ଓଡ଼ିଶା

ମାଛ ଧରିବାକୁ ଯାଇ ଜଳ ଭଣ୍ଡାରରେ ଡଙ୍ଗାବୁଡି ଜଣେ ନିଖୋଜ, ଜଣେ ଉଦ୍ଧାର

ମାଲକାନଗିରି, ୧୦ା୭ (ଓଡିଆ ପୁଅ ) ମାଲକାନଗିରି ସଦରବ୍ଲକସ୍ଥ ସିନ୍ଦ୍ରିମାଳ ପଚାଂୟତ ଚମ୍ପାଖାରି ଗ୍ରାମର ଦୁଇଜଣ ବ୍ୟକ୍ତି ସତିଗୁଡା ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇଥିବା ବେଳେ ଡଙ୍ଗାବୁଡି ଜଣେ ନିଖୋଜ ହେବା ସହ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି। ଆଜି ସକାଳେ ଚମ୍ପାଖାରି ଗ୍ରାମର ପୁରୁଷୋତ୍ତମ ମାଝୀ(୫୦) ଓ ସିଙ୍ଗାବେଟୀ(୪୦) ଦୁଇଜଣ ନିକଟସ୍ଥ ସତିଗୁଡା ଜଳଭଣ୍ଡାରକୁ ମାଛ ଧରିବା ଲାଗି ଏକ ହୁଲି ଡଙ୍ଗାରେ ଯାଇଥିଲେ।ଗତ ଚାରିଦିନହେଲା ଲଗାତର ବର୍ଷା ହେବା ଯୋଗୁଁ ଜଳ ଭଣ୍ଡାରରେ ଅଧିକ ପାଣିହୋଇ ଯାଇଥିଲା।ଡଙ୍ଗାଟି ଭାରସାମ୍ୟ ହରାଇ ଜଳଭଣ୍ଡାର ମଝିରେ ବୁଡ଼ିଯାଇଥିଲା।ଡଙ୍ଗାବୁଡି ଯିବା ଦେଖି ଜଳଭଣ୍ଡାର ନିକଟରେ ଥିବା ଅନ୍ୟ ମାଛ ଧରାଳିମାନେ ପାଟିକରି ଲୋକମାନଙ୍କୁ ଡାକ ପକାଇଥିଲେ। ଜଣେ ମାଛ ଧରାଳି ସାହସର ସହିତ ଜଳଭଣ୍ଡାର ମଧ୍ୟକୁ ପହଁରି ପହଁରି ଯାଇ ସିଙ୍ଗାବେଟୀଙ୍କୁ ଉଦ୍ଧାର କରି କୁଳକୁ ଆଣି ଅନ୍ୟଜଣକୁ ଖୋଜିବା ବେଳକୁ ତାଙ୍କର କିଛି ପତା ମିଳିନଥିଲା। ଏ ସଂପର୍କରେ ମାଲକାନଗିରି ଥାନାକୁ ଜଣାଇବାପରେ ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ସଙ୍ଗେସଙ୍ଗେ ଅଗ୍ନିଶମ ବିଭାଗକୁ ଫୋନ କରି ପୁଲିସ ସଦଳ ବଳ ନେଇ ଘଟଣା ସ୍ଥଳରେ ପହଁଚିଥିଲେ। ଫୋନପାଇ ଜିଲ୍ଲା ଅଗ୍ନିଶମ ଅଧିକାରୀ ଗୁପ୍ତେଶ୍ୱର ଦାଶ, ପ୍ରଫୁଲ୍ଲ ନାୟକ, ବାଦଲ ବିଷୋୟୀ, ଜଗବନ୍ଧୁ ପଡାଲ, ଧନସିଂ ଭତ୍ରା, ଶ୍ୟାମ ସୁନ୍ଦର ପାନିୟା, ସତିଗୁଡା ଜଳଭଣ୍ଡାର ନିକଟରେ ପହଁଚି ଗ୍ରାମବାସୀମାନଙ୍କ ସହିତ ଜଳଭଣ୍ଡାରରେ ବହୁତ ଖୋଜା ଖୋଜି କରିଥିଲେ।ଜଳଭଣ୍ଡାର ମଧ୍ୟରେ ବୁଡି ଯାଇଥିବା ଡଙ୍ଗାଟିକୁ ଉଦ୍ଧାର କରିଥିବା ବେଳେ ନିଖୋଜ ପୁରଷୋତମର କିଛି ପତା ମିଳି ନଥିଲା।ଜଳଭଣ୍ଡାରରେ ଅଧିକ ଘାଷ, ଦଳ ରହିଥିବାରୁ ପୁରୁଷୋତମ ବୁଡି ଯାଇ ଦଳରେ ଲାଗିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ବର୍ଷା ହେବାସହିତ ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତା କାଲି ପୁଣିଥିରେ ଜଳଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାହେବ ବୋଲି ମାଲକାନଗିରି ଥାନା ଅଧିକାରୀ ଓ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top