ମାନସିକ ଅନଗ୍ରସର ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ‘ରୋଜ’ର ବାର୍ଷିକ ଉସôବ

ଯାଜପୁର-୩୧/୮(ଓଡିଆ ପୁଅ/ଏ.ରାଉତ) ମାନସିକ ଅନଗ୍ରସର ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟ ଜାରକା ରୋଜ୍ର ବାର୍ଷିକ ଉସôବ ‘ମହକ’କୁ ଆନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବୁଧବାର ସନ୍ଧ୍ୟାରେ ଧର୍ମଶାଳା ବ୍ଳକ ଅନ୍ତର୍ଗତ କଳ୍ପତରୁ ଦାସ ଇଣ୍ଡୋର ହଲ୍ ପରିସରରେ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଆମ ଅଧିକାର ସଂଗଠନର ଅଧ୍ୟକ୍ଷ ସ୍ତମ୍ଭକାର ଓମ୍ ପ୍ରକାଶ ଉସôବରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରି ଅନୁଷ୍ଠାନର ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ଦାସ ଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରି କହିଲେ ଯେ ପାଞ୍ଚ ବର୍ଷରୁ ଉଦ୍ଧ୍ୱର୍ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ପ୍ରଶାସନ ପକ୍ଷରୁ ମାସିକ ୫ ଶହ ଟଙ୍କା କରି ଭତ୍ତା ଯୋଗାଇ ଦିଆଯିବ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଯାଜପୁର ଜିଲ୍ଲା ଆଞ୍ଚଳିକ ପରିଚାଳକ ବ୍ରଜ କିଶୋର ନାୟକ, ଧର୍ମଶାଳା ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ପ୍ରଭାସ କୁମାର ବେହୁରା, ଜାରକା ଷ୍ଟେବ୍ୟାଙ୍କ ଶାଖା ପରିଚାଳକ ପ୍ରମୋଦ କୁମାର ସ୍ୱାଇଁ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷା ମମତା ବିଶ୍ୱାଳ ବିବରଣୀ ପାଠ କରିଥିବା ବେଳେ ଅମରେନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଉସôବକୁ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ । ଆସନ୍ତା ୪ ତାରିଖ ସଂଧ୍ୟା ଉଦ୍ୟାପନ ଉସôବରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ,ଶାସନ ସଚିବ ନିତେନ ଚନ୍ଦ୍ର, ନିଦେ୍ର୍ଦଶ ସୁଶ୍ରୀ ମାନସୀ ନିମ୍ବାଲ୍ ଅତିଥି ଭାବେ ଯୋଗଦେବେ ବୋଲି ଅନୁଷ୍ଠାନର ସଭାପତି ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *