ଜିଲ୍ଲା ପରିକ୍ରମା

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ କୁଆଁସ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ ପକ୍ଷରୁ ଆଜି ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା। ସଦ୍ଗୁରୁ ପରିବ୍ରାଜକାଚାର୍ଯ୍ୟ ପରମହଂସ ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ୧୩୮ତମ ଜନ୍ମ ତିଥିରେ ନୀଳାଚଳ ସାରସ୍ୱତ ସଂଘ ପୁରୀ ଦ୍ୱାରା ପରିଚାଳିତ ଭଦ୍ରକ ନିଗମାନନ୍ଦ ଆଶ୍ରମ ପକ୍ଷରୁ ଆୟୋଜିତ ଏହି ଶିବିରରେ ଭଦ୍ରକ, ବାଲେଶ୍ୱର, କଟକରୁ ଡାକ୍ତରମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ୩ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ସ୍ୱାସ୍ଥା ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରୋଗୀଙ୍କ ରକ୍ତ ପରୀକ୍ଷା ମଧ୍ୟ ମାଗଣାରେ କରାଯାଇଥିଲା। ମେଡିସିନ ବିଭାଗର ଡାକ୍ତର ପ୍ରମୋଦ କୁମାର ବେହେରା ଓ ଡାକ୍ତର ଭାଗ୍ୟଶ୍ରୀ ପଣ୍ଡା, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର କୁନ୍ତଳା କୁମାରୀ ମିଶ୍ର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଡି.ଡି. ଦାସ, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଅଶୋକ କୁମାର ଉପାଧ୍ୟାୟ ପ୍ରମୁଖ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଶ୍ରମ ପକ୍ଷରୁ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top