ମାନବାଧିକାର ମିଶନ ପକ୍ଷରୁ ଆଗରପଡ଼ା ବଜାର ସଫେଇ

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଆଗରପଡ଼ା ବଜାର ଅଂଚଳରେ ମାନବାଧିକାର ମିଶନ, ଆଗରପଡ଼ା ଥାନା ଓ କଳିଙ୍ଗ କଂପ୍ୟୂଟର୍ସ ମିଳିତ ସହଯୋଗରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଆଁଶମଢିଆ ଛକ, ବେଲଶରପୁ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସନ୍ନିକଟ ରାସ୍ତା ସହ ନାଳନର୍ଦ୍ଦମା ଆଦି ପରିଷ୍କାର, ପରିଚ୍ଛନ୍ନ କରାଯାଇଥିଲା। ଏହି ସବୁ ସ୍ଥାନରେ ଦୀର୍ଘ ବର୍ଷଧରି ଅଳିଆ, ଆବର୍ଜ୍ଜନା ପଡ଼ିରହିଥିଲା। ଆଗରପଡ଼ା ଥାନାଧିକାରୀ ମାନସ କୁମାର ଦେଓ, କଳିଙ୍ଗ କଂପ୍ୟୁଟର୍ସ ନିର୍ଦ୍ଦେଶକ ତଥା ମାନବାଧିକାର ମିଶନ ଜିଲ୍ଲା ମିଡ଼ିଆ ସେକ୍ରେଟାରୀ ବିନୋଦ ଧଳ ସାମନ୍ତ, ମାନବାଧିକାର କମିଶନ ରାଜ୍ୟ ସଭାପତି ଦିଲୀପ ଧଳ, ଉପସଭାପତି ଚିନ୍ମୟ ସାହୁ, ଲିଗାଲ ସେକ୍ରେଟାରୀ ଆନଭୋକେଟ ବିନୟ କୁମାର ସ୍ୱାଇଁ, ମିଡ଼ିଆ ସେକ୍ରେଟାରୀ ବିକାଶ ଧଳ, ସାମ୍ବାଦିକ ଅକ୍ଷୟ ସିଂହ, ମନୋଜ ବେହେରା, ଜିଲ୍ଲା ସଭାପତି ଦେବେନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ବରୁଣ ·ନ୍ଦ, ଉପସଭାପତି ଅଜୟ ସାହୁ, ନିରଞ୍ଜନ ନାୟକ, ଲିଗାଲ ସେକ୍ରେଟାରୀ ସଂଜିବ ବାରିକ, ୱେଲଫେୟାର ସେକ୍ରେଟାରୀ ପ୍ରଜ୍ଞା ବାରିକ, ବ୍ଲକ ସଭାପତି ମୋନାଲିସା ମହାନ୍ତି, କଳିଙ୍ଗ କଂପ୍ୟୁଟର୍ସ ଶାଖା ପରି·ଳିକା ଗୀତାରାଣୀ ଦାସଙ୍କ ସମେତ ସୁହାନା ଖାତୁନ୍, ଜାନକୀ ପଣ୍ଡା, ପାକନ ଜେନା, ସବିତା ପଲେଇ, ରଶ୍ମିରେଖା ବେହେରା, ସ୍ୱପ୍ନାରାଣୀ ପଣ୍ଡା, ଭରତ ଜେନା, ଚନ୍ଦନ ନାୟକ, ପ୍ରଦୀପ ବେହେରା, ଜୀବନଜ୍ୟୋତି ଦାସ, ସତ୍ୟବ୍ରତ ସାହୁ, ଦେବାଶିଷ ପଣ୍ଡା, ହେମନ୍ତ ଦାସ ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରତି ରବିବାରରେ ବିଭିନ୍ନ ସ୍ଥାନରେ ଏହି ସଫେଇ କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *