ଓଡ଼ିଶା

ମାନବିକତାର ଦିଗଦର୍ଶନ ଗଣେଶ୍ୱର

ଯୋଡା- ତା ୯/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସମାଜରେ ଦିନକୁ ଦିନ ମଣିଷ ପଣିଆଁର ଅବକ୍ଷେୟ ଘଟୁଥିବା ବେଳେ ହରିଚନ୍ଦନ ପୁର ଗଣେଶ୍ୱର ନାଏକ ମଣିଷ ପଣିଆର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି। ସେ ଜଣେ ଅଚିହ୍ନା ମାନସୀକ ଅନଗ୍ରସର ବ୍ୟକ୍ତିକୁ ଅନାହାର ଅବସ୍ଥାରେ ଉଦ୍ଧାର କରି ତାର ଜୀବନ ବଞ୍ଚାଇପାରିଥିବା ଯୋଗୁଁ ସାଧାରଣରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଛି। ଯୋଡା ଥାନା ଅନ୍ତର୍ଗତ ଡଡୁଆଁ ଗ୍ରାମର ସାଗର ମହାକୁଡ (୫୦) ଗତ ୨୪ ତାରିଖରେ ବାରିଆ ଥାନା ଅନ୍ତର୍ଗତ ପଞ୍ଚନ ଡୁମୁରିଆ ଗ୍ରାମକୁ ବରଯାତ୍ରୀ ଭାବରେ ଯାଇ ସେଠାରେ ନିଖୋଜ ହୋଇଯାଇଥିଲେ। ସେ ସାମାନ୍ୟ ମାନଶୀକ ବିକାରଗ୍ରସ୍ଥ ଥିବା ବେଳେ ତାଙ୍କ ପରିବାର ଲୋକ ଚିନ୍ତାରେ ପଡିଯାଇଥିଲେ। ଅନେକ ଖୋଜା ଖୋଜି ପରେ ତାକୁ ପାଇନଥିଲେ। ସାଗର ପିଲାଟି ଦିନକୁ ବାପା ମା ଛେଉଣ୍ଡ, ସେ ଅବିବାହିତ ରହି ଗ୍ରାମରେ ଦିନ ମଜୁରିଆ ଭାବରେ ରହି ଗୁଜୁରାଣ ମେଣ୍ଟାଇଥାନ୍ତି। ସାଗରଙ୍କ ସନ୍ଧାନ ନପାଇ ସମ୍ପର୍କିୟ ମାନେ ବାରିଆ ପୁଲିସ ଓ ଯୋଡା ଥାନା ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ନିଖୋଜ ହେବାର ୯ ଦିନ ପରେ ସାଗରଙ୍କ ସନ୍ଧାନ ମିଳିଲା। ହରିଚନ୍ଦନ ପୁର ବ୍ଲକ ହୁଣ୍ଡା ପଞ୍ଚାୟତ ତଅଁଣାହତା ଗ୍ରାମର ଗଣେଶ୍ୱର ନାଏକଙ୍କ ଘରେ ଆଶ୍ରୟ ନେଇଥିବା ଖବର ଗତ ୩ ତାରିଖ ଦିନ ପରିବାର ଲୋକ ପାଇବା ପରେ ସେମାନେ ତାଙ୍କୁ ଆଣିବାକୁ ସେଠାକୁ ଯାଇଥିଲେ। ଗଣେଶ୍ୱରଙ୍କ କହିବା ମୁତାବକ ଗତ ୨୮ତାରିଖ ସନ୍ଧ୍ୟା ୪ ଟା ସମୟରେ ସେ ତାଙ୍କ ଗାଁ ବିଲକୁ ଯାଇଥିବା ବେଳେ ସାଗରଙ୍କୁ ଧିରେ ଧିରେ ପାଦ ପକାଇ ଚାଲୁଥିବା ଦେଖିବାକୁ ପାଇଥିଲେ। ଖାଦ୍ୟାଭାବରୁ ତାଙ୍କର ଅବସ୍ଥା ଏପରି ହୋଇଯାଇଥିବା ଜାଣି ଅଚିହ୍ନା ହେଲେ ମଧ୍ୟ ଗଣେଶ୍ୱର ତାଙ୍କୁ ହାତ ଧରି ନିଜ ଘରକୁ ନେଇଆସିଥିଲେ। ସାଗର ଭଲ ଭାବରେ କଥାବାର୍ତ୍ତା କରିପାରୁନଥିଲେ। ତାଙ୍କୁ ଖାଇବାକୁ ଦେବା ପରେ ସାଗର ତା ପରଦିନ ସୁସ୍ଥ ହେବା ସହ କଥାବାର୍ତ୍ତା କରିଥିଲେ। ଗଣେଶ୍ୱରଙ୍କ ନିସ୍ୱାର୍ଥପର ସେବା ଯୋଗୁଁ ସାଗର ଅଳ୍ପଦିନ ମଧ୍ୟରେ ସୁସ୍ଥ ହୋଇପଡିଥିଲେ। କଥାବାର୍ତ୍ତା କରିବା ପରେ ସାଗର ବରଯାତ୍ରୀରି ଯାଇଥିବା ବେଳେ ତାଙ୍କୁ ଛାଡି ବରଯାତ୍ରୀ ଗାଡିଟି ପଳେଇଯିବା କହିବା ସହ ସେ ଚାଲି ଚାଲି ଏଠାକୁ ପଳେଇଆସିଥିବା କହିଥିଲେ। ସାଗରଙ୍କ ୫ଦିନ ରହଣି ମଧ୍ୟରେ ଗ୍ରାମବାସୀମାନଙ୍କର ସ୍ନେହ ଶ୍ରଦ୍ଧା ଏବଂ ନିବିଡ ସମ୍ପର୍କ ଗଢିଉଠିଥିଲା। ସାଗରଙ୍କ ଘର ଲୋକ ତାଙ୍କୁ ଫେରାଇଆଣିବାକୁ ଯାଇଥିବା ବେଳେ ଗଣେଶ୍ୱର ନାଏକ ସ୍ଥାନୀୟ ଗ୍ରାମବାସୀ ଏବଂ ନାଏକ ସରପଞ୍ଚ ବିପିନ ବିହାରୀ ବେହେରା ପ୍ରମୁଖ ବିଦାୟ ଦେବାକୁ ଉପସ୍ଥିତ ରହିଥିଲେ। ସାଗରଙ୍କୁ ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଦେଖିବାକୁ ମିଳିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top