ଓଡ଼ିଶା

ମାଛିଆ ପାତକକୁ ନେଇ ମିଳିଲା ନାହିଁ ଚାରି କାନ୍ଧ, ବାପାଙ୍କ ଶବକୁ ମଶାଣିକୁ ଭାରରେ ବୋହିଲେ ପୁଅ

ତୁରୁମୁଙ୍ଗା,ତା ୧୦ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ବରଦାପାଳରେ ମୃତ୍ୟୁ ପରେ ଗାଁ ମଶାଣିକୁ ଶବଟିକୁ ନେବା ପାଇଁ ମିଳିଲାନି ଚାରିକାନ୍ଧ ଫଳରେ ମୃତ୍ୟୁର ଏକ ଦିନ ପରେ ଭାର ରେ ଶବକୁ ମଶାଣିକୁ ନେଉଥିବାର ଦୃଶ୍ୟମାନ ହୋଇଛି । ସୂଚନା ମୁତାବକ ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ଗ୍ରାମର ଦୁଃଶାସନ ବେହେରା ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ଥିଲେ । ପୁଅ ଅନେକ ଅର୍ଥ ଧାର ଉଧାର କରି କଟକ ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ କିନ୍ତୁ ସେଥିରେ ବିଫଳ ହେବା ପରେ ଘରକୁ ଫେରାଇ ଆଣିଥିଲେ । ଗତ ୩ତାରିଖ ଦିନ ଅଚାନକ ଦୁଃଶାସନଙ୍କର ବାନ୍ତି ଆରମ୍ଭ ହେବା ସହ ବାନ୍ତିରେ ପୋକ ବାହାରିଥିଲେ । ତାହାକୁ ନେଇ ପୁଅ ଗ୍ରାମର ଲୋକମାନଙ୍କୁ ଜଣାଇଥିଲେ ଓ କିଛି ସମୟ ପରେ ଦୁଃଶାସନଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମର ଲୋକମାନେ ପୋକ ପଡିବା କଥା “ମାଛିଆ ପାତକ” କହି ଶବକୁ ନଛୁଇଁବା ସହ ଏହା ଛୁଇଁଲେ ଏହା ପାପ ଲାଗିବ ବୋଲି କହିଥିଲେ । ତେଣୁ ଶବଟିକୁ ସତ୍କାର ନିମନ୍ତେ ମଶାଣିକୁ ନେବାକୁ କାନ୍ଧ ଦେଇନଥିଲେ ଫଳରେ ଶବଟିକୁ ଭାର ସାହାଯ୍ୟରେ ପୁଅ ମଶାଣିକୁ ନେଇ ସତ୍କାର କରିଛି । ଦୁଃଖର ବିଷୟ ଦୁଃଶାସନର ମୃତ୍ୟୁ ପରେ ରାତି ପାହି ସକାଳ ୯ ଟା ସମୟରେ ଶବଟିକୁ ସତ୍କାର ସମ୍ପର୍ଣ୍ଣ କରିବାକୁ ମଶାଣି କୁ ନେବା ପାଇଁ ଚାରି କାନ୍ଧ ଦେବାକୁ କେହି ସାହି ଭାଇ ବାହାରି ନଥିଲେ ଫଳରେ ପୁଅ ପ୍ରଦୀପ ବାଧ୍ୟ ହୋଇ ଶବଟିକୁ ନେବା ପାଇଁ ଭାର ବାନ୍ଧି ଦେଇନଥିଲେ । ଶୁଆକାଟି ଗ୍ରାମରୁ ଆସିଥିବା ସମ୍ପର୍କୀୟ ନା ବାଳକ ଭାଇମାନଙ୍କ ସହ ଶବଟିକୁ ଭାର ସାହାଯ୍ୟରେ ଗାଁ ମଶାଣି ରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରିଥିଲେ । ଏପରି ଘଟଣା ସାରା ବିଶ୍ବର ସଭ୍ୟ ସମାଜକୁ ନିନ୍ଦିତ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top