ad
ଜିଲ୍ଲା ପରିକ୍ରମା

ମା’ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ୍ ଆର୍ଟ ସ୍କୁଲର ବାର୍ଷିକ ଉତ୍ସବ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମା’ ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ୍ ଆର୍ଟ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ତଥା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ସ୍ମୃତି ଚାରଣ ସଭା ଭଦ୍ରକାଳୀ ନିକଟସ୍ଥ ରଘୁପତିବିନ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଆଡ଼ଭୋକେଟ ଦିଲୀପ ମହାପାତ୍ରଙ୍କ ସଭାପତିତ୍ୱ ଓ ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡାଙ୍କ ସଂଚାଳନାରେ ହୋଇଥିବା ଏହି ଉତ୍ସବରେ ପ୍ରାକ୍ତନ ମନ୍ତ୍ରୀ ମନମୋହନ ସାମଲ, ଦେବୀ ଆଶ୍ରମ ମୁଖ୍ୟ ଉତ୍କଳ ଭୂଷଣ ନାୟକ, ସମାଜସେବୀ ଡା. ପ୍ରଦୀପ ନାୟକ, ଚର୍ଚ୍ଚିତ ଖଳନାୟକ ଦୈତାରୀ ପଣ୍ଡା, ସମାଜସେବୀ ହେମେନ୍ଦ୍ର କୁମାର ସାହୁ, ନାଟ୍ୟ ନିର୍ଦ୍ଦେଶକ ସୌମିତ୍ର ସିକ୍ଦାର, ଯାତ୍ରାଅଭିନେତା ଦୟାନିଧି ଉପାଧ୍ୟାୟ, ସ୍ୱାମୀଜି ବସୁପ୍ରଦା ନନ୍ଦ, କେଦାରପୁର ସରପଞ୍ଚ ଭରତ ତ୍ରିପାଠୀ, ଖଣ୍ଡତଡ଼ା ସରପଞ୍ଚ ବିଶ୍ୱନାଥ ନାୟକ, ସମାଜସେବୀ ମମତା ବେହେରା, ଚିତ୍ରଶିଳ୍ପୀ ନିଜାମ ମହମ୍ମଦ, ଚିତ୍ରଶିଳ୍ପୀ ପ୍ରଭାତ କୁମାର ଜେନା ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ଅନୁଷ୍ଠାନର ସଂପାଦକ ଚକ୍ରଧର ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ। ମଂଚ କଳାକାର କାଳନ୍ଦୀ ମଲ୍ଲିକ ମଂଚ ଆମନ୍ତ୍ରଣ, ପ୍ରକୃତିବଂଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ, ଶିକ୍ଷାବିତ ହେମନ୍ତ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବାବେଳେ ଆଡ଼ଭୋକେଟ ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଦୀପାଞ୍ଜଳୀ ଜେନାଙ୍କ ଲିଖିତ ଓଡ଼ିଆ ଯାତ୍ରା ସାହିତ୍ୟ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ସ୍କୁଲ ସ୍ତରୀୟ ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବହୁ ବୁଦ୍ଧିଜୀବି, କଳାକାର, ସମାଜସେବୀ ଯୋଗଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top