ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ ପରେ ଫାଟକରେ ତାଲା ଝୁଲୁଛି

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ବହୁ ପ୍ରତିକ୍ଷିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ବାସୁଦେବପୁରରେ ଉଦଘାଟନ ହେଲା । ଏହି ହାଇପ୍ରୋଫାଇଲ ଡାକ୍ତରଖାନାକୁ ଉଦଘାଟନ କଲେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିବ ବୋଲି ଆଶା କରି ସ୍ଥାନୀୟ ଅଞ୍ଚଳବାସୀ ବେଶ ଖୁସି ଥିଲେ । ହେଲେ ଉଦଘାଟନ ପରେ ଏହା କାର୍ଯ୍ୟକ୍ଷମ ହେବା ବଦଳରେ ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକରେ ତାଲା ଝୁଲୁଛି । ୨ ୦ ୧ ୪ ଫେବୃଆରୀ ୨୪ରେ ମନ୍ତ୍ରୀ ଶ୍ରୀ ରାଉତରାୟ ବାସୁଦେବପୁର ଡାକ୍ତରଖାନା ପରିସରରେ ମାତୃ ଓ ଶିଶୁ ଚିକିତ୍ସାଳୟ ନିର୍ମାଣ ପାଇଁ ଭୂମି ପୂଜା କରିଥିଲେ । ଆଧୁନିକ ଚିକିତ୍ସ । ପଦ୍ଧତି ଦ୍ୱାରା ମା’ ଓ ଶିଶୁମାନଙ୍କ ଚିକିତ୍ସ । ସହ ସେମାନଙ୍କ ମୃତୁ୍ୟ ହାରକୁ ରୋକଯାଇ ପାରିବ ବୋଲି ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ମନ୍ତ୍ରୀ କହିଥିଲେ । ପରେ ବିଳମ୍ବ ହେଲେ ବି ୩୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ମନ୍ତ୍ରୀ ଶ୍ରୀ ରାଉତରାୟ ନିକଟରେ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ । ଏହି ଉଦଘାଟନ ଉତ୍ସବରେ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଅବଦୁଲ ରସିଦ, ସ୍ଥାନୀୟ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡ. ଭଜହରି ସାହୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଉଦ୍ଘାଟନ ପରେ ନୂଆ ଡାକ୍ତରଖାନାରୁ ସ୍ୱାସ୍ଥ୍ୟସେବା ମିଳିବା ତ ଦୂରର କଥା, ଫାଟକରେ ତାଲା ଝୁଲୁଛି । ଉଦଘାଟନ ପରେ ତାଲା ପଡିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ନୂଆ ଡାକ୍ତରଖାନାରୁ ଉନ୍ନତ ମାନର ଚିକିତ୍ସା ସେବା ମିଳିବା ଆଶା ମଉଳିବାକୁ ବସିଛି । ଡାକ୍ତରଖାନାକୁ ଆଶା କରି ଆସୁଥିବା ଲୋକ ଫାଟକରେ ତାଲା ଝୁଲୁଥିବା ଦେଖି ନିରାଶ ହୋଇ ପୁରୁଣାକୁ ଭରସା କରୁଛି ବୋଲି କହିଛନ୍ତି ବାବୁରାମ ସାମଲ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଆବଶ୍ୟକତା ରହିଛି ବୋଲି କବି ବିକାଶ କୁମାର ଶତପଥୀ କହିଛନ୍ତି । ଅପରପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସ । ଅଧିକାରୀ ଡାକ୍ତର ରସିଦ ଡାକ୍ତର ଅଭାବ ଥିବା କହିଛନ୍ତି । ମାତ୍ର ଯେଉଁ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସହ ଶିଶୁ ବିଶେଷଜ୍ଞ ରହିଛନ୍ତି, ସେମାନଙ୍କୁ ଆଉଟଡୋର କରିବାକୁ କୁହାଯାଇଛି । ତେବେ କାହିଁକି ବନ୍ଦ ରହିଛି, ତାହା ବୁଝୁଛି ବୋଲି ସେ କହିଛନ୍ତି

Leave a Reply

Your email address will not be published. Required fields are marked *