ମାନବ ସେବା ହିଁ ମାଧବ ସେବା,ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ କୋରକୁଣ୍ଡାରେ ମେଗା ସ୍ୱାସ୍ଥ୍ୟମେଳା,୪ହଜାର ରୋଗୀଙ୍କ ମାଗଣା ଚିକିତ୍ସା

ମାଲକାନଗିର,୧୨ା୧୧  (ଓଡିଆ ପୁଅ / ଏସ.ଦାଶ)  ମାଲାକନଗିରି ଜିଲ୍ଲା କୋରକୁଣ୍ଡା ସରକାରି ସ୍ୱାମୀ ଶିବାନନ୍ଦ ଉଚ୍ଚବିଦ୍ୟାଳୟ ପରିସରରେ ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ କଟକ ପକ୍ଷରୁ ଦୁଇଦିନ ଧରି ମାଗଣା ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଟିତ ହୋଇଯାଇଛି । ଟ୍ରଷ୍ଟର ସଂପାଦକ ପ୍ରଫେସର ଡ ଦତେଶ୍ୱର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସ୍ୱାସ୍ଥ୍ୟ ମେଳାରେ ମୁଖ୍ୟଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନଚକ୍ରବର୍ତି ଯୋଗଦେଇ ପ୍ରଦୀପପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ,ସମ୍ମାନିତ ଅତିଥି ଭାବେ ଜିଲ୍ଲାଜଜ ମାନସ ରଜଂନ ମିଶ୍ର,ଡିଏଏଫଓ ସମ୍ରାଟଗୌଡା,ଭାରତସରକାର ମନ୍ତ୍ରାଳୟର ଅବସରପ୍ରାପ୍ତ ସଚିବ ପ୍ରଦୀପ ପୂଜାରୀ,ଏସଏଟି ର ବିଜୟ ଦାସ,ରାଜ୍ୟସରକାର ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଡା ସୁରଜିତ ଦାଶ ପ୍ରମୁଖ ଯୋଗ ଦେଇ ଥିଲେ । ଆଦିବାସୀ ଅଧ୍ୟୁଷିତ ପଛୁଆ ଅନୁନ୍ନତ ମାଲକାନଗିରି ଜିଲ୍ଲାରେ ନିରକ୍ଷର ଗ୍ରାମବାସୀ ମାନେ ଗୁଣିଆ, ଦିଶାରୀ, ଅନ୍ଧବିଶ୍ୱାରେ ବସବର୍ତି ହୋଇ  ଡାକ୍ତରଙ୍କ ନିକଟକୁ ରୋଗି ଙ୍କୁ ନ ଆଣି ଦିଶାରୀ ଙ୍କ ନିକଟକୁ  ନେଇଥାନ୍ତି । ଏବେ ସେମାନଙ୍କ ନିକଟରେ ବଡ ବଡ ମେଡିକାଲ କଲେଜର ଡାକ୍ତର ମାନେ ପହଁଚି ଯାଇଛନ୍ତି,ଏହି ମେଗା ସ୍ୱାସ୍ଥ୍ୟ ମେଳା ଜିଲ୍ଲାରେ ପ୍ରଥମଭାବେ ହେଉଛି,ଏହାଦ୍ୱାରା ବିଭିନ୍ନ ଗ୍ରାମାଚଂଳର ଅନେକ ଗରିବ ରୋଗୀ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇ ଉପକୃତ ହୋଇପାରିବେ,ମାନବ ସେବା ହିଂ ମାଧବ ସେବା,ଗରିବ ରୋଗୀଙ୍କର ସ୍ୱାସ୍ଥ୍ୟସେବାରେ ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟର ଭୂମିକା ଅତ୍ୟନ୍ତ ଗୁରତ୍ୱପୂଣ୍ଣ ର୍ ରହିଛି ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଏହି ଶିବୀରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରାୟ ୪ହଜାର ରୁ ଉର୍ଦ୍ଦ ରୋଗୀଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା ।ଏହି ଶିବୀରରେ ଅତ୍ୟାଧୁନିକ ଇଣ୍ଡୋସକୋପ ଯନ୍ତ୍ର ଓ ଅନ୍ୟାନ ଚିକିତ୍ସା ଯନ୍ତ୍ରପାତି ସହିତ କଟକ,ସମ୍ବଲପୁର, ଭୁବନେଶ୍ୱର,ବୁର୍ଲା,ବ୍ରହ୍ମପୁର ମେଡିକାଲ କଲେଜର ପ୍ରାୟ ୫୦ଜଣ ଡାକ୍ତର ଓ ବିଶେଷଜ୍ଞ ମାନେ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟପରୀକ୍ଷାକରି ମାଗଣାରେ ଔଷଧ ବଟଂନ କରିଥିଲେ ।ବିଶେଷକରି ନ୍ୟୁରୋସର୍ଜରୀ, କିଡନୀ,ଭେଷଜ, ଶଲ୍ୟ,ପ୍ରସୂତୀ, ଶଲ୍ୟ, ମୂତ୍ରରୋଗ,ଶିଶୁରୋଗ, ହୃଦରୋଗ,ଗ୍ୟାଷ୍ଟ୍ରୋ,ଚକ୍ଷୁ ବିଶେଷଜ୍ଞ ମାନେ ଉପସ୍ଥିତ ରହି ରୋଗୀଙ୍କୁ ମାଗଣାରେ ଚିକତ୍ସା  ଯୋଗାଇ ଦେଇଥିଲେ । ଏହି ଶିବୀରକୁ ମାଲକାନଗିରି ଜିଲ୍ଲାପ୍ରଶାସନ, ଜିଲ୍ଲାସ୍ୱାସ୍ଥ୍ୟବିଭାଗ ସହଯୋଗ କରିଥିଲେ । ମାଲକାନଗିରି ଜିଲ୍ଲାରେ ଅଧିକାଂଶ ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ଚିକିତ୍ସା ଠିକ ଭାବେ ପାଇପାରୁ ନଥିଲେ । ଏହି ଶିବୀର ଦ୍ୱାରା ସେମାନେ ନିଜ ନିଜ ରୋଗ ପରୀକ୍ଷା କରି ମାଗଣାରେ ଚିକିତ୍ସା ପାଇପାରି ଥିବାରୁ ବିଭିନ୍ନ ଗ୍ରାମରୁ ଆସିଥିବା ରୋଗୀ ମାନେ ବହୁତ ଅନନ୍ଦିତ ହୋଇଛନ୍ତି । ଏହି ସ୍ୱାସ୍ଥ୍ୟମେଳାରେ ଜିଲ୍ଲାର କାଲିମେଳା,ପଡିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ମାଥିଲି,ମାଲକାନଗିରି, ଖଇରପୁଟ ସାତଟି ଯାକ ବ୍ଲକ ୧୧୧ଟି ଗ୍ରାମପଚାଂୟତ ର ବିଭିନ୍ନ ଦୁର୍ଗମ ଅପହଁଚ ଇଲାକାରୁ ଟ୍ରଷ୍ଟ ପକ୍ଷରୁ ରୋଗୀମାନଙ୍କୁ ଗାଡିରେ ଅଣା ଯାଇ ମାଗଣାରେ ରହିବା,ଖାଇବା ବ୍ୟବସ୍ଥା ସହିତ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ଚିତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ସଂସ୍ଥାକୁ ମାଲକାନଗିରି ଜିଲ୍ଲାବାସୀ ମାନେ ସାଧୁବାଦ ଜଣାଇଛନ୍ତି । ମେଗା ସ୍ୱାସ୍ଥ୍ୟମେଳାରେ ହଜାର ହଜାର ରୋଗୀଙ୍କ ସମାଗମ ହୋଇଥିବାରୁ ମାଲକାନଗିରି ଥାନାଅଧିକାରୀ ରଂଜନକୁମାର ସାହୁଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ଓ ସୁରକ୍ଷା କର୍ମୀ ମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

 

Leave a Reply

Your email address will not be published. Required fields are marked *