ଜିଲ୍ଲା ପରିକ୍ରମା

ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀଙ୍କ ୫୪ତମ ପୂଣ୍ୟତିଥି

ଭୁବନେଶ୍ୱର, ୨୪ା୬ (ଓଡ଼ିଆ ପୁଅ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସେବାକେନ୍ଦ୍ର ଓମ୍ ନିବାସରେ ସଂସ୍ଥାର ପ୍ରଥମ ମୁଖ୍ୟ ପ୍ରଶାସିକା ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀ (ମମା)ଙ୍କ ୫୪ତମ ପୂଣ୍ୟତିଥି ପାଳନ କରାଯାଇଛି। ମାତେଶ୍ୱରୀ ୧୯୧୯ ମସିହା ପଞ୍ଜାମର ଅମୃତ ସହରରେ ଜନ୍ମଗ୍ରହଣ କରିଥିଲେ। ୧୯୬୫ ଜୁନ୍ ୨୪ତାରିଖରେ ନିଜର ପ୍ରାର୍ଥିବ ଶରୀର ମାଉଣ୍ଟଆବୁରେ ତ୍ୟାଗ କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ବୋର୍ଡର ସଭ୍ୟ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ମାଉଣ୍ଟଆବୁରେ ଏକ ରାଜନୈତିଜ୍ଞ ସମ୍ମିଳନୀରେ ଯୋଗଦେଇ ତାଙ୍କ ଅନୁଭବରେ ଶୁଣାଇଥିଲେ ଯେ, ଏହି ସଂସ୍ଥା ନାରୀ ଜାଗରଣରେ ସାରା ବିଶ୍ୱରେ ଏକ ନମ୍ବର ଭାବେ ବିବେଚିତ ହୋଇଅଛି। ନାରୀ ଶକ୍ତି ଦ୍ୱାରା ହିଁ ଦେଶର ବିକାଶ ହୋଇପାରିବ। ମାତେଶ୍ୱରୀ ଜଗଦମ୍ବା ସରସ୍ୱତୀତାହାର ଜ୍ୱଳନ୍ତ ଉଦାହରଣ। ମୁଖ୍ୟବକ୍ତା ରୂପେ ବିଏସ୍ ଏନ୍ ର ଏ.ଜି.ଏମ୍ . ଭ୍ରାତା ବ୍ରହ୍ମାକୁମାର ପ୍ରଭାକର ଗିରି ଯୋଗଦେଇ କହିଥିଲେ ଯେ, ଜଗଦମ୍ବା ସରସ୍ୱତୀଙ୍କୁ ଅନୁସରଣ କରି ଲକ୍ଷଲକ୍ଷ ଭାଇ ଭଉଣୀ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ସୁଚାରୁ ରୂପେ ପରିଚାଳନା କରିଥିଲେ। ପ୍ରଥମେ ଅତିଥିବୃନ୍ଦ ଦୀପ ପ୍ରଜ୍ୱଳନ କରିଥିଲେ ଏବଂ ଜଗଦମ୍ବା ସରସ୍ୱତୀଙ୍କ ପ୍ରତି ପୁଷ୍ପଦ୍ୱାରା ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଏଥିରେ ପ୍ରାୟ ୨୦୦ ଭାଇ ଭଉଣୀ ଯୋଗଦାନ କରି ମମାଙ୍କ ଆଦେଶରେ ଅନୁପ୍ରାଣିତ ହେବାପାଇଁ ପ୍ରେରଣା ପାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top