ଓଡ଼ିଶା

ମାନ୍ୟତାରେ ୧ନମ୍ବର: ପ୍ଲାଟଫର୍ମ ମିଳୁନାହିଁ, ଆଗ ଷ୍ଟେନସରେ ଠିଆରହୁଛି ଟ୍ରେନ

ରାୟଗଡା, ୧୫।୫(ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ଡାଳ୍ର)- ରାୟଗଡା ରେଳଷ୍ଟେସନ। ଆୟ ପ୍ରଚୁର। ତେଣୁ ମାନ୍ୟତାରେ ୧ନମ୍ବର ଷ୍ଟେସନ। କିନ୍ତୁ ଯାତାୟତ କରୁଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଆସିବାପାଇଁ ପ୍ଲାଟଫର୍ମ ମିଳିପାରୁନାହିଁ। ତେଣୁ ଘଣ୍ଟାଘଣ୍ଟା ଧରି ପୂର୍ବ ଷ୍ଟେସନରେ ଠିଆହୋଉଛି। ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀଙ୍କ ସହ ଘରକୁ ଫେରିଆସୁଥିବା ଯାତ୍ରୀ ଉଭୟେ ସମସ୍ୟା ଭୋଗୁଥିବାବେଳେ ଏଥିରେ ସୁଧାର ଆଣିବାକୁ କାହାର ନିଘା ପଡୁନାହିଁ।

ଦକ୍ଷିଣ ଓଡିଶାର ବାଣିଜ୍ୟ ବ୍ୟବସାୟର ସହର ରାୟଗଡା। ଜିଲାରେ ୪ଟି ବୃହତ୍ତ ଶିଳ୍ପ ରହିଥିବାରୁ ସାରା ଦେଶରେ ଏହାର ମାନ୍ୟତା ଖୁବ ଅଧିକ। ଦେଶର ବଡବଡ ସହରସହ ସଂଯୋଗ ରିହଥିବାରୁ ବିଶାଖପାଟଣା ଡିଭିଜନର ରାୟଗଡାକୁ ରେଳବିଭାଗ ୧ନମ୍ବର ଷ୍ଟେସନର ମାନ୍ୟତା ଦେଇଛି। କିନ୍ତୁ ଏଠାରେ ସର୍ବନିମ୍ନ ସୁବିଧା ନାହିଁ। ଆଉ ରହିଥିବା ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରାନଯିବା ଫଳରେ ଯାତ୍ରୀ ସମସ୍ୟା ଭୋଗୁଥିବା ପରିଲିଖିତ ହୋଇଛି। ଏହାକୁ ନେଇ ୧୨ତରିଖ ଶୁକ୍ରବାର ରାତିର ବିଶାଖପାଟଣାରୁ-ରାୟଗଡା ଆସୁଥିବା ପାସିଞ୍ଜେର ଟ୍ରେନସହ ରାୟଗଡା ଷ୍ଟେସନରେ ଯୋଡିହୋଇ ଭୁବନେଶ୍ୱର ଯାଉଥିବା ହିରାଖଣ୍ଡ ଏକ୍ସପ୍ରେସ ବୁହ ବିଳମ୍ବରେ ଷ୍ଟେସନ ଭିତରକୁ ଆସିଥିବାବେଳେ ରାତି ପ୍ରାୟ ୧୨ଟାରେ ହିରାଖଣ୍ଡ ଟ୍ରେନଟି ଷ୍ଟେସନ ଛାଡିଥିବା ଜଣାପଡିଛି। ବିଭାଗ ପ୍ରଚୁର ଟଙ୍କା ଏହି ଷ୍ଟେସନରୁ ପାଉଥିବା ସତ୍ୱେ ଅଣଦେଖା ଆଉ ଉପସ୍ଥିତ ଥିବା ପ୍ଲାଟଫର୍ମର ସଠିକ ବିନିଯୋଗ କରିନପାରିବାରୁ ଏହି ସମସ୍ୟ ଉପୁଜିଥିବା ଜଣେ ଯାତ୍ରୀ ତଥା ରେଳବିଭାଗ ସହ ସମ୍ପୃକ୍ତି ରଖିଥିବା କର୍ମଚାରୀଙ୍କ ଠାରୁ ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ରାୟଗଡା ଷ୍ଟେସନରେ ୩ଟି ପ୍ଲାଟଫର୍ମ ରହିଛି। ରାତି୧୦ଘଣ୍ଟା ୨୦ମିନଟରେ ବିଶାଖପାଟଣା ରୁ ରାୟଗଡା ଆସି ଗୋଟିଏ ପାସିଞ୍ଜେର ଟ୍ରେନଟି ୩ନମ୍ବର ପ୍ଲାଟର୍ଫମରେ ରାତି ରହିଥାଏ। କିନ୍ତୁ ୧୧ତାରିଖ ରାତିରେ ଗୋଟିଏ ମାଲବାହି ଟ୍ରେନ ଆସି ୩ନମ୍ବର ପ୍ଲାଟଫର୍ମରେ ଅଟକି ଥିବାରୁ ବିଶାଖପାଟଣାରୁ-ରାୟଗଡା ଆସୁଥିବା ପାସିଞ୍ଜେର ଟ୍ରେନକୁ ରାୟଗଡାର ପୂର୍ବ ଷ୍ଟେସନ ଲାଡାଠାରେ ଅଟକା ଯାଇଥିଲା। ଦିର୍ଘ ୩୦ମିନଟ ପର୍ଯ୍ୟନ୍ତ ପାସିଞ୍ଜେର ଟ୍ରେନଟି ଅଟକି ରହିବପରେ ଷ୍ଟେସରେ ଆସି ଅପେକ୍ଷା କରିଥିବା ପରିଜନ ଲୋକେ ଷ୍ଟେସନ ମାଷ୍ଟେରଙ୍କ କୋଠରୀ ନିକଟରେ ରହି ପାଟିତୁଣ୍ଡ କରିଥିଲେ। ୨ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ଯିବାପାଇଁ ଆସିଥିବା ଲିଙ୍କ ଏକ୍ସପ୍ରେସ ଅଟକି ରହିଛି। ସ୍ଥିତି ବିଗିଡି ଯାଉଥିବା ଅନୁଧ୍ୟାନ କରି ଷ୍ଟେସନ ମାଷ୍ଟର ବିଶାଖପାଟଣା-ରାୟଗଡା ଟ୍ରେନକୁ ସବୁବେଳେ ବ୍ୟସ୍ତରହୁଥିବା ୧ନମ୍ବର ପ୍ଲାଟଫର୍ମରେ ଷ୍ଟେସନ ଭିତରକୁ ଆସିବାପାଇଁ ସବୁଜ ସଙ୍କେତ ଦେଇଥିଲେ। ଆଉ ୧ନମ୍ବରରେ ଆସୁଥିବା ହିରାଖଣ୍ଡ ଏକ୍ସପ୍ରେସକୁୁ ରାୟଗଡାର ଅନ୍ୟପ୍ରାନ୍ତରେ ଥିବା ପୂର୍ବ ଷ୍ଟେସନ ସିଙ୍ଗାପୁରରୋଡ ଷ୍ଟେସନର ଅଟକାଇ ରଖିଥିଲେ। ପ୍ଲାଟଫର୍ମର ସୁପରିଚାଳନା ନକରାଯିବାରୁ ରାତି ୯ଘଣ୍ଟା ୫୦ମିନଟ ସମୟରେ ଆସୁଥିବା ହିରାଖଣ୍ଡ ଟ୍ରେନଟି ପ୍ରାୟ ୫୦ମିନଟ ବିଳମ୍ବ ରାତି ପ୍ରାୟ ୧୦ଘଣ୍ଟା ୪୦ମିନଟରେ ଷ୍ଟେସନ ଭିତରକୁ ପସିଥିଲା। ଲିଙ୍କ ଏକ୍ସପ୍ରେସ ସହ ଯୋଡିହୋଇ ରାତି ପ୍ରାୟ ୧୨ଟାରେ ରାୟଗଡା ଛାଡିଥିଲା। ରାୟଗଡାରୁ ବିଶାଖପାଟଣା ଚିକିତ୍ସାପାଇଁ ଲୋକେ ଯାଉଥିବାବେଳେ ସକାଳେ ଯିବା ଓ ଆସିବା ପାଇଁ ବିଶାଖପାଟଣା-ରାୟଗଡା ପାସିଞ୍ଜେର ଟ୍ରେନଟି ବ୍ୟବହାର କରିଥାନ୍ତି। ତେଣୁ ଉକ୍ତଦିନ ବହୁ ରୋଗି ଓ ତାଙ୍କସହ ଯାଇଥିବା ପରବାରଲୋକେ ବିଳମ୍ବକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ହିରାଖଣ୍ଡରେ ଯାଉଥିବା ଲୋକେ ମଧ୍ୟ ବିଳମ୍ବକୁ ନେଇ ହରକତ ହୋଇଥିବା ପରିଲିଖିତ ହୋଇଥିଲା। ସମ୍ପୃକ୍ତ କର୍ମଚାରୀଙ୍କ ଅଭିଯୋଗ ପ୍ରକାରେ ଏଭଳି ସ୍ଥିତିରେ ଷ୍ଟେସନ ଭିତରକୁ ମାଲବାହି ଗାଡିକୁ ଆସିବାକୁ ଦେବା ଜରୁରୀ ନଥିଲା। ତେଣୁ ୨ଯି ପାସିଞ୍ଜେର ଟ୍ରେନ ଓ ଏଥିରେ ଯାତାୟତ କରୁଥିବା ଯତ୍ରୀ ବିଳମ୍ବ ଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ସେ ନିଜ ନାମକୁ ଗୋପନରଖିବାକୁ ଅନୁରୋଧ କରି କହିଛନ୍ତି। ଆହୁରି ବିଡମ୍ବନାର କଥାଯେ, ସାଂସଦ ଝିନ୍ନ ହିକକା ମଧ୍ୟ ହିରାଖଣ୍ଡ ଟ୍ରେନରେ ଯାତ୍ରା କରୁଥିଲେ। ଆଉ ବିଳମ୍ବର କାରଣ ମଧ୍ୟ ଜାଣିବାକୁ ଚେଷ୍ଟା କରିନଥିଲେ। ଶିତତାପ ନିୟନ୍ତ୍ରଣ ବଗି ନିଜ ସିଟରେ ବସି ସେହିଦିନ ଯାତ୍ରା କରୁଥିବା ପରିଲିଖିତ ହୋଇଥିଲା। ତେବେ ଆଉଏକ ପ୍ଲାଟର୍ଫମର ଆବଶ୍ୟକ ରହୁଥିବା ଷ୍ଟେସନ କତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଥିବାବେଳେ ଷ୍ଟେସନର ସମସ୍ୟା ସମ୍ପର୍କରେ ଅବଗତ ନଥିବା ସାଂସନ ଝିନ୍ନ ହିକକା କହିଛନ୍ତି। ତେବେ ରେଳମନ୍ତ୍ରଣାଳୟର ଦୃଷ୍ଟିକୁ ନେଇ ଆବଶ୍ୟକ ରହିଥିବା ପ୍ଲାଟଫର୍ମର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top