କେନ୍ଦ୍ରାପଡ଼ା

ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, ୨୨/୦୯(ଲକ୍ଷ୍ମୀକାନ୍ତ ନାୟକ)-ଜାତୀୟ ମାନବ ଅଧିକାର କମିଟି ଆନୁକୁଲ୍ୟରେ ମାନବ ଅଧିକାର ଓ ଆଇନ ସଚେତନତା କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଟାଉନ ହଲରେ ରାଜ୍ୟ ମାନବ ଅଧିକାର କମିଟି ଅଧ୍ୟକ୍ଷା ଦିପ୍ତୀମୟୀ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଓଡିଶାର ପୂର୍ବତନ ନ୍ୟାୟଧିଶ ତଥା ବର୍ତ୍ତମାନର ରାଜ୍ୟ ଆଇନ କମିଶନ ଅଧ୍ୟକ୍ଷ ବି·ରପତି ବିଜୟ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ରାଜ୍ୟର ପୂର୍ବତନ ମାନବ ଅଧିକାର କମିଶନ ବି·ରପତି ବିର କିଶୋର ମିଶ୍ର ମୁଖ୍ୟ ବକ୍ତାଭାବେ ଯୋଗଦେଇ ସାଧାରଣ ଲୋକାମାନେ କିପରି ନ୍ୟାୟ ପାଇବା ସହ ସେମାନେ ସମାଜରେ ସେମାନଙ୍କ ଅଧିକାର ସାବ୍ୟସ୍ଥ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥଲେ। କେନ୍ଦ୍ରପଡା ଉପଜିଲାପାଳ ସଂଜୟ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ନ୍ୟାୟିକ ବ୍ୟବସ୍ଥାରେ କିପରି ସାଧାରଣ ଲୋକମାନେ ନ୍ୟାୟ ପାଇବାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରଞନ କୁମାର ଦଲାଇ ମାନବ ଅଧିକାର କମିଟିର ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ସମ୍ପକରେ ଆଲୋଚନା କରିଥିଲେ। ରାଜେଶ ସାହୁ ଅତିଥି ପରିଚୟ ପ୍ରଦାନ କରିବାପରେ ଜିଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିବାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟ କମିଟିର ସଂଯୋଜକ ଅମରେଶ୍ୱର ଦାସ ଓ ଜିଲା କମିଟିର ସଭାପତି ଭକ୍ତିମୟୀ କର, ଉପସଭାପତି ମମତା ରାଉତରାୟ, କୋଷାଧ୍ୟକ୍ଷ ସନ୍ଧ୍ୟାରାଣୀ ଖଟୁଆ ଓ ସଭ୍ୟ ଉଦୟ ମିଶ୍ର ଏହି କାର୍ଯ୍ୟକ୍ରମେ ଉପସ୍ଥିତଥିଲେ। ଶେଷରେ ଜିଲା ସାଧାରଣ ସମ୍ପାଦକ ମିଲନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା କମିଟିର ସଂଯୋଜକ ଭାସ୍କର ଚନ୍ଦ୍ର ବେହେରା, ଦେବାଶିଷ ଦାସ, ଗୋଲକ ଚନ୍ଦ୍ର ରାଉତ, ବିକାଶ ଶେଖର ନାୟକ, ରାଜେନ୍ଦ୍ର ବାରିକ, ରାମଚନ୍ଦ୍ର ମହାନ୍ତି, ଉତ୍କଳ କେଶରୀ ମଣ୍ଡଳ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top