ମାର୍କଣ୍ଡପୁର ମେଡ଼ିକାଲ ପାଚେରୀ ଭୁଷୁଡ଼ିଛି

ଯାଜପୁର -୧୩/୧(ଓଡିଆ ପୁଅ/ଏ, ରାଉତ) ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣ କରାଯାଇଥିବା ମାର୍କଣ୍ଡପୁର ମେଡ଼ିକାଲ ପାଚେରୀ ଭୁଷୁଡ଼ି ପଡ଼ିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଉକ୍ତ ପାଚେରୀ ନିର୍ମାଣ କରାଯାଇଥିଲା। ଏ ସମ୍ପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ମାର୍କଣ୍ଡୁର ମେଡ଼ିକାଲର ସରକାରୀ ବାସଭବନ ପଛପଟରେ ପାଚେରୀ ନିର୍ମାଣ କରାଯାଇଥିଲା। ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରିବା ସହ ମାଟି ଉପରେ ରଡ଼ ବିଛାଇ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ଭାରସାମ୍ୟ ହରାଇ ପାଚେରୀ ଭୁଷୁଡ଼ି ପଡ଼ିଥିଲା। ଏହି ପାଚେରୀ ଗତବର୍ଷ ନିର୍ମାଣ ହେବା ସମୟରେ ନିମ୍ନମାନର ହୋଇଥିବାରୁ ୮୦ ଫୁଟ୍ ଲମ୍ବର ପାଚେରୀ ଭୁଷୁଡ଼ି ପଡ଼ିଥିଲା। ସେତେବେଳେ ଏହି ଭୁଷୁଡ଼ି ପଡ଼ିଥିବା ପାଚେରୀକୁ ତିଆରି କରାଯାଇଥିଲେ ମଧ୍ୟ ୬ ମାସ ନଯାଉଣୁ ପୁନଶ୍ଚ ସେହି ପାଚେରୀ ଭୁଷୁଡ଼ି ପଡ଼ିଛି। ପାଚେରୀ ଭୁଷୁଡ଼ି ପଡ଼ିଥିଲେ ମଧ୍ୟ ଅଦ୍ୟାବଧି ନିର୍ମାଣ କରାଯାଇନଥିବା ଦେଖିବାକୁ ମିଳିଛି। ଯାହାଫଳରେ ସରକାରୀ ବାସଭବନରେ ରହୁଥିବା କର୍ମଚାରୀ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *