ଜିଲ୍ଲା ପରିକ୍ରମା

ମାଟି୍ରକ୍ ପରୀକ୍ଷାରେ ରାଜ୍ୟରେ ତଳଆଡୁ ଭଦ୍ରକ ଚତୁର୍ଥ, ଜିଲାରେ ପାସ୍ ହାର ୭୦.୮୫ ପ୍ରତିଶତ , ସହରର ୩ ଖ୍ୟାତନାମା ହାଇସ୍କୁଲକୁ ମିଳିଲାନି ଏ-୧

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରୁ ମାଟି୍ରକ୍ ପରୀକ୍ଷା ଫଳ ଅତି ନୈରାଶ୍ୟ ଜନକ ହୋଇଛି । ଚଳିତବର୍ଷ ଏହି ଜିଲାର ପରୀକ୍ଷା ଫଳ ୭୦.୮୫ ପ୍ରତିଶତ ହୋଇଥିବାବେଳେ ପାସ୍ହାର ତାଲିକାରେ ଭଦ୍ରକ ୨୭ ନମ୍ବରରେ ରହିଛି । ଅର୍ଥାତ୍ ତଳଆଡୁ ଭଦ୍ରକ ଜିଲାର ସ୍ଥାନ ୪ରେ ରହିଛି । ଗତବର୍ଷ ୮୭.୨୯ ପ୍ରତିଶତ ଥିଲା । ଏବର୍ଷ ପାସ୍ହାର ସମେତ ଜିଲାର ସ୍ଥାନ ଖସିବା ନେଇ ଶିକ୍ଷାବିତ୍ମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଜିଲାରେ ଗୁଣାତ୍ମକ ଶିକ୍ଷାଦାନ ଓ ଏହାର ସମୀକ୍ଷା ଆଦୌ ହେଉନଥିବା ଅଭିଯୋଗ ହୋଇଛି । ବିଶେଷକରି ସହରର ଥିବା ତିନି ସରକାରୀ ହାଇସ୍କୁଲରେ ଏ-୧ ରେ ଜଣେ କେହି ନ ରହିବା ଶିକ୍ଷାଦାନ ବ୍ୟବସ୍ଥା ପ୍ରତି ଅଂଗୁଳି ନିଦେ୍ର୍ଦଶ କରିଛି । ଚଳିତବର୍ଷ ଜିଲାର ୩୧୮ ହାଇସ୍କୁଲରୁ ୨୩,୭୪୩ ଜଣ ଛାତ୍ରଛାତ୍ରୀ ମାଟି୍ରକ୍ ପରୀକ୍ଷା ଦେଇଥିଲେ । ଏହା ମଧ୍ୟରୁ ୧୬,୮୨୩ ଜଣ ପାସ୍ କରିଛନ୍ତି । ଏହା ମଧ୍ୟରୁ ବାଳକ ୮୦୬୨ ଥିବାବେଳେ ୮୭୬୧ ପରୀକ୍ଷାର୍ଥ ବାଳିକା ଅଛନ୍ତି । ୬,୯୨୦ ଫେଲ୍ ହୋଇଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ-୧ ଗ୍ରେଡ୍ରେ ୪୮ ଜଣ, ଏ-୨ ରେ ୪୬୨ ଜଣ, ବି-୧ ରେ ୧୨୨୦ ଜଣ, ବି-୨ ରେ ୨୨୫୩, ସି-ଗ୍ରେଡ୍ରେ ୩୬୫୦, ଡି- ୫୪୨୫ ଓ ଇ ଗ୍ରେଡ୍ରେ ୩୮୯୫ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜିଲାର ପକାଶିତ ମାଟି୍ରକ ପରୀକ୍ଷା ଫଳରୁ ଜଣାଯାଇଛି ଯେ ସରକାରୀ ବିଦ୍ୟାଳୟ ଗୁଡିକୁ ପଛରେ ପକାଇ ବେସରକାରୀ ବିଦ୍ୟାଳୟ ଗୁଡିକ ବହୁଆଗରେ ରହିଛି । ଭଦ୍ରକ ସହରାଞ୍ଚଳରେ ଥିବା ୪ଟି ସରକାରୀ ହାଇସ୍କୁଲ ମାଟି୍ରକ ପରୀକ୍ଷା ଫଳ ଅତି ନୈରାଶ୍ୟ ଜନକ ହୋଇଛି । ଅନ୍ୟପକ୍ଷରେ ମଂଜୁଳା ମଂଜରୀ ସରସ୍ୱତୀ ଶିଶୁ ମନ୍ଦିରର ପରୀକ୍ଷା ଫଳ ଭଲ ହୋଇଛି । ଏହି ବିଦ୍ୟାଳୟରୁ ଚଳିତବର୍ଷ ୧୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହାମଧ୍ୟରୁ ୧୭୫ ଜଣ ପାସ୍ କରିଛନ୍ତି । ପାସ୍ ହାର ୯୦ ପ୍ରତିଶତ । ଏ-୧ରେ ୫ ଜଣ, ଏ-୨ ରେ ୪୭. ବି-୧ ରେ ୪୦, ବି-୨ ରେ ୩୮, ସି ଗ୍ରେଡ୍ରେ ୩୩, ଡି ଗ୍ରେଡ୍ରେ ୧୦ ଓ ଇ ଗ୍ରେଡ୍ରେ ୨ ଜଣ ପାସ୍ କରିଛନ୍ତି । ଅପରପକ୍ଷରେ ଜିଲା ସ୍କୁଲ ଗତ ୨ ବର୍ଷ ଧରି ତାର ପୂର୍ବ ଖ୍ୟାତି ହରାଇ ବସିଛି । ଚଳିତବର୍ଷ ଏହି ବିଦ୍ୟାଳୟରୁ ୧୯୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏହାମଧ୍ୟରୁ ୧୨୯ ଜଣ ପାସ୍ କରିଛନ୍ତି । ପାସ୍ ହାର ୭୭ ପ୍ରତିଶତ । ଏ-୧ ଗ୍ରେଡ୍ ରେ କୌଣସି ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇନଥିବାବେଳେ ଏ-୨ ରେ ୪, ବି-୧ ରେ ୯, ବି-୨ ରେ ୧୬, ସି ଗ୍ରେଡ୍ରେ ୨୩, ଡି ରେ ୬୦, ଇ ଗ୍ରେଡ୍ରେ ୧୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ଏଥର ୧୩୫ ଜଣ ମାଟି୍ରକ୍ ପରୀକ୍ଷା ଦେଇଥିଲେ । ଏହାମଧ୍ୟରୁ ୧୦୯ ଜଣ ପାସ୍ କରିଥିଲେ । ପାସ୍ ହାର ୮୧ ପ୍ରତିଶତ । ଏ-୧ରେ କେହିନଥିବାବେଳେ ଏ-୨ ରେ ୬ ଜଣ, ବି-୧ ରେ ୧୨ ଜଣ, ବି-୨ ରେ ୨୨ ଜଣ, ସି ଗ୍ରେଡ୍ରେ ୩୨ ଜଣ, ଡି ରେ ୨୩ ଜଣ ଓ ଇ ଗ୍ରେଡ୍ରେ ୧୪ ଜଣ ପାସ୍ କରିଛନ୍ତି । ଅନ୍ୟତମ ସରକାରୀ ଉଚ୍ଚ ବିଦ୍ୟାଳୟ ବାଘୁରାଇ ହାଇସ୍କୁଲର ୧୦୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର ୫୮ ଜଣ ପାସ୍ କରିଛନ୍ତି । ପାସ୍ ହାର ୫୩.୭୦ ପ୍ରତିଶତ । ଏ ଗ୍ରେଡ୍ କୌଣସି ଛାତ୍ରଛାତ୍ରୀଙ୍କୁ ମିଳିନଥିବାବେଳେ ଏ-୨ ରେ ୪ ଜଣ, ବି-୧ ରେ ୬ ଜଣ, ବି-୨ ରେ ୫ ଜଣ, ସି ଗ୍ରେଡ୍ରେ ୯ ଜଣ, ଡିରେ ୨୩, ଇ ଗ୍ରେଡ୍ରେ ୧୧ ଜଣ ପାସ୍ କରିଛନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳରେ ଥିବା ନାରାୟଣ ଚନ୍ଦ୍ର ହାଇସ୍କୁଲର ପରୀକ୍ଷାପଳ ଶୋଚନୀୟ ହୋଇପଡିଛି । ଏହି ବିଦ୍ୟାଳୟର ପାସ୍ ହାହର ଚଳିତ ବର୍ଷ ମାତ୍ର ୪୦ ପ୍ରତିଶତ ରହିଛି । ଏହି ବିଦ୍ୟାଳୟର ୨୯୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୧୮ ଜଣ ପାସ୍ କରିଛନ୍ତି । ଏ ଓ ଏ-୧ ଗ୍ରେଡ୍ କାହାରିକୁ ନମିଳିଥିବାବେଳେ ବି-୧ ରେ ଜଣେ, ବି-୨ ରେ ୪ ଜଣ, ସି ଗ୍ରେଡ୍ ରେ ୧୦ ଜଣ, ଡି ରେ ୪୫ ଓ ଇ ଗ୍ରେଡ୍ରେ ୫୮ ଜଣ ପାସ୍ କରିଛନ୍ତି । ଗତ ବର୍ଷ ଜିଲାର ୩୧୭ ଟି ହାଇସ୍କୁଲ ୨୪, ୨୦୮ ଛାତ୍ରଛାତ୍ରୀ ମାଟି୍ରକ ପରୀକ୍ଷା ଦେଇଥିଲେ ।  ଏହାମଧ୍ୟରୁ ୨୧,୧୩୨ ପାସ୍ କରିଥିଲେ । ଏ ଗ୍ରେଡ୍ରେ ୬୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏ-୨ ରେ ୮୭୬, ବି-୧ ରେ ୨୬୭୪, ବି-୨ ରେ ୪୬୦୫, ସି  ଗ୍ରେଡ୍ରେ ୫୪୬୦, ଡି ଗ୍ରେଡ୍ରେ ୫୦୭୪ ଓ ଇ ଗ୍ରେଡ୍ରେ ୨୩୭୬ ଜଣ ପାସ୍ କରିଥିଲେ । ଚଳିତ ବର୍ଷ ମାଟି୍ରକ ପରୀକ୍ଷା ଫଳକୁ ନେଇ ସହରାଞ୍ଚଳରେ ଥିବା ଏହି ୩ଟି ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମତ ପ୍ରକାଶ କରିଛନ୍ତି ଯେ ବିନା ସାକ୍ଷାତକାରରେ ଦୁର୍ବଳ ଛାତ୍ରଛାତ୍ରୀମାନେ ନାମ ଲେଖାଇବା କାରଣରୁ ରେଜାଲ୍ଟ ଗତ ୨ ବର୍ଷ ଧରି ଖରାପ ହେବାର ଲାଗିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top