ଜିଲ୍ଲା ପରିକ୍ରମା

ମାନବଧିକାର ମିଶନ ପକ୍ଷରୁ ମାମ୍ବାଦିକ ସମ୍ମୀଳନୀ

ପୁରୀ, ୨୪/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପିଡିତ ଲୋକମାନଙ୍କୁ ସେମାନଙ୍କ ଅଧିକାରର ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ ପାଇଁ ମାନବଅଧିକାର ମିଶନ କାର୍ଯ୍ୟ କରୁଛି। ଓଡିଶାର ୨୬ ଟି ଜିଲ୍ଲାରେ ସଂଗଠନ ସଦସ୍ୟମାନେ କାର୍ଯ୍ୟ କରୁଛନ୍ତି ବୋଲି ଏହାର କର୍ମକର୍ତା ଦର୍ଶାଇଛନ୍ତି। ସାଲବେଗ ସମାଧିପୀଠ ପରିସରରେ ଆଯୋଗିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂମ୍ପର୍କରେ ସୂଚନା ଦେଇ ମାନବ ଅଧିକାର ମିଶନର ରାଜ୍ୟ ସଭାପତି ଦିଲ୍ଲୀପ୍ କୁମାର ଧଳ ଉପ ସଭାପତି ଚିନ୍ମୟ ସାହୁ, ଭଦ୍ରକ ଜିଲ୍ଲା ସଭାପତି ଧର୍ମେନ୍ଦ୍ର ପ୍ରଧାନ ଓ ଉପସଭାପତି ଅଜୟ ସାହୁ କହିଲେ ଯେ ଯେଉଁ ଲୋକ ବିଭିନ୍ନ କାର୍ଯ୍ୟରେ ହଇରାଣ ଓ ଦୁର୍ଦ୍ଦଶା ଭୋଗୁଛନ୍ତି, ସଂଗଠନ ସେମାନଙ୍କୁ ତାଙ୍କର ନ୍ୟାୟ ପାଇବା ଦିଗରେ ସହଯୋଗ କରୁଛି। ପିଡିତଙ୍କ ଅଧିକାର ସୁରକ୍ଷା ଦିଗରେ ସଂଗଠନ କାର୍ଯ୍ୟରତ ସମଗ୍ର ଓଡିଶାରେ ଏଭଳି ସଂଗଠନ ମାଧ୍ୟମରେ ମାନବାଧିକାର ଆୟୋଗ ନିକଟରେ ଲୋକମାନଙ୍କ ସମସ୍ୟାକୁ ଉପସ୍ଥାପିତ କରି ନ୍ୟାୟ ପ୍ରଦାନ ଦିଗରେ ସଦସ୍ୟ ମାନଙ୍କ କାର୍ଯ୍ୟଧାରା ଜାରୀ ରହିଛି ବୋଲି କର୍ମକର୍ତାମାନେ ଦର୍ଶାଇଥିଲେ। ପୁରୀ ଜିଲ୍ଲାର ସଭାପତି ଭାବେ ଅରୁଣ ତ୍ରପାଠୀ, କୃଷ୍ନ ରାୟ, ବିରଜା ପଟ୍ଟନାୟକ ଓ ଉପସଭାପତି ଚିନ୍ମୟ ଦାସ, ରଞ୍ଜିତା ମହାନ୍ତି ଚନ୍ଦ୍ର ଶେଖର ମିଶ୍ର ସୂର୍ଯ୍ୟ ନାରାୟଣ ପ୍ରଧାନ, ଚିନ୍ମୟ ଚାଟାର୍ଜୀ ଓ ନିକି ପ୍ରଧାନ କର୍ମକର୍ତା ଭାବେ ମନୋନିତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top