ad
ଓଡ଼ିଶା

ମାଛ ତେଲରେ ମାଛ ଭାଜିବା ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ – ଧର୍ମେନ୍ଦ୍ର ପ୍ରଧାନ

– ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲା ଗସ୍ତ ଅବସରରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ
– ମୟୁରଭଞ୍ଜ ରେଳପଥ ପାଇଁ ଜିଲା ବିଜେପି ବହୁ ଆଗରୁ ପ୍ରୟାସ ଆରମ୍ଭ କରିଛି
– କେବଳ ଚିଠିଲେଖିବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ
– ଜାଲି କମ୍ପାନୀଙ୍କୁ ସରକାରୀ ଜମି ଦେଉଛନ୍ତି ସରକାର
– ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବହୁ ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଲୋକାର୍ପଣ
– ବିରାଟ ଜନସଭାକୁ ଉଦବୋଧନ କରିବେ ପ୍ରଧାନମନ୍ତ୍ରୀ
– ମୟୁରଭଞ୍ଜର ଚାରା ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା
– ଫୋକସରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର

ଭୁବନେଶ୍ୱର/ବାରିପଦା, ୨୯ ଡିସେମ୍ବର (ଓଡ଼ିଆ ପୁଅ) -ମାଛ ତେଲରେ ମାଛ ଭାଜିବାରେ ମୁଖ୍ୟମନ୍ତ୍ରୀଙ୍କର ଅଭ୍ୟାସ ଅଛି। ଚିଠି ଲେଖିବାରେ ମୁଖ୍ୟମନ୍ତ୍ରୀ ପାରଙ୍ଗମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲା ଗସ୍ତ ଅବ୍ୟବହିତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇଁ ଜିଲା ଗସ୍ତରେ ଯାଇଥିବା ମନ୍ତ୍ରୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ରେଳପ୍ରକଳ୍ପ ପାଇଁ ମାଗଣା ଜମି କଥା ଯାହା ଉଠାଇଛନ୍ତି ତାହା ଉପରେ କଣ କୁହାଯାଇ ପାରିବ। ଏହି ଦୁଇଟି ରେଳ ପ୍ରକଳ୍ପ ଲାଗି ବିଜେପି ଜିଲା ଶାଖା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି। ପ୍ରକଳ୍ପକୁ ଭାରତ ସରକାର ଗୁରୁତ୍ୱ ସହ ବିଚାର କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେଉଁ ପ୍ରକଳ୍ପ ପାଇଁ ଜମି ଦେବାକଥା କହିଛନ୍ତି ତାହା କରିନାହାନ୍ତି। ଯାହାର ଉଦାହରଣ ଖୋର୍ଦ୍ଦା-ବଲାଙ୍ଗୀର ରେଳପଥ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନୀରବ ମୋଦି ଓ ଜାଲି କମ୍ପାନି ମାନଙ୍କୁ ଜମି ଦେଉଛନ୍ତି ହେଲେ ଖୋର୍ଦ୍ଦାରେ ବଟଲିଂ ପ୍ଲାଂଟ ପାଇଁ ଆଇଓସିଏଲ ପରି କମ୍ପାନୀ ୨୫ କୋଟି ଜମା କରିବା ସତ୍ୱେ ମଧ୍ୟ ଜମି ଦେଉନାହାନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ। ମୟୁରଭଞ୍ଜ ରେଳ ପ୍ରକଳ୍ପ କଥା ଜାଣିବା ପରେ ମାଛ ତେଲରେ ମାଛ ଭାଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖ ଜିଲା ଗସ୍ତ ଉପରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗ୍ରସ୍ତ ସମୟରେ ବହୁ ସରକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏଥିରେ ରେଳ, ରାସ୍ତା ପରି ବହୁ ପ୍ରକଳ୍ପ ରହିଛି। ଏହାପରେ ପ୍ରଧାନମନ୍ତ୍ରୀ ଏକ ବିରାଟ ଜନସଭାକୁ ଉଦବୋଧନ କରିବେ।

ଉତର ଓଡିଶାର ୫ଟି ଲୋକସଭା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଉପରେ ବିଶେଷ କରି ଫୋକସ ଦିଆଯାଇଛି। ସରକାରୀ କାର୍ଯ୍ୟକ୍ରମ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଜିଲାର ବଡ ଚାରା ଦୁର୍ନୀତି ହୋଇଛି। ଜିଲାରେ ଯେତେ ଜମି ନାହିଁ ସେତେ ଚାରା ଆସିଛି। ଏ ହେଉଛି ରାଜ୍ୟ ସରକାରଙ୍କ ପାରିବାପଣିଆ। ରାଜ୍ୟ ମୁଖ୍ୟମନ୍ତ୍ରୀ ଅସହିଷ୍ଣ ହୋଇ ଉଜ୍ଜଳା ଯୋଜନାକୁ ସମାଲୋଚନା କରୁଛନ୍ତି। ମୋଦି ସରକାରଙ୍କ ସମୟରେ କେବଳ ମୟୁରଭଞ୍ଜ ଜିଲାରେ ରହିଥିବା ସାଢେ ୬ ଲକ୍ଷ ଘର ମଧ୍ୟରୁ ୩ ଲକ୍ଷ ୩୧ ହଜାର ଘରେ ଏଲପିଜି ପହଁଚିଛି। ଯାହା ମୋଦି ସରକାର ଆସିବା ସମୟରେ ୫୪ ହଜାର ଥିଲା। ମୟୁରଭଞ୍ଜ ଜିଲାରେ ଡାକ୍ତର ଖାନାରେ ଡାକ୍ତର ନାହାନ୍ତି। ମେଡିକାଲ କଲେଜରେ ଡାକ୍ତର ରହୁନାହାନ୍ତି ଏହା ହେଉଛି ରାଜ୍ୟ ସରକାରଙ୍କ ଅସଲ ପାରିବାପଣିଆ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top