ମନୋରଞ୍ଜନ

ମାତୃଭାଷା ଦିବସରେ ଓଡ଼ିଆ ଗୀତ ରିଲିଜ୍

ଭୁବନେଶ୍ୱର ୨୧/୨ (ଓଡ଼ିଆ ପୁଅ): ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଓଡ଼ିଆ ଇ-ପତ୍ରିକା ନବପଲ୍ଲବ ତରଫରୁ ଓଡ଼ିଆ ଗୀତଟିଏ ରିଲିଜ୍ ହୋଇଛି। ଗତ ଜାନୁଆରୀ ୧ ତାରିଖରେ ନୂଆବର୍ଷ ଅବସରରେ ଏହି ପତ୍ରିକାଟିର ପ୍ରଥମ ସଂସ୍କରଣ ଇଣ୍ଟରନେଟରେ pdf ଭାବରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସଂସ୍କରଣରେ ସମୁଦାୟ ୪୦ଟି ଲେଖା ସ୍ଥାନିତ ହୋଇଥିଲା। ପରବର୍ତ୍ତୀ ସମୟରେ ଓଡ଼ିଆ ଲିପି ପଢ଼ିପାରୁନଥିବା ପାଠକ ଏବଂ ଗପ ପଢ଼ିବା ଅପେକ୍ଷା ଶୁଣିବାରେ ଅଧିକ ରୁଚି ରଖୁଥିବା ପାଠକଙ୍କ ପାଇଁ ଏହି ପତ୍ରିକା ତରଫରୁ ଅଡ଼ିଓ ମାଗାଜିନ୍ ତିଆରି କରାଯାଇଥିଲା। ପତ୍ରିକାଟିରେ ପ୍ରକାଶିତ ଲେଖାଗୁଡ଼ିକ ରେକର୍ଡ଼ିଂ କରି ଏହାକୁ ୟୁ-ଟ୍ୟୁବ୍‌ଚେନାଲରେ ଅପ୍‌ଲୋଡ୍ କରାଯାଇଛି। ଫଳରେ ମାଗଣାରେ ପତ୍ରିକାଟି ପଢ଼ିବା ସ‌ହ ଏହାର ଲେଖାଗୁଡ଼ିକ ମଧ୍ୟ ଶୁଣିପାରିବେ।

ଆଜି ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏହି ପତ୍ରିକା ତରଫରୁ ଏକ ଓଡ଼ିଆ ଗୀତ ନବପଲ୍ଲବ ଇ-ପତ୍ରିକାର ୟୁ-ଟ୍ୟୁବ୍‌ଚେନାଲରେ ରିଲିଜ୍ ହୋଇଛି। ଏହି ଗୀତଟିକୁ ରଚନା କରିଥିଲେ ଶାଶ୍ୱତ ଏବଂ ସ୍ୱର ସଂଯୋଜନା କରିଥିଲେ ମାନସ ରଞ୍ଜନ ଦାଶ। ମାନସ ରଞ୍ଜନ ଦାଶ ଏହି ଗୀତଟିକୁ ନିଜେ ଗାଇଥିଲେ ଏବଂ ସମ୍ବିତ ଦାସ ଏହାର ଭିଡ଼ିଓ ତିଆରି କରିଥିଲେ। ନବପଲ୍ଲବର ପତ୍ରିକାକୁ ନେଇ ତିଆରି ହୋଇଥିବା ଏହି ଗୀତଟି ଲୋକମାନେ ଶୁଣିଲେ ନିଶ୍ଚୟ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହି ପତ୍ରିକାର ପରିଚାଳକ ତ‌ଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତି। ଏହି ପତ୍ରିକାଟିର ଆଗାମୀ ସଂସ୍କରଣ ଓଡ଼ିଆ ନବବର୍ଷ ସମୟରେ ଅପ୍ରେଲ ମାସରେ ପ୍ରକାଶ ପାଇବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top