ମା’ତାରିଣୀ ପୀଠରେ ଦଶହରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ

ଘଟଗାଁ,୨୦/୦୯(ଓଡିଆ ପୁଅ/ଭବାନୀ ପ୍ରସାଦ)-ଦଶହରା ଉପଲକ୍ଷେ ସବୁ ସ୍ଥାନରେ ପ୍ରସ୍ତୁତି କାର୍ଯ୍ୟ ଯୋର ସୋରରେ ଚାଲିଥିବା ବେଳେ କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଦଶହରା ପୂଜା ପାଇଁ ପ୍ରସ୍ତୁତୀ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ମାଆଙ୍କ ମନ୍ଦିର ପରିଷର ଭିତରେ ମା ଦଶଭୁଜାଙ୍କ ମୂର୍ତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ ତୋରଣ କାର୍ଯ୍ୟ ଯୋରଦାରରେ ଚାଲିଛି । ଦଶହରା ଅବସରରେ ଅଧିକ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଆଖି ଆଗରେ ରଖି ପ୍ରଶାସନ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ଶାରଦୀୟ ଦଶହରା ପର୍ବ ଉପଲକ୍ଷେ ବିଭିନ୍ନ ଶକ୍ତି ପିଠ ବେଶ ଚଳ ଚଂଚଳ ହୋଇ ଉଠିଛି । କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ଦଶହରା ପର୍ବ ବହୁ ଆଡମ୍ବର ସହ ପାଳିତ ହୋଇଥାଏ । ଏହି ଅବସରରେ ମାଙ୍କ ମନ୍ଦିର ପରିସର ଭିତରେ ଥିବା ଦୁର୍ଗା ମଣ୍ଡପରେ ମାଙ୍କ ଦଶହରା ପୂଜା ପାଇଁ ମା ଦଶଭୂଜାଙ୍କ ମୂର୍ତୀର ମାଟି କାର୍ଯ୍ୟ ଶେଷ ହୋଇଯାଇଛି । ପୂଜା ପୂର୍ବରୁ ମୂର୍ତୀର ରଙ୍ଗ କାମ ଶେଷ ହେବା ସହ ମାଙ୍କୁ ବସ୍ତ୍ର ଓ ନାନା ଅଳଙ୍କାରରେ ସଜ୍ଜିତ କରିବା ପାଇଁ କରିଗର ମାନେ ଲାଗି ପଡିଛନ୍ତି । ତୋରଣ କାର୍ଯ୍ୟ ଯୋରସୋରରେ ଚାଲିଥିବା ବେଳେ ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ବୋଲି କାରିଗର ମାନେ ପ୍ରକାଶ କରିଛନ୍ତି । ଓଡିଶାର ପ୍ରମୂଖ ଶକ୍ତି ପୀଠ ମଧ୍ୟରେ ପ୍ରସିଦ୍ଧ ମା ତାରିଣୀଙ୍କ ପୀଠରେ ଦଶହରା ଅବସରରେ ବହୁ ସଂଖାରେ ଭକ୍ତ ମାନେଙ୍କ ଆଗମନ କୁ ଆଖି ଆଗରେ ରଖି ପ୍ରଶାସନ ତଥା ପୋଲିସ ବିଭାଗରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାର ଯୋଜନା ରହିଛି । ଶାରଦୀୟ ଦଶହରା ପାଇଁ ସକାଳୁ ସକାଳୁ ମାଙ୍କୁ ସ୍ନାନ କରାଇବା ପରେ ମଙ୍ଗଳ ଆଳତୀ, ନିତୀ ପୂଜା ବିଧି ସହ ଷୋଡଶ ଉପଚାରରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ମନ୍ଦିରରେ ଦଶହରା ପୂଜା ଅବସରରେ ଅଧିକ ଭିଡ କାରଣରୁ ଅଧିକ ପୁଜାରୀ ନିୟୋଜିତ ହେବାପାଇଁ ପୂଜକ ପକ୍ଷରୁ ପ୍ରକାଶ ପାଇଛି । ତେବେ ପାର୍ବଣ ଅବସରରେ ମା ତାରିଣୀ ମନ୍ଦିରକୁ ବାହୁ ସଂଖ୍ୟାରେ ଆସୁଥିବା ଭକ୍ତ ମାନଙ୍କ ମନୋରଂଜନ ପାଇଁ ମନ୍ଦିର ପକ୍ଷରୁ ଭଜନ ସମାରୋହ, ପ୍ରବଚନ ଓ ମହିଳା ପାଲା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *