ଓଡ଼ିଶା

ମାଟ୍ରିକ ପ୍ରଶ୍ନ ପତ୍ର ଲିକ ମାମଲାରେ ପ୍ରତିବାଦ ଗଣତାନ୍ତ୍ରିକ ପ୍ରତିବାଦ କରୁଥିବା ଏବିଭିପି କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣ ନିନ୍ଦନୀୟ- ବିଜେପି

– ଗଣତାନ୍ତ୍ରିକ ପ୍ରତିବାଦର ଅଧିକାରକୁ ସାବ୍ୟସ୍ତ କରୁଥିବା ଏବିଭିପି କାର୍ଯ୍ୟକର୍ତାଙ୍କୁ ଗୋଡାଇ ଗୋଡାଇ ପିଟି ନବୀନ ସରକାର ବିରୋଧର ସ୍ୱରକୁ ବଳ ପ୍ରୟୋଗ କରି ଚପାଇବାକୁ ଚେଷ୍ଟା କରୁଛନ୍ତି

ଭୁବନେଶ୍ୱର, ତା୨୭/୦୨ (ଓଡ଼ିଆ ପୁଅ) : ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ ମାମଲାରେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତା ମାନଙ୍କୁ କମିଶନରେଟ ପୋଲିସର ବର୍ବର ଆକ୍ରମଣକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି।

ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିବା ଏବିଭିପି କାର୍ଯ୍ୟକର୍ତାଙ୍କ ପ୍ରତି ଯେଭଳି ନୃଶଂସତାର ସହ ମାଡ ମାରିଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଯୁବ ମୋର୍ଚାର ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ ଦାସ କହିଛନ୍ତି।

ଶ୍ରୀ ଦାସ କହିଛନ୍ତି ଯେ ଗଣତନ୍ତ୍ରରେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାର ସମସ୍ତଙ୍କର ଅଧିକାର ରହିଛି। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଭାଗ୍ୟ ସହ ଖେଳୁଥିବା ଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ବିରୁଦ୍ଧରେ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିବାକୁ ଯାଇଥିବା ଏବିଭିପିର କାର୍ଯ୍ୟକର୍ତା ମାନଙ୍କୁ ପୋଲିସ ଅତ୍ୟନ୍ତ ନୃଶଂସ ଭାବେ ଗୋଇଠା ଓ ଲାଠି ମାଡ କରୁଥିବା ଦୃଶ୍ୟ ସ୍ପଷ୍ଟ କରୁଛି ଯେ ନବୀନ ସରକାର ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦକୁ ମଧ୍ୟ ବରଦାସ୍ତ କରୁ ନାହାନ୍ତି।

ଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ବୋର୍ଡର ଭୁଲ ଯୋଗୁ ପ୍ରଶ୍ନ ପତ୍ର ଲିକ ହୋଇ ପିଲା ମାନଙ୍କର ଭାଗ୍ୟ ସହ ଖେଳ ଖେଳା ଯାଉଥିବା ବେଳେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଏବିଭିପିର କାର୍ଯ୍ୟକର୍ତା ମାନଙ୍କ ଉପରେ ଗୋଡାଇ ଗୋଡାଇ ବର୍ବରୋଚିତ ଆକ୍ରମଣ କରି ନବୀନ ସରକାର ବିରୋଧର ସ୍ୱରକୁ ବଳ ପ୍ରୟୋଗ କରି ଚପାଇ ଦେବାକୁ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top