ad
ଅପରାଧ

ମା’କୁମାଡ ମାରିଥିବା ପୁଅ ଭୋଗିବାକୁ ପଡିଲା ଜେଲ ଦଣ୍ଡ

ଭୁବନେଶ୍ୱର/ପାରିପଦା-୧ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମା’ କୁ କାଠଫାଳିଆରେ ମାଡମାରି ନିଜର ମରଦ ପଣିଆ ଦେଖାଇଥିବା ପୁଅକୁ ପୁଲିସର ରେକର୍ଡ ଓ ସାକ୍ଷୀ ମାନଙ୍କ ବୟାନକୁ ଆଧାର କରି ଆସିଷ୍ଟାଣ୍ଡ ସେସନ୍ ଜଜ ଆଜି ଅଭିଯୁକ୍ତ ପୁଅକୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାନ୍ଦୁଆ ଥାନା ପୁରୁଣାଡିହି ଗ୍ରାମର ଧିରାଇ ନିଜ ମାକୁ ନୃଶଂସ ଭାବେ ଏକ କାଠଫାଳିଆରେ ମାଡ ମାରି ଗୁରୁତର କରିଦେଇଥିଲା। ଏପରି ଘଟଣା ପରିବାର ଲୋକଙ୍କ ଉପସ୍ତିତିରେ ଘଟିଥିଲେ ହେଁ ପୁଅର ଉଗ୍ର ରୁପ କୁ କେହି ଭୟରେ ସାମ୍ନା କରିପାରିନଥିଲେ ପରେ ମାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭରି କରି ଥାନାରେ ଖବର କରିଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆସାମିକୁ ଗିରଫ କରି କେର୍ଟ ଚାଲାଣ କରିଥିଲା। ଉକ୍ତ ଘଟଣାକୁ ବିଚାର କରି ଆଜି ଆସିଷ୍ଟାଣ୍ଡ ସେସନ୍ ଜଜ ଅଭିଯୁକ୍ତ ପୁଅକୁ ୪ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୫୦୦ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top