ଓଡ଼ିଶା

ମାନବାଧିକାର କମିଶନଙ୍କୁ କେତେ ସମ୍ମାନ ଦିଅନ୍ତି ଅଫିସର ? ଆଠ ଧାଡିର ରିପୋର୍ଟ ଦେଲେ … ୪ ସପ୍ତାହ ବଦଳରେ ନେଲେ ୪୦ ସପ୍ତାହ

ଭୁବନେଶ୍ୱର ୨୦-୧ (ଓଡ଼ିଆ ପୁଅ) ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ କିଭଳି ଅଣଦେଖା କରାଯାଏ ଓ ବାରମ୍ବାର ଚିଠିଗଲା ପରେ ବି କିଭଳି ନିର୍ଦ୍ଦେଶନାମାକୁ ଅଫିସର ଖାତର କରନ୍ତି ନାହିଁ, ତାହା ପୁଣି ଥରେ ନଜରକୁ ଆସିଛି। କନ୍ଧମାଳ ଜିଲ୍ଲାରେ ଆଶ୍ରମ ସ୍କୁଲଗୁଡିକରେ ମ୍ୟାଲେରିଆ ବ୍ୟାପୁଥିବା ଘଟଣା ଉପରେ ଦାୟର ହୋଇଥିବା ଏକ ମାମଲାରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ମାନବାଧିକାର କମିଶନ କନ୍ଧମାଳ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏତେ ବଡ ସମ୍ବେଦନଶୀଳ ମାମଲାରେ ଏଇ ଦୁଇ ଅଫିସର ୪ ସପ୍ତାହ ବଦଳରେ ୧୦ ମାସ ଅର୍ଥାତ୍ ୪୦ ସପ୍ତାହରୁ ଅଧିକ ସମୟ ନେଇଛନ୍ତି। ଏତେ ସମୟନେଇ ସେମାନେ କମିଶନଙ୍କ ନିକଟରେ କୌଣସି ବିସ୍ତୃତ ରିପୋର୍ଟ ଦାଖଲ କରିନାହାନ୍ତି। ଦାଖଲ ହୋଇଥିବା ରିପୋର୍ଟରେ ମାତ୍ର ୮ ଧାଡି ରହିଛି। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶନାମାକୁ ଅଫିସରଙ୍କ ଏଭଳି ଅଣଦେଖା, ରିପୋର୍ଟ ଦାଖଲ ପାଇଁ ଏଭଳି ଅବହେଳା ଓ ଅହେତୁକ ବିଳମ୍ବ ପାଇଁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ଲାଗି ଆବେଦନକାରୀ କମିଶନଙ୍କୁ ଅନୁରୋଧ କରିଛନ୍ତି।

ଆଶ୍ରମ ସ୍କୁଲରେ ମ୍ୟାଲେରିଆ ବ୍ୟାପିବା ଘଟଣା

କନ୍ଧମାଳ ଜିଲ୍ଲାର ଆଶ୍ରମ ସ୍କୁଲଗୁଡିକରେ ଛାତ୍ରଛାତ୍ରୀମାନେ ଲଗାତର ମ୍ୟାଲେରିଆ ରୋଗରେ ପଡୁଥିବା ଦର୍ଶାଇ ଏଠାରେ ସ୍ୱାସ୍ଥ୍ୟସେବା ଠିକ୍ରେ ମିଳୁନଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। କାରଣ ୨୦୧୫ରେ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷରୁ ସାଢେ ତିନି ହଜାର ପିଲାଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡିଥିଲା। କମିଶନ ଏହାକୁ ବିଚାର କରି ୮ ଫେବୃୟାରୀରେ ୨୦୧୭ରେ କନ୍ଧମାଳ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ଅଭିଯୋଗର କୌଣସି ତଦନ୍ତ ହେଲା ନାହିଁ କିମ୍ବା ଠିକ୍ ସମୟରେ ରିପୋର୍ଟ ଦିଆଗଲା ନାହିଁ। ୧୦ ମାସ ପରେ ଗତ ଡିସେମ୍ବର ୫ ତାରିଖରେ କମିଶନଙ୍କ ନିକଟରେ ଜିଲ୍ଲାପାଳ ଗୋଟିଏ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ଆଠ ଧାଡିର ଏହି ରିପୋର୍ଟରେ କୁହାଯାଇଛି – ସବୁ ସ୍କୁଲରେ ଠିକ୍ ଚିକିତ୍ସାସେବା ଦିଆଯାଉଛି। ସମସ୍ତେ ଠିକ୍ କାମ କରୁଛନ୍ତି। ୨୦୧୬ ଓ ୨୦୧୭ରେ କେତେ ସ୍କୁଲ ଛାତ୍ରଛାତ୍ରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି, ସେ ସମ୍ପର୍କରେ କୌଣସି କଥ୍ୟ ଦିଆଯାଇନାହିଁ। ଏହି ସ୍କଲଗୁଡିକରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କେଉଁ ପ୍ରକାର ବ୍ୟବସ୍ଥା ରହିଛି ଓ ଏହାକୁ କିଭଳି ତଦାରଖ କରାଯାଉଛି, ସେ ନେଇ ମଧ୍ୟ ରିପୋର୍ଟରେ କିଛି କୁହାଯାଇନାହିଁ। ତେଣୁ ଏଭଳି ରିପୋର୍ଟକୁ ଅଗ୍ରାହ୍ୟକରି ସାନି ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେବାକୁ କମିଶନଙ୍କ ନିକଟରେ ଆବେଦନକାରୀ ଶ୍ରୀ ଅଖଣ୍ଡ ନିବେଦନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top