ଉଲାସର ସହିତ ଅଭିର ରେ ହୋଲି ଖେଳି ଥିଲେ ଓ ମିଛଉପରେ ସତ୍ୟର ଜୟ ପ୍ରତିକ ହୋଲିକା ଙ୍କ କୁଶପୁତଳିକା ପୋଡି ଉତ୍ସବ ମନାଇଥିଲେ। ବିଭିନ୍ନ ମନ୍ଦିରରେ ହୋଲିପର୍ବ ଅବସର ରେ ନାମ ଶଙ୍କିର୍ତନ ସହିତ ଦରିଦ୍ରନାରାୟଣ ସେବା ଓ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ପୋଟେରୁ ପବିତ୍ର ନଦୀକୂଳରେ ଥିବା ହରିଚାନ୍ଦ ଗରୁଚାନ୍ଦ, ନରନରାୟଣ ଆଶ୍ରମ ପରିସରରେ ଗତ ତନିଦିନ ଧରି ଆଡମ୍ବର ସହକାରେ ବଙ୍ଗିୟ ସଂପ୍ରଦାୟଙ୍କ ସହିତ ଅନ୍ୟାନ ସଂପ୍ରଦାୟମାନଙ୍କ ମଧ୍ୟରେ ହୋଲି ଉତ୍ସବ ପାଳିତ ହୋଇ ଯାଇଛି। ଏହି ହୋଲି ଉତ୍ସବରେ ଓଡିଶା, ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ଛତିଶଗଡ ରାଜ୍ୟରୁ ଲକ୍ଷ୍ୟାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା। ଆଶ୍ରମ ପକ୍ଷରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ତିନିଦିନ ଧରି ଅର୍ନପ୍ରସାଦ ସହ ରାତ୍ରରହଣିର ବ୍ୟବସ୍ଥାକରାଯାଇଥିଲା। ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ମିନାବଜାର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଜାନେଇଥିଲେ ଭକ୍ତ ଓ ଦର୍ଶକମାନେ।

 

 

Leave a Reply

Your email address will not be published. Required fields are marked *