ଓଡ଼ିଶା

ମାଛ ଧରିବାକୁ ଯାଇ ୨ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହି, ୨୩/ ୯ (ଓଡ଼ିଆ ପୁଅ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତର ବଣଆଗୋଡି ଗ୍ରାମର ଦୁଇଜଣ ଯୁବକ ମାଛ ଧରିବାକୁ ଯାଇ କେନାଲ ପାଣିରେ ବୁଡି ନିଖୋଜ ହୋଇଥିବା ଜଣାଯାଇଛି। ଖବରରୁ ଜଣାଯାଇଛି ଯେ ଗ୍ରାମର ମୁରଲୀଜେନାଙ୍କ ପୁଅ ସଞ୍ଜୟ ଜେନା, ଓ ରମା ଜେନାଙ୍କ ପୁଅ ନାଳୁ ଜେନା (୧୬) ଆଜି ଦିନ ୧୨ଟାବେଳେ ମାଛ ଧରିବାକୁ ନୁଆକରି ଖୋଳାଯାଇଥିବା ବୈତରଣୀ ନଦୀ ସଂଯୋଗୀ କରଣ କେନାଲକୁ ଯାଇଥିଲେ। କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନଥିଲା। ସନ୍ଧ୍ୟା ସମୟରେ ନିକଟସ୍ଥ ଏକ କେନାଲ ନିକଟରେ ଉଭୟଙ୍କ ଜୋତା ଓ ଜାଲ ରଖା ଯାଇଥିବା ଦେଖି ଲୋକଙ୍କ ମନରେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକମାନେ କେନାଲ ଭିତରେ ପସି ଖୋଜାଖୋଜି ଆରମ୍ଭ କରିଛନ୍ତି। ହାଟଡିହି ଦମକଳ ବିଭାଗର କର୍ମଚାରୀ ମାନେ ମଧ୍ୟ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେଠାରେ ୧୦ରୁ ୧୫ଫୁଟ ଗଭୀରର ପାଣି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟୁଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top