ଜିଲ୍ଲା ପରିକ୍ରମା

ମାତୃଶକ୍ତି ମହିଳା ମହାସଂଘର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାତୃଶକ୍ତି ମହିଳା ମାହାସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଦୀର୍ଘଦିନ ଧରି ବିପିଏମ୍ ରଶ୍ମୀତା ନାୟକଙ୍କ ମନମୁଖି କାର୍ଯ୍ୟ ଓ ମହାସଂଘକୁ ଭାଙ୍ଗିବା ପାଇଁ ଜାଲ ଦସ୍ତଖତ୍ କରି ଚିଠି କରିଥିବା ନେଇ ତାଙ୍କୁ ବହିସ୍କାର ଦାବିରେ ଏହି ଧାରଣା ଦିଆଯାଇଛି । ଏହାକୁ ନେଇ ପୁର୍ବରୁ ବହୁବାର ମାତୃଶକ୍ତି ମହାସଂଘ ଅଭିଯୋଗ କରୁଆସୁଥିଲେ ମଧ୍ୟ ଏଥିପ୍ରତି ଜିଲ୍ଲାପ୍ରଶାସନ କର୍ଣ୍ଣପାତ କରୁନଥିବା ଯୋଗୁଁ ଏପରିପଦକ୍ଷେପ ନିଆଗଲା ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ସଂଘର ଅଭିଯୋଗ ଅନୁଯାଇ, ଗତ ୧୯୯୯ମହା ବାତ୍ୟାପରେ ୨ହଜାର ମସିହା ଅଗଷ୍ଟ ମାସରେ କାରିଟାସ୍ ଇଣ୍ଡିଆ ନୁଆଦିଲ୍ଲି ସହାୟତାରେ ବାଲେଶ୍ୱର ସାମାଜିକ ସେବା ସଂସ୍ଥା ସଂଯୋଗରେ ବିକାଶ କର୍ମୀ ଅମୀୟ ଚନ୍ଦ ନାୟକଙ୍କ ଦ୍ୱାରା ଭଦ୍ରକ ଜିଲ୍ଲାରେ ପ୍ରଥମକରି ସୟା ପଞ୍ଚାୟତରେ ମହିଳା ମଣ୍ଡଳ ଗଠନ ହୋଇଥିଲା । ଯାହାକୁ ଭାଙ୍ଗିବା ପାଇଁ ବିପିଏମ୍ ଚକ୍ରାନ୍ତ କରିଛନ୍ତି ବୋଲି ସଂଘ ଅଭିଯୋଗ କରିବା ସହ ୨୦୧୬ମସିହା ପର୍ଯ୍ୟନ୍ତ ସରକାରୀ ଅଡ଼ିଟ୍ କରିଛି । ତେଣୁ ୨୦୧୭/୧୮ ମସିହାର ଶିଘ୍ର ତଦନ୍ତ କରିବା ପାଇଁ ସଂଘ ଅନୁରୋଧ କରିଛି । କିଛି ରାଜନୈତିକ ଲୋକ ଦୁର୍ନୀତ ହୋଇଛି ବୋଲି ମିଥ୍ୟା ପ୍ରଚାରକରି ମାଆ ମାନଙ୍କ ମନରେ ଅଶାନ୍ତିର ବାତା ବରଣ ସୃଷ୍ଟି କରିଛନ୍ତି । ଏହା ସମାଧାନ ନକରି ମହାସଂଘର ପୁନଃଗଠନ କଲେ ମାଆ ମାନଙ୍କ ଯାହା କ୍ଷତିହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମହାସଂଘ କରିଛି । ଯଦି ଆଗାମି ଦିନରେ ଏହାର ସମାଧାନ ନହୁଏ ତେବେ ଏହି ଆନେ୍ଦାଳନକୁ ତିବ୍ର କରାଯିବା ବୋଲି ସହଘ ପକ୍ଷରୁ କୁହାଯାଇଛି । ଆଜିର ଏହି ଧାରଣାରେ ଉପଦେଷ୍ଠା ଅମୀୟ ଚନ୍ଦ ନାୟକ, ମାତୃଶକ୍ତି ମହିଳା ସଂଘର ସମ୍ପାଦିକା  ଜୟନ୍ତି ନାୟକ, ସଭାନେତ୍ରୀ ନିରୁପମା ଦାସ, କୋଷାଧ୍ୟକ୍ଷ ସୁରତୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top