ଓଡ଼ିଶା

ମା’ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର, ୬/୩(ଓଡିଆ ପୁଅ/ସୁଦାମ ମହାରଣା) ଦକ୍ଷିଣ ଓଡ଼ିଶାର ଅଧିଷ୍ଠତ୍ରୀ ଦେବୀ ମା’ତାରାତାରିଣୀଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ଯାଇଅଛି।
ଯାତ୍ରା କୁ ଦୃଷ୍ଟିରେ ରଖି ସେବାୟତ ମାନେ ଦୈନନ୍ଦିନ ନୀତିକାନ୍ତି ରେ ସାମାନ୍ୟ ସମୟ ପରିବର୍ତ୍ତନ କରି ଭୋର ୫.୩୦ଟା ବେଳୁ ମଙ୍ଗଳ ଆଳତୀ, ମାଜଣା, ବିଧି ଓ ଫଳ ଭୋଗ ପରେ ସର୍ବସାଧାରଣଙ୍କ ଦ୍ରଶନ ନିମନ୍ତେ ସାହାଣ ମେଲା କରାଯାଇଥିଲା।ଶ୍ରଦ୍ଧା ଳୁମାନେ ଅଭିଷ୍ଟ ପୂରଣ ନିମିତ୍ତ ନିଜ ସନ୍ତାନ ସନ୍ତିତୀଙ୍କ ମୁଣ୍ଡନ କରାଇଥିଲେ।ଭୋଗ ଥାଳି ଧରି ମା’ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡି ଲଗାଇ ଥିବା ଦେଖିବାକୁ ମିଳିଥିଲା।ଅନେକଯାତ୍ରୀ ମାନସିକ ସହଣୀ ପାଇଁ ମନ୍ଦିର ପାଦଦେଶରେ ରୋଷେଇ କରି ବନ୍ଧୁ ବାନ୍ଧବଙ୍କ ଗହଣରେ ଭୋଜିଭାତର ମଜା ନେବା ର ଦେଖାଯାଇଥିଲା।ଯାତ୍ରାର ସୁ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ, ମନ୍ଦିର ଉନ୍ନୟନ ପରିଷଦ, ଟ୍ରଷ୍ଟବୋର୍ଡ ଓ ଜିଲ୍ଲା ପୋଲିସ ମାନଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ଯୋଗ ଦେଇ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।ଭକ୍ତ ଙ୍କ ସୁବିଧା କୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ପାହାଡ ଉପରେ ମୋବାଇଲ ୟୁରିନାଲ ବ୍ୟବସ୍ଥା ଗ୍ରହଣ କରାଯାଥିଲା।ପରିବହନ ପ୍ରସାଶନ ପକ୍ଷରୁ ଭକ୍ତଙ୍କୁ ପାହାଡ଼ ଉପରକୁ ନେବା ଆଣିବା ପାଇଁ ୧୦ଟି ବସ୍ ବ୍ୟବସ୍ଥା କରାଯାଇଥିଲା।ପ୍ରଥମ ପାଳିରେ ଦ୍ରଶନ ଟିକଟ ବାବଦକୁ ୨୦, ୦, ୨୦ଟଙ୍କା, ସ୍ବତନ୍ତ୍ର ଦ୍ରଶନ ରୁ ୮୦୫୦ଟଙ୍କା, ମୁଣ୍ଡନବାବଦରୁ ୪୦୭୮୦ଟଙ୍କା, ପ୍ରସାଦ ପୁଡିଆ ବାବଦରୁ ୧୦୪୫୮୦ଟଙ୍କା, ମିଠା ରୁ ୨୫୨୪୦ଟଙ୍କା, ବସ୍ ସେବା ରୁ ୧୨୫୨୫୦ଟଙ୍କା, ଅନ୍ୟାନ୍ୟ ବାବଦରୁ୨୦୧୩୨ଟଙ୍କା ଆଦାୟ ହୋଇଥିବା ମନ୍ଦିରଟ୍ରଷ୍ଟବୋର୍ଡ ନିରର୍ବହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ନିଶାଙ୍କ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top