ମାକ୍ରୋୱେବ୍ ଟେକ୍ନୋଲୋଜିରେ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକସ୍ଥିତ ମାକ୍ରୋୱେବ୍ ଟେକ୍ନୋଲୋଜିରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ନରୋତ୍ତମ ବେହେରା ଯୋଗଦାନ କରି ତି୍ରରଙ୍ଗା ପତାକା ଉତ୍ତୋଳନ କରିବା ସହ ଦେଶ ସ୍ୱାଧୀନତାରେ ଭଦ୍ରକର ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ଅନୁଷ୍ଠାନର ପରିଚାଳନା ନିଦେ୍ର୍ଦଶକ ମନୋଜ କୁମାର ରାୟ  ମୁଖ୍ୟବକ୍ତା  ଭାବେ ଯୋଗଦେଇ ଦେଶର ପ୍ରଗତିରେ ଛାତ୍ରଛାତ୍ରୀଙ୍କର କର୍ତ୍ତବ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।   ନିଦେ୍ର୍ଦଶିକା ନମ୍ରତା ସିକ୍ଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ସରମିତା ମଲ୍ଲିକ, ସ୍ନିଗ୍ଧାରାଣୀ ବାରିକ, ଶ୍ରୀଲକ୍ଷ୍ମୀ ରାଉତ, ସ୍ୱପ୍ନାରାଣୀ ରାଉତ, ଆକାଶ ରଂଜନ ରାଉତରାୟ, ପ୍ରଦୁ୍ୟମ୍ନ କୁମାର ସାହା, ଶୁଭେନ୍ଦୁ ଦାସ, ଇସିତା ରାୟ ପ୍ରମୁଖ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *