ମାତୃଶକ୍ତି ବ୍ରାହ୍ମଣ ସଂଘର ୬ଷ୍ଠ ବାର୍ଷିକ ଉତ୍ସବ

ବୌଦ୍ଧ,୦୩ା୦୪(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) :ବୌଦ୍ଧର ମାତୃଶକ୍ତି ବ୍ରାହ୍ମଣ ଭୋଜିବଂଟନ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ନାଗରିକ ତି୍ରନାଥ ପ୍ରସାଦ ହୋତା ଯୋଗଦେଇ ସଂଘର ସଦସ୍ୟମାନେ ନିଷ୍ଠା ଓ ପବିତ୍ରତା ରଖି କାର୍ଯ୍ୟ କରିବାକୁ ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ଅତିଥି ଭାବରେ ସଂଘର ପ୍ରତିଷ୍ଠାତା ମିନୁ ପ୍ରସାଦ ମିଶ୍ର ଯୋଗଦେଇ ସଦସ୍ୟମାନଙ୍କୁତ୍ତସଠିକ୍ ଭାବରେ କାର୍ଯ୍ୟ ସଂପାଦନ ପାଇଁ ପ୍ରେରଣା ଦେଇଥିଲେ । ସଭାପତି ରାମଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂପାଦକ ସତ୍ୟବ୍ରତ ପୁରୋହିତ,ସହସଂପାଦକ ସୋମନାଥ ପୁରୋହିତ,କୋଷାଧ୍ୟକ୍ଷ ଜୟ ଶଙ୍କର ହୋତା,କାର୍ଯ୍ୟକାରୀ ସଦସ୍ୟ ସର୍ବେଶ୍ୱର ପୁରୋହିତ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *