Home ଜିଲ୍ଲା ପରିକ୍ରମା ମାଲକାନଗିରିରେ କାଳୀପୂଜା ଓ ଦୀପାବଳୀ ଉତ୍ସବ

ମାଲକାନଗିରିରେ କାଳୀପୂଜା ଓ ଦୀପାବଳୀ ଉତ୍ସବ

153

ମାଲକାନଗିରି,୮ା୧୧ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ  କାଳୀପୂଜା ଓ ଦୀପୀବଳୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଜିଲ୍ଲାସଦର ମହକୁମା ଡିଏନକେ ଛକ,ଡିଏନକେ ମଇଦାନ ସାବ ର୍ଜନୀନ ପୂଜାକମିଟି, ମାଲକାନଗିରି ଟାଉନ ନଗରଭବନ କାଳୀଛକ, ,ରିକ୍ଲାମେଶନ କଲୋନି ରାମକୃଷ୍ଣ ନଗର, ଡ୍ୟାମସାଇଟ,କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା,ପଡିଆ,ଏମଭି୭୯,ମାଥିଲି, ଗୋବିନ୍ଦପାଲି ବିଭିନ୍ନ ସ୍ଥାନରେ ଆକର୍ଷଣିୟ ମେଢ ଓ ତୋରଣ ତିଆରି ହୋଇ ମା କାଳୀଙ୍କ ପ୍ରତିମୂର୍ତି ପୂଜା ପାଉଛନ୍ତି ।  ରିତି ନିତି ଅନୁସାରେ ମା କାଳୀଙ୍କୁ ୧୦ଟି ରୂପରେ ପୂଜା କାରାଯାଇ ମା ଙ୍କ ନିକଟରେ ଭୋଗଲାଗା ଯାଇଥିଲା । କେତକ ପୂଜା ମଣ୍ଡପ ନିକଟରେ ମେଲୋଡି ଆଉ କେତକ ମଣ୍ଡପନିକଟରେ ଦେଶିଆନାଟ ସାଙ୍ଗକୁ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପାଗ ଅନୁକୂଳ ଥିବାରୁ ପ୍ରତିଦିନ ପୂଜା ମଣ୍ଡପନିକଟରେ ଶତାଧିକ ଭକ୍ତ ଓ ଦର୍ଶକ ମାନଙ୍କ ଭିଡଜମିବାରେ ଲିଗାଥିଲା । ପୂଜାମଣ୍ଡପ ନିକଟରେ ଦର୍ଶକ ଓ ଭକ୍ତ ମାନଙ୍କୁ ପୂଜାକମିଟି ପକ୍ଷରୁ ପ୍ରସାଦର ବ୍ୟବସ୍ଥାକରା ଯାଇଛି । ଗତକାଲି ରାତ୍ରରେ ଦୀପାବଳୀ ଉତ୍ସବ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । କେତକ ସ୍ଥାନରେ ବାଣଫୁଟାଇ ଖାଡି ଜାଳୀ ବଡବଡୁଆ ମାନଙ୍କୁ ଡାକପକାଇ ବା ସହିତ  ଅନ୍ୟକେତକ ସ୍ଥାନରେ ପୟା ଶ୍ରାଦ୍ଧପାଳନକରା ଯାଇଥିଲା । ଦୀପାବଳୀ ଉତ୍ସବ ପାଇଁ ମାଲକାନଗିର ଜିଲ୍ଲା ରେ ବିକ୍ରୀ ହୋଇଥିବା ବାଣଗୁଡିକ ଛତିଶଗଡ ସୁକୁମା ଠାରୁ ବେପାରିମାନେ ନିମ୍ମମାନର ବାଣ ଆଣିଥିବାରୁ ସେଗୁଡିକ ଠିକ ଭାବେ ଫୁଟିନଥିଲା । ପଡୋଶିରାଜ୍ୟ ଛତିଶଗଡ ସୁକୁମା, ଜଗଦଲପୁର ଠାରୁ କମମୂଲ୍ୟରେ ନିମ୍ମମାନର ବାଣ କିଣିଆଣି ମାଲକାନଗିରି ରେ ଚଢାଦରରେ ବିକ୍ରୀ କରି ବେସ ଫାଇଦା ଉଠାଉଛନ୍ତି କେତକ ବେପାରି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.