ଓଡ଼ିଶା

ମାଟ୍ରିକ ପରୀକ୍ଷାର ମୂଲ୍ୟାୟନକୁ ବର୍ଜନ କଲେ ଶିକ୍ଷକ ମିଳିତମଞ୍ଚ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଭଦ୍ରକ ଶାଖା ତରଫରୁ ଆଜି ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ ପାଇଁ ଭଦ୍ରକ ଜିଲ୍ଲା ସ୍କୁଲ ଓ ସରକାରୀ ବାଳିକା ସ୍କୁଲ ୨ଟି ସେଣ୍ଟର ସମ୍ମୁଖରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିକେଟିଂ କରିଥିଲେ। ଓଡ଼ିଶାର ଅଗଣିତ ସ୍କୁଲ କଲେଜ ଶିକ୍ଷକ ଓ ଅଧ୍ୟାପକ କର୍ମଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ଲକ ଗ୍ରାଣ୍ଟକୁ ଉଚ୍ଛେଦ ପାଇଁ ଆଜି ଆନ୍ଦୋଳନର ଡ଼ାକରା। ବ୍ଲକ ଗ୍ରାଣ୍ଟ ଭଳି କୁସ୍ôିତ ପ୍ରଥାକୁ ଶିକ୍ଷକ ଓ ଅଧ୍ୟାପକଙ୍କ ଉପରେ ଲଦି ଦେଇ ସରକାର ଗଭୀର ନିଦ୍ରାରେ ଶୋଇ ରହିଛନ୍ତି। ବାରମ୍ବାର ଶିକ୍ଷକ ଓ ଅଧ୍ୟାପକ ମାନେ ଆନ୍ଦୋଳନ କରୁଛନ୍ତି। ସରକାର ପ୍ରତିଶୃତି ଦେଉଛନ୍ତି ପୁଣି କାର୍ଯ୍ୟକାରୀ କଲାବେଳେ ପ୍ରତାରଣା କରୁଛନ୍ତି। ଏପରି ସ୍ଥଳେ ମିଳିତମଞ୍ଚ ନିଷ୍ପତ୍ତି ଅନୁସାରେ ୨୦ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ମୂଲ୍ୟାୟନକୁ ସମ୍ପୁର୍ଣ୍ଣ ବର୍ଜନ ପାଇଁ ଶିକ୍ଷକ ଓ ଅଧ୍ୟାପକ ମାନେ ଆହ୍ୱାନ ଦେଇଛନ୍ତି। ଭଦ୍ରକର ୨ଟି ସେଣ୍ଟର ସମ୍ମୁଖରେ ଶତାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଧାରଣାରେ ବସି ରହିଛନ୍ତି। ବ୍ଲକ ଗ୍ରାଣ୍ଟକୁ ପୁର୍ଣ୍ଣ ଅନୁଦାନ ଦେବା, ସତ୍ୟ ପାଠକୁ ପ୍ରତ୍ୟାହର କରିବା, ଚାକିରୀ ସର୍ତ୍ତାବଳୀ ନେବା ଦାବିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କର ଯେଉଁ କ୍ଷତି ହେବ ସେଥିବାଇଁ ସରକାର ଦାୟୀ ରହିବେ ବୋଲି ଓଷ୍ଟାର ରାଜ୍ୟ ସମ୍ପାଦିକା ସୁରଜିତା ନାୟକ, ଅକ୍ଷୟ ହୋତା, ପୁର୍ଣ୍ଣଚନ୍ଦ୍ର ଦାସ, ସାଧୁଚରଣ ଷଢଙ୍ଗୀ, ସମ୍ପାଦକ ପ୍ରଦିପ୍ତ ଦାସ, ଶଶୀ ଶେଖର କରଶର୍ମା, ବୈକୁଣ୍ଠ ବିଶ୍ୱାଳ, ପ୍ରହ୍ଲାଦ ସାହୁ, ରତ୍ନାକର ଶତପଥି, ସୁବଳ ପତ୍ରୀ, ରାଧାକୃଷ୍ଣ ପଣ୍ଡା ପ୍ରମୁଖ ଏହି ଧାରଣାରେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top