ମାନସିକ ଅଗ୍ରସର ଅନୁଷ୍ଠାନ ସଦ୍ଭାବନାର ୪ର୍ଥ ସୁନେଲି ମହୋତ୍ସବ

କେନ୍ଦୁଝର ତା ୪.୧୨.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସଦ୍ଭାବନାର ୪ର୍ଥ ସୁନେଲି ମହୋତ୍ସବ ନରଣପୁରସ୍ଥିତ ପ୍ରୟାସ ମାନସିକ ଅନଗ୍ରସର ଓ ପକ୍ଷଘାତ ବିଦ୍ୟାଳୟ ପରିସରରେ ରବିବାର ସଂଧ୍ୟାରେ ଉଦଯାପିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିି ଭାବେ ଯୋଗ ଦେଇ ଜିଲ୍ଲାପାଳ ଡି.ଏନ୍.ତିରୁମଲା ନାୟକ, ଭିନ୍ନକ୍ଷମ ପିଲାମାନେ ସମାଜର ମୁଖ୍ୟ ସୋ୍ରତରେ ସାମିଲ ହେବା କ୍ଷେତ୍ରରେ ଯାହାସବୁ ଆବଶ୍ୟକ ରହୁଛି ସେ ସବୁ ଯୋଗାଇଦେବାଦିଗରେ ସେ ସହେଯାଗ ଜାରି ରଖିବେ ବୋଲି କହିଥିଲେ। ଏହି ଅବସରରେ ଆଇନ ସେବା ପ୍ରାଧିକରଣ କେନ୍ଦୁଝର ର ଜିଲ୍ଲା ଜଜ୍ପି.କେ.ନାୟକ ଉପସ୍ଥିତରହି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଫଳ ବଟଂନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣଚନ୍ଦ୍ର ସେଠୀ, ମଣ୍ଡଳ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା, ସାମ୍ବାଦିକ ଜ୍ଞାନ ମିଶ୍ର, ବିଶିଷ୍ଟ ସ୍ତମ୍ଭକାର ତଥା ଗୀତିକାର ବଦ୍ରି ନାରାୟଣ ମିଶ୍ର, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ, ଓଡିଶା କମ୍ପୁଟର ଏକାଡେମୀ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ରାଉତ, ସଦର ବ୍ଳକ ଭାଇସ ଚେୟାରମ୍ୟାନ, ସରପଞ୍ଝ, ସମିତି ସଭା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମହୋତ୍ସବ ଅବସରରେ ଭିନ୍ନକ୍ଷମ ମାନଙ୍କର ମାଗଣା ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଥମଥର ନିମନ୍ତେ ଅନୁଷ୍ଠାନ ପକ୍ଷରୁ ଏକ ସୁସଜ୍ଜିତ ରଥ କୁ ଜିଲ୍ଲାପାଳ ପତାକା ହଲାଇ ଉଦଘାଟନ କରିବା ସହ ଅନୁଷ୍ଠାନର ନିଉଜ ଲେଟର ମଧ୍ୟ ଉଦଘାଟନ କରିଥିଲେ। ପରିଶେଷରେ ପ୍ରୟାସ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାର ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସଂପାଦକ ଚଣ୍ଡି ପ୍ରସାଦ ପଟ୍ଟନାୟକ ଙ୍କ ସହ ସମସ୍ତ କର୍ମକର୍ତା ଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା।

Leave a Reply

Your email address will not be published. Required fields are marked *