ମାଟ୍ରିକ ପରିକ୍ଷାରେ ଉତ୍ତିର୍ଣ୍ଣ ହେଲେ ୭୯.୭୮% ପରିକ୍ଷାର୍ଥୀ

ପାରଳାଖେମୁଣ୍ଡି,୮ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାରେ ୧୦ମ ଶ୍ରେଣୀ ପରିକ୍ଷା ଫଳ ପ୍ରକାଶ ପାଇବା ପରେ ମୋଟ ୭୯.୭୮ଶତକଡା ପରିକ୍ଷାର୍ଥୀ ଉତ୍ତିର୍ଣ୍ଣ ହୋଇଥିବାର ସୁଚନା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ । ଜିଲାରେ ମୋଟ ୩୫ଗୋଟି କେନ୍ଦ୍ରରେ ୧୪୬ଟି ଗୋଟି ବିଦ୍ୟାଳୟର ଛାତ୍ର/ଛାତ୍ରୀମାନେ ମାଟି୍ରକ ପରିକ୍ଷା ଆବେଦନ କରିଥିଲେ । ଏଥିରେ ମୋଟ ୭୪୨୭ପରିକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ମୋଟ ୭ଜଣଙ୍କ ଠାରୁ କପି ଧରାଯାଇଥିବା ବେଳେ ୭୪୨୦ଛାତ୍ର/ଛାତ୍ରୀଙ୍କର ପରିକ୍ଷା ଫଳ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ପରିକ୍ଷା ଫଳ ଅନୁସାରେ ଜିଲାରେ କୌଣସି ପରିକ୍ଷାର୍ଥୀ ଏ୧ଗ୍ରେଡରେ ଉତ୍ତିର୍ଣ୍ଣ ହୋଇପାରିନାହାନ୍ତି । ଉତ୍ତିର୍ଣ୍ଣ ହୋଇଥିବା ପରିକ୍ଷାର୍ଥୀଙ୍କ ମଧ୍ୟରେ ଏ୨ଗ୍ରେଡରେ ୧୦,ବି୧ଗ୍ରେଡରେ ୧୨୪ଜଣ, ବି୨ଗ୍ରେଡରେ ୫୨୯ଜଣ, ସିିଗ୍ରେଡରେ ୧୪୪୧ଜଣ, ଡିଗ୍ରେଡରେ ୨୨୩୨ଜଣ, ଇଗ୍ରେଡରେ ୧୫୮୪ଜଣ, ଏଫ ଗ୍ରେଡରେ ୧୫୦୦ଜଣ ଉତ୍ତିର୍ଣ୍ଣ ହୋଇଛନ୍ତି । ଏହିପରି ମୋଟ ୭୪୨୭ଙ୍କ ମଧ୍ୟରୁ ୩୦୪୩ଜଣ ଛାତ୍ର ଓ ୨୮୭୭ଛାତ୍ରୀ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ଉତ୍ତିର୍ଣ୍ଣ ହୋଇଥିବା ମୋଟ ପରିକ୍ଷାର୍ଥୀଙ୍କ ସଂଖ୍ୟା ୫୯୨୦ହୋଇଥିବା ବେଳେ ଏହା ଶତକଡା ୭୯.୭୮ବୋଲି ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *