ମାନବ ସେବା ହିଁ ମାଧବ ସେବାର ସଂକଳ୍ପକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଊଦ୍ୟମ କରିବାକୁ ଆହ୍ୱାନ ; ଜିଲାପାଳ ରଂଜନ କୁମାର ଦାସ

ଯାଜପୁର-୨୯/୮(ଓଡିଆ ପୁଅ/ଏ.ରାଉତ) ଜିଲ୍ଳ୍ା ରେଡକ୍ରସ୍ କାର୍ଯ୍ୟ ନିର୍ବାହୀ କମିଟି ବୈଠକ ମଙ୍ଗଳବାର ପୂର୍ବାହ୍ନରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ତଥା ଜିଲ୍ଳ୍ା ରେଡକ୍ରସ ଶାଖାର ଅଧ୍ୟକ୍ଷ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଯେଊଁ ମହତ ଊଦେ୍ଦଶ୍ୟ ନେଇ ରେଡକ୍ରସ ପ୍ରତିଷ୍ଠିତ ହୋଇଥିଲା ସେହି ମାନବ ସେବା ହିଁ ମାଧବ ସେବାର ସଂକଳ୍ପକୁ ଚରିତାର୍ଥ କରିବାକୁ ପ୍ରତ୍ୟେକ ଊଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ୨୦୧୭-୧୮ ବର୍ଷରେ ୭୫ ଲକ୍ଷ ୫୦ ହଜାର ଟଙ୍କା ରେଡକ୍ରସ ପାଣ୍ଠି ପାଇଁ ସଂଗୃହୀତ ହୋଇଥିବା ବେଳେ ୬୭,୨୮,୭୧୭ ଟଙ୍କା ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହୋଇଚ୍ଥି । ବର୍ତ୍ତମାନ ସୁଦ୍ଧା ପିଂକ୍ସ ଡିପୋଜିଟ ଆକାରରେ ୧,୧୮,୧୯,୨୯୧ ଟଙ୍କା ଓ ସଂଞ୍ଚୟ ଜମା ଖାତାରେ ୧,୦୨,୩୭,୭୭୧ ଟଙ୍କା ଗଚ୍ଚ୍ଥିତ ରହିଚ୍ଥି । ଗତ ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଳ୍ା ମୁଖ୍ୟ ଚିକିସôାଳୟକୁ ଗୋଟିଏ ଡେଲିଭେରି କାଊଚ ଓ ଅଲଟ୍ରାସାଊଣ୍ଡ ମେସିନ ପାଇଁ ୧୬ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଚ୍ଥି । ତେଣୁ ନିୟମାବଳୀ ଆଧାରରେ ଏହାକୁ ଯଥାଶିଘ୍ର୍ର କ୍ରୟ ପାଇଁ ସି.ଡି.ଏମ୍.ଓ. ଙ୍କୁ ପରାମର୍ଶ ଦିଆଗଲା । ଯୁବ ରେଡକ୍ରସର ସ୍ୱେଚ୍ଚ୍ଥାସେବାମାନେ ସଚେତନତା ସୃଷ୍ଟି କରି ଗୋଟିଏ ଗୋଟିଏ ଗ୍ରାମକୁ ସଂପୂର୍ଣ୍ଣ ବାହ୍ୟ ମଳ ମୁକ୍ତ ଗ୍ରାମ ଭାବେ ପରିଣତ କରିପାରିଲେ ୧ ଲକ୍ଷ ଟଙ୍କାର ପ୍ରୋସôାହନ ରାଶି ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯିବା ପାଇଁ ଜିଲ୍ଳ୍ାପାଳ ଘୋଷଣା କରିଥିଲେ ମଧ୍ୟ ଏହି ଆହ୍ୱାନକୁ କେହି ଗ୍ରହଣ କରିନାହାଁନ୍ତି । ତେଣୁ ଆଗାମୀ ଦିନରେ ଏହାକୁ ସପଂଳ ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ । ବିଗତ ଦିନରେ ଜିଲ୍ଳ୍ାର ୨ ଗୋଟି ଅପହଞ୍ଚ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିବା ବେଳେ ଆଗାମୀ ଦିନରେ ଆଊ ଦୁଇଟି ଶିବିରର ଆୟୋଜନ କରାଯିବ ବୋଲି ସ୍ଥିର ହେଲା । ସମସ୍ତ ପଞ୍ଚାୟତ ଲୋକ ପ୍ରତିନିଧି ମାନଙ୍କୁ ରେଡକ୍ରସର ସ୍ଥାୟୀ ସଦସ୍ୟ ହେବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ । ଜିଲ୍ଳ୍ା ସଦର ମହକୁମାରେ ନୂତନ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେଲେ ରେଡକ୍ରସ୍ ପକ୍ଷରୁ ସୂଚନା ବୋର୍ଡ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ । ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଶିକ୍ଷାନୁଷ୍ଠାନର ବିଶୁଦ୍ଧ ପାନୀୟ ଜଳ ପାଇଁ ଆକ୍ୱାଗାର୍ଡ ସ୍ଥାପନ କରାଯିବ । ତେଣୁ ଡି.ପି.ସି. ତୁରନ୍ତ ଏହାର ତାଲିକା ପ୍ରଦାନ ପାଇଁ ପରାମର୍ଶ ଦିଆଗଲା । ପୂର୍ବ ବୈଠକରେ ସ୍ଥିର ହୋଇଥିଟେଲ ମଧ୍ୟ ତାହା କରାଯାଇ ନ ଥିବାରୁ ରେଡକ୍ରସ ସେଚ୍ଚ୍ଥାସେବୀ ମାନଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ କରିବାକୁ ସଭ୍ୟ ହୃଷିକେଶ ପଣ୍ଡାଙ୍କୁ ପୁନର୍ବାର ଦାୟିତ୍ୱ ଦିଆଗଲା । ଏହି ବୈଠକରେ ଜିଲ୍ଳ୍ା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜଗୋପାଳ ଆଚାର୍ଯ୍ୟ, ରାଜସ୍ୱ ପର୍ଷଦର ଅର୍ଥ ପରାମର୍ଶଦାତା ସୁବ୍ରତ ଶତପଥୀ, ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଏ.ଡି.ଏମ୍.ଓ. ଡା. ରୁଦ୍ର ପ୍ରତାପ କର, ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ସଦସ୍ୟ ଦିଗମ୍ୱର କର, ମନ୍ମଥ ମହାରଣା, ରମାକାନ୍ତ ଜେନା, ଆନନ୍ଦ ଚନ୍ଦ୍ର ସାହୁ, କୈଳାଶ ଚନ୍ଦ୍ର ନାୟକ, ଅରୁଣ ରାଊତରାୟ, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଳ୍ା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରପୁଂଲ ଚନ୍ଦ୍ର ଦେବତା ଓ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସହକାରୀ ଜିଲ୍ଳ୍ାପାଳ ତଥା ରେଡକ୍ରସ ଶାଖାର ସଂପାଦକ କୂଳମଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆବାସିକ କାର୍ଯ୍ୟାଳୟର କର୍ମଚାରୀ ଗଙ୍ଗାଧର ଜେନା , ଅଜୟ ବେହେରା, ଅକ୍ଷୟ ଦାସ, ନିରଂଜନ ବେହେରା, କାହ୍ନୁ ଚରଣ ନାୟକ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *