ଓଡ଼ିଶା

ମାର୍କେଟ କମ୍ଲେକ୍ସ ନିର୍ମାଣ ନିମନ୍ତେ ଯୋଡା ପୌରପାଳିକା ଜନଶୁଣାଣୀ ସଫଳ

ଯୋଡା – ୦୮/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବୁଧବାର ପୂର୍ବାହ୍ନରେ ଯୋଡା କଲ୍ୟାଣ ମଣ୍ଡପ ଠାରେ ପୌରପାଳିକାର ଏକ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ୭ନଂ ୱାର୍ଡରେ ଅବସ୍ଥିତ ଗୋପବନ୍ଧୁ ଦୈନିକ ବଜାର ଉପରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ୫୮ ଡିସମିଲ ପରିମିତ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିଣତ କରିବା ପାଇଁ ଏହି ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଖାତା ନଂ. ୧୧୫ରେ ପ୍ଲଟ ନଂ -୯୯, ୧୦୦, ୧୦୨, ୧୦୩ ମୌଜା-ଯୋଡା ୟୁନିଟ – ୨ ଉପରେ ଜବର ଦଖଲ କରି ଅନେକ ଦୋକାନ ଘର ପୂର୍ବରୁ ଗଢି ଉଠିଥିଲା। ତେବେ ଜରୁରୀ କାଳିନ ପରିସ୍ଥିତି ସମୟରେ ଉକ୍ତ ଦୋକାନ ଘର ଗୁଡିକୁ ଭଙ୍ଗା ଯାଇ ସେଠାରେ ଏକ ଅସ୍ଥାୟୀ ମାର୍କେଟ କମ୍ଲେକ୍ସ ପୌରପାଲିକା ପକ୍ଷରୁ ନିର୍ମାଣ କରାଯାଇ କ୍ଷତି ଗ୍ରସ୍ଥ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଥିଲା। ତେବେ ପରବର୍ତ୍ତି ପର୍ଯ୍ୟାରେ ଉକ୍ତ ସ୍ଥାନରେ ଏକ ସ୍ଥାୟୀ ବଜାର ନିର୍ମାଣ ନିମନ୍ତେ ଯୋଜନା କରାଯାଇ ଅସ୍ଥାୟୀ ଦୋକାନ ଘର ଗୁଡିକୁ ଭଙ୍ଗା ଯାଇଥିଲା। ଏହା ଭଙ୍ଗାଯିବା ପରେ ଉକ୍ତ ସ୍ଥାନଟିକୁ କେତେକ ବ୍ୟବସାୟୀ ଅକ୍ତିଆର କରିନେଇ ସେଠାରେ ଗୋପବନ୍ଧୁ ଦୈନିକ ବଜାର ପ୍ରତିଷ୍ଠା କରି ନିଜର ବ୍ୟବସାୟ ଚଳାଇଆସୁଥିଲେ। ଦୈନିକ ବଜାର ନିର୍ମାଣ ନିମନ୍ତେ ପୌରପାଳିକା ପକ୍ଷରୁ ବାରମ୍ବାର ପଦକ୍ଷେପ ନିଆଯାଇଥିଲେ ମଧ୍ୟ ପୌରପାଳିକା ଏହା ନିର୍ମାଣ କରିବାକୁ ସକ୍ଷମ ହୋଇନଥିଲା। ଏ ନେଇ ବଜାର କମିଟି ପକ୍ଷରୁ ପୌରପାଳିକା ବିରୋଧରେ ଏକ ମାମଲା ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଦାୟର କରାଯାଇଥିଲା। ଏହି ଘଟଣା ପ୍ରବାହ ଭିତରେ ନୂତନ ଦୈନିକ ବଜାର ନିର୍ମାଣ ନେଇ ପ୍ରଥମେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପରେ ବିଜେଡି ସମୟରେ ପ୍ୟାରୀ ମୋହର ମହାପାତ୍ର ଦୁଇ ଦୁଇ ଥର ଶୁଭ ଦେଇଥିଲେ ମଧ୍ୟ ଏହି ମାର୍କେଟ କମ୍ଲେକ୍ସକୁ କରାଇଦିଆଯାଇନଥିଲା। ଏହି ସ୍ଥାନଟି ଜଙ୍ଗଲ ଜମି ଥିବାରୁ କୌଣସି ନୂତନ ନିର୍ମାଣ କରିବା ନିମନ୍ତେ ବୈଧାନିକ କଟକଣା ରହିଥିଲା। ଆଜି ଏହି ଜନଶୁଣାଣୀରେ ଗୋପବନ୍ଧୁ ଦୈନିକ ବଜାରର ସମସ୍ତ ବ୍ୟବସାୟୀ, ୭ନଂ ୱାର୍ଡର ବାସିନ୍ଦାମାନେ ଉପସ୍ଥିତ ରହି ଏହି ଜଙ୍ଗଲ ଜମିର କିଶମ ପରିବର୍ତ୍ତନ କରିବା ସପକ୍ଷରେ ନିଜର ମତ ସାବ୍ୟସ୍ତ୍ୟ କରିଥିଲେ। ଏହି ଜନଶୁଣାଣୀଟିରେ ବଡବିଲର ଅତିରିକ୍ତ ତହସିଲଦାର ମଧୁମିତା ବିସି, ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ପୌରାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ପାତ୍ର, ଉପନଗରପାଳ ସୁରେନ୍ଦ୍ରନାଥ ଜେନା, କାଉନସିଲର ବେରେଗା ମୁଣ୍ଡା, ସୁରେଶ ବାରିକ, ଅଶୋକ ନାଏକ, ରାଜକୁମାରି ଥାପା, ସ୍ୱର୍ଣ୍ଣଲତା ପଟ୍ଟନାୟକ ଓ ଶ୍ରୀକାନ୍ତ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ଶୁଣାଣୀଟିରେ ମୋଟ ୨୨ଜଣ ନିଜର ମତ ରଖିଥିବା ବେଳେ ସମସ୍ତେ ସପକ୍ଷରେ ନିଜର ମତ ସାବ୍ୟସ୍ଥ କରିଥିଲେ। ଏହି ଜନଶୁଣାଣୀରେ ବରିଷ୍ଠ ନାଗରୀକ ତଥା ସାମ୍ବାଦିକ ଶିରିଶ ଚନ୍ଦ୍ର ମହାନ୍ତି, ଯୋଡା ବିକାଶ ପରିଷଦର ସମ୍ପାଦକ, ସଭାପତି ଯଥାକ୍ରମେ ଶୁଶାନ୍ତ ବାରିକ, ନିରଞ୍ଜନ ବହିଦାର, ସାରଦା ପ୍ରସାଦ ଆଚାର୍ଯ୍ୟ, ଉଗ୍ରେସନ ବେହେରା, ସଞ୍ଜୟ ପାତ୍ର, ପ୍ରମିଳା ଓଝା ପ୍ରମୁଖ ନିଜର ମତ ରଖିଥିଲେ। ତେବେ ଏହି ଦୈନିକ ବଜାରରେ ଉନ୍ନତ ମାନର ପାର୍କିଂ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେବାକୁ ପୈାରପାଳିକାକୁ ପରାମର୍ଶ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top