ମାଲକାନଗିରିରେ ଆନ୍ତରାଜ୍ୟ ୨୦-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

 

ମାଲକାନଗିରି, ୬ା୨ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଜଗଦିଶ ରାଓ କ୍ରିକେଟ୍ କ୍ଲବ ପକ୍ଷରୁ ଜି.ପରୁଷୋତମ ରାଓ ସ୍ମାରକୀ ଆନ୍ତରାଜ୍ୟ୨୦-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି। ସ୍ଥାନୀୟ ଡିଏନକେ ପଡିଆଠାରେ ଏହି କ୍ରିକେଟ୍ ମ୍ୟାଚକୁ ମାଲକାନଗିରି ବିଦାୟକ ମାନସ ମାଡକାମି ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ମ୍ୟାଚ୍ ୧୪ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ ୧୬ଟି ଦଳଭାଗନେଇଛନ୍ତି। ପ୍ରଥମଦିନରେ ଛତିଶଗଡ ରାଜ୍ୟ କିରଣ୍ଡୁଲ ଦଳ ସହିତ ମାଥିଲି ଓ ଜୟପୁର-ସୁକମାଜିଲ୍ଲା ଦରନାପାଲ ମଦ୍ୟରେ ମ୍ୟାଚ ଅନୁଷ୍ଟିତ ହୋଇଥିଲା।

ପ୍ରଥମ ମ୍ୟାଚରେ କିରଣ୍ଡଲ ପ୍ରଥମେ ବ୍ୟାଟିଂକରି ୧୬୪ରନ ର ଟାର୍ଗେଟ ଦେଇଥିବାବେଲେ ମାଥିଲି ୧୬୦ରନସଂଗ୍ରହ କରିଥିଲେ, ଦ୍ୱିତୀୟ ପର୍ଯ୍ୟାୟରେ ଜୟପୁର ବ୍ୟାଟିଂ କରି ୧୬୩ରନ କରିଥିବାବେଳେ ଦୋରନାପାଲ ୧୫୯ରନସଂଗ୍ରହ କରିଥିଲେ। ଏହି ମ୍ୟାଚରେ ମାଥିଲିର ସଂନ୍ତୋଷ ପ୍ରଧାନ ଜୟପୁରର ସି.ବସନ୍ତ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ବିଜୟୀ ଦଳଙ୍କୁ ଟେକନୋ ମୋବାଇଲ ତରଫରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଉଦଘାଟନି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାହିତ୍ୟଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକରଦାଶ, କ୍ରିକେଟର ହୃଦାନନ୍ଦସାହୁ, ଏସ.ପ୍ରସାଦ ରାଓ, ସତବିର ସିଂ, ସଙ୍କର ଖିତି, ପ୍ରିତିପାଲ ସିଂ, ଏସ.ବାଲା ଯୋଗ ଦେଇଥିଲେ। ସ୍ୟାମସୁନ୍ଦର ନାୟକ, ସୁବ୍ରତମଲ୍ଲିକ, ରହିମଖାନ, ପ୍ରିୟବ୍ରତ, ନାୟୁଡୁ ଉଦଘୋଷକ ଭାବେ କ୍ରକେଟମ୍ୟାଚର ଧାରାବିବରଣୀ କରୁଥିଲେ। ଫାଇନାଲ ମ୍ୟାଚ ଆସନ୍ତା ୧୪ ତାରିଖରେ ରହିଛି, କ୍ରିକେଟ ମ୍ୟାଚ ଦେଖିବାପାଇଁ ପଡିଆରେ ଶତାଧିକ ଦର୍ଶକମାନଙ୍କ ଭିଡ ଲାଗିଥିଲା।

Leave a Reply

Your email address will not be published. Required fields are marked *