ମାଟିଆଗୁଣ୍ଡି ପୋକ ପ୍ରଭାବ/ କୋରାପୁଟ ଜିଲ୍ଲାର ୪ ଟି ବ୍ଲକର ୧୭୫୬ ହେକ୍ଟର ଧାନଜମି ପ୍ରଭାବିତ 

କୋରାପୁଟ ; ତା୦୬-୧୧-୧୭(ଓଡିଆପୁଅ/ରଂଜନ କୁମାର ଦାସ)ମାଟିଆଗୁଣ୍ଡି ପୋକ ଯୋଗୁଁ କୋରାପୁଟ ଜିଲ୍ଲା ବି ପ୍ରଭାବିତ ହୋଇଛି ।ଜିଲ୍ଲାର ବୋରିଗୁମ୍ମା , ଜୟପୁର , କୁନ୍ଦ୍ରା ଓ କୋଟପାଡ ୪ ଟି ବ୍ଲକରେ ଧାନଜମିରେ ମାଟିଆଗୁଣ୍ଡି ପୋକ ଲାଗି ୧୭୫୬ ହେକ୍ଟର ଧାନଜମି କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ଗତ ୪ ତାରିଖରେ ଅବଗତ କରାଯାଇଥିବା ଜଣାପଡିଛି ।ବୋରିଗୁମ୍ମା ବ୍ଲକରେ ସର୍ବାଧିକ ୧୦୦୮ ହେକ୍ଟର ଧାନଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁନ୍ଦ୍ରା ବ୍ଲକରେ ୩୧୪ ହେକ୍ଟର ,କୋଟପାଡ ବ୍ଲକରେ ୨୫୪ ହେକ୍ଟର ଓଜୟପୁର ବ୍ଲକରେ ୧୫୯ ହେକ୍ଟର ଧାନଜମି କ୍ଷତିଗ୍ରସ୍ତ ହୋଇଥିବା ଜରୁରୀକାଳିନ ବିଭାଗ ତରଫରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *