କୋରାପୁଟ

ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ; କୋରାପୁଟ ଜିଲ୍ଲାରେ ୯୭୦୯ ଛାତ୍ରଛାତ୍ରୀ ପାସ ;ଏ-୧ରେ ୧୨, ଏ-୨ରେ ୧୨୦, ବି-୧ ରେ ୩୭୦ ଓ ବି-୨ ରେ୧୦୭୭ ଉର୍ତ୍ତୀର୍ଣ୍ଣ

କୋରାପୁଟ ; ତା୦୭-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଆଜି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଯାଇଛି।କୋରାପୁଟ ଜିଲ୍ଲାର ୨୬୯ ଟି ସ୍କୁଲର ୧୪୦୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରିଥିଲେ। ୬୨ ଟି କେନ୍ଦ୍ରରେ ୧୩୭୩୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।୫୮ ଜଣ ଛାତ୍ରଛାତ୍ରୀ କପି କରି ଧରାପଡିଥିବାରୁ ୧୩୬୭୬ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପଳ ପ୍ରକାଶିତ ହୋଇଥିବା ଜଣାପଡିଛି।ଏଥିରୁ ୯୭୦୯ ଜଣ ଛାତ୍ରଛାତ୍ରୀ ପାସ କରିଥିବା ଜଣାପଡିଛି।ଏଥିମଧ୍ୟରୁ୫୧୫୪ ବାଳକ ଥିବା ବେଳେ୪୫୫୫ ଜଣ ବାଳିକା ଥିବା ଜଣାପଡିଛି।ଏ-୧ ଗ୍ରେଡରେ ୧୨ ଜଣ ଉର୍ତ୍ତୀର୍ଣ୍ଣ ହୋଇଥିବା ବେଳେଏ-୨ ରେ ୧୨୦, ବି-୧ ରେ୩୭୦, ବି-୨ ରେ ୧୦୭୭, ସି ରେ୨୧୮୫, ଡି ରେ ୩୪୧୪, ଇ ରେ୨୫୩୧ ଓ ଏଫରେ ୩୯୬୭ ଜଣ ଉର୍ତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି।ଏ-୧ ରେ ଜୟପୁରରୁ ସତ୍ୟବୀର ମୁଦୁଲି, ସତ୍ୟଜିତ ରଥ, ଶୁଭଲକ୍ଷ୍ମି ରାଉତ, ଶ୍ୱେତା ଦାସ, ଅନ୍ନପୂର୍ଣ୍ଣା ନାୟକ ଓ ରୁତୁପୂର୍ଣ୍ଣା ପଟନାୟକ, କୋରାପୁଟରୁ ପ୍ରସନ୍ନ ସାହୁ ଓ ସାମ ସତ୍ୟ ପ୍ରଜ୍ଞା, କୁମୁଲିରୁ ସୁଜାତା ପଣ୍ଡା ଉର୍ତ୍ତୀର୍ଣ୍ଣ ହୋଇଥିବା ବିଜ୍ଞାନ ସୁପରଭାଇଜର ଆର.ଶିବ ଶଙ୍କର ପଟନାୟକ ସୂଚନା ଦେଇଛନ୍ତି।ସେମିଲିଗୁଡାରୁ ୨ ଜଣ ଏ-୧ ରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି କିନ୍ତୁ ସେମାନଙ୍କ ନାମ ଜଣାପଡିନାହିଁ ବୋଲି ସେ ପ୍ରକାଶ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top