ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ

ସଇଁତଳା ୧-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସଇଁତଳା ବ୍ଲକ କୁଇକେଡ଼ ଗ୍ରାମ ପଞ୍ଚାୟତ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଏଫଏଚଡ଼ି ଇଣ୍ଡିଆ ଗୁଡ଼ନିଉଜ ହେଲତ କେୟାର ସର୍ଭିସ ତଥା ରେଙ୍ଗାଲି ଯୁବ ସଂଘର ମିଲତ ଅନୁକୂଲ୍ୟରେ ଏକ ଦିନିଆ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଶିବିର ପୂର୍ବରୁ ଏକ ସ୍ୱାସ୍ଥ୍ୟ ସଚେତନ ସଭା ରେଙ୍ଗାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତଥି ଭାବରେ ବିଶିଷ୍ଠ ସମାଜସେବୀ ବିଭିଷଣ ନାଗ ଓ ସମାନ୍ୟ ଅତଥି ସ୍ଥାନୀୟ ସରପଞ୍ଚଚ ପୁଷ୍ପାଞ୍ଜଳି ବଗ ସମିତି ସଭ୍ୟା ପ୍ରତିମା ସାହୁ ଡବିଲହନ ସାଗର ଯୋଗ ଦେଇ ସୁସ୍ଥ ରକ୍ଷ ସମ୍ୱନ୍ଧରେ ଅନେକ ଉପାଦେୟ ବିଷୟରେ ବର୍ଣନା କରିଥିଲେ। ଶେଷରେ ଯୁବସଂଘର ସମ୍ପାଦକ ରଞ୍ଜନ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ସଭାରେ ଆୟୋଜିତ ସୁସ୍ଥ ଚିକିତ୍ସା ଶିବିର ପ୍ରାୟ ୧୧୧ ଜଣ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଆବଶକ ଔଷଧ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଫାର୍ମାସିଷ୍ଟ ପୁରୁଷୋତ୍ତମ ସାହୁ ଡକ୍ଟର ବିଶ୍ୱଜିତ ମିଶ୍ର, ଡକ୍ଟର ସୁଜାତା ପରୀଡ଼ା, ଏଏନଏନ ଅପରାଜିତା ମିଶ୍ର, ଜୟଶ୍ରୀ ପ୍ରଧାନ, ତେଜରାଜ ନାୟକ ତଥା ସ୍ଥାନୀୟ ଯୁବକ ସାମୁଏଲ ନନ୍ଦ, ବିକ୍ରମ ନନ୍, ଭଂଜନ ନାଗ, ବରୁ ନନ୍ଦ, ଜଗବନ୍ଧୁ ନନ୍ଦ ଓ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *