ଜିଲ୍ଲା ପରିକ୍ରମା

ମାଗଣା କମ୍ପୁଟର ଟ୍ରେନିଂ ସେଣ୍ଟର ଉଦଘାଟିତ

ଭଦ୍ରକ, ୧୨ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନ୍ୟାସନ୍ୟାଲ ସ୍କିଲ ଡ଼େଭଲୋପମେଣ୍ଟ କର୍ପୋରେସନ ଦ୍ୱାରା ପରିଚାଳିତ ଭଦ୍ରକ କମ୍ପୁଟର ଏକାଡ଼େମୀ ପକ୍ଷରୁ ମାଗଣା କମ୍ପୁଟର ଶିକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ପାଢୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ମୁଖ୍ୟବକ୍ତା ଭାବେ କେଦାରପୁର ଗ୍ରାମ  ପଞ୍ଚାୟତର ସରପଞ୍ଚ ଭରତ ତ୍ରିପାଠୀ ଯୋଗଦେଇଥିବା ବେଳେ ବରେଣ୍ୟ ଅତିଥି ଭାବେ ଖଣ୍ଡତଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଶୁ ନାୟକ, ବରମପୁରର ସରପଞ୍ଚ ସୁନା ମଳିକ, ସମିତି ସଭ୍ୟ ଆନନ୍ଦ ଜେନା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ବି.ସି.ଏ ଡ଼ାଇରେକ୍ଟର ସୌମ୍ୟରଂଜନ ଲେଙ୍କା, ପରିଚାଳନା ନିଦେ୍ର୍ଦଶକ ରତିକାନ୍ତ ରାଉତ, ସେଣ୍ଟର ମ୍ୟାନେଜର ତଥା ସମ୍ପାଦକ ଜଗତଜ୍ୟୋତି ପାଢୀ, ସ୍ୱେଚ୍ଛାସେବୀ ଦିବାକର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଡ଼ିଜିଟାଲ ଯୁଗରେ କମ୍ପୁଟର ଶିକ୍ଷା ପ୍ରତ୍ୟେକ ଛାତ୍ରଛାତ୍ରୀ ତଥା ଯୁବପିଢୀଙ୍କ ପାଇଁ ନିତ୍ୟାନ୍ତ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ଏହି ସଂସ୍ଥା ୩ ମାସ ଯାଏଁ କମ୍ପୁଟର ଓ ଟେଲରିଂ ଶିକ୍ଷା ମାଗଣାରେ କରିବାକୁ ସୂଚନା ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top