ମାଛ ଗୋଦାମରେ ଚଢ଼ାଉ, ଫାର୍ମାଲିନ୍ ନମୁନା ସଂଗ୍ରହ

ପୁରୀ:୨୦/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାଛରେ ଫାର୍ମାଲିନ ମିଶାଯାଉଥିବା ଅଭିଯାଗକୁ ନେଇ ପୁରୀର ବିଭିନ୍ନ ମାଛ ଗୋଦାମ ଉପରେ ଶୁକ୍ରବାର ଚଢ଼ାଉ କରାଯାଇଛି। ଚଢ଼ାଉରେ ମତ୍ସ୍ୟ ବିଭାଗ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସମେତ ଆଡିସ୍ନାଲ ଫିସରିଂ ଅଫିସର ଦେବେନ୍ଦ୍ର ବେହେରା ଖାଦ୍ୟ ସୁରକ୍ଷା ଅଧିକାରୀ ସମେତ ୭ଜଣିଆ ଟିମ୍ ସାମିଲ ଥିଲେ। ଟିମ୍ ପକ୍ଷରୁ ରେଡକ୍ରସ ରୋଡ, ସ୍ୱର୍ଗଦ୍ୱାର ମାଛ ମାର୍କେଟ ଓ ପେଣ୍ଠକଟା ଅଞ୍ଚଳର ମାଛ ଗୋଦାମ ଓ ଦୋକାନ ଉପରେ ଚଢ଼ାଉ କରାଯାଇଥିବା ବେଳେ ରୋହୀ, ମାକୁର, ଇଲିଶି ମାଛର ସାମ୍ପୁଲ ସଂଗ୍ରହ କରାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଥିଲା। ସାମ୍ପୁଲରୁ ଯଦି କିଛି ଫାର୍ମାଲିନ ବାହାରେ ତେବେ ଯେଉଁଠାରୁ ମାଛ ଆସୁଛି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Reply

Your email address will not be published. Required fields are marked *