ମାଓ ଗଡରେ ମାଓ ବିରୋଧି ପୋଷ୍ଟର

ମାଲକାନଗିରି, ୨୬ା୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ଦିନକୁ ଦିନ ଅଧିକ ସକ୍ରୀୟ ହୋଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଅନେକ ଧନଜୀବନ ନଷ୍ଠ କରୁଥିବା ବେଳେ ସେମାନଙ୍କ କାର୍ଯ୍ୟକୁ ବିରୋଧ କରି ଗତ ଦୁଇ ଦିନହେଲା ମାଓଗଡରେ ମାଓବାଦୀଙ୍କ ବିରୋଧରେ ପୋଷ୍ଟର ଲଗାଯାଇ ଥିବାର ଦେଖିବାକୁ ମିଳିଛି। ମାଓବାଦୀ ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦକର, ନକ୍ସଲଙ୍କ ପାଇଁ କାନ୍ଦୁଛି ବିଛିନ୍ନାଚଂଳ, ମାଓବାଦୀଙ୍କ ସ୍ୱର୍ଗପାଲଟିଥିବା ବିଚିନ୍ନାଚଂଳ ସାଧରଣ ଲୋକଙ୍କ ପାଇଁ ନର୍କ ପାଲଟିଛି, ଆଦିବାସୀଙ୍କ ପିଲାଙ୍କୁ ପାଠପଢା ମନା ମାଓବାଦୀଙ୍କ ପିଲା ଡାକ୍ତର, ଇଜଂନିୟର ହେବା ପାଇଁ ଚାନ୍ଦା ଆଦାୟକୁ ବନ୍ଦ କର, ବିଛିନ୍ନାଚଂଳରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ବାଧା ସୃଷ୍ଟି କରୁଥିବା ଓ ପୁଲିସ ସୂଚନା ଦାତା କହି ନିରିହ ଆଦିବାସୀଙ୍କୁ ହତ୍ୟା କରୁଥିବା ମାଓବାଦୀଙ୍କୁ ଉପଯୁକ୍ତ ଜବାବ ଦିଅ, ବିଛିନ୍ନାଚଂଳରେ ଗଜେଂଇ ବେପାର ବନ୍ଦକର, ନୀରିହ ଆଦିବାସୀଙ୍କ ଉପରେ ଶୋଷଣ ନିର୍ଯ୍ୟାତନା ବନ୍ଦ କର, ଦେଶଦ୍ରୋହୀ ବିକାଶ ବିରୋଧରେ ଆଦିବାସୀ ହତ୍ୟାକାରୀ ନକ୍ସଲଙ୍କ ବିରୋଧରେ ଏକାଠି ହୁଅନ୍ତୁ, ହିଂସା ମୁକ୍ତ ଓଡିଶା ଅଭିଯାନ, ନକ୍ସଲମୁକ୍ତ ଓଡିଶା, ଶକ୍ତିଶାଳୀ ଓ ବିକଶିତ ଓଡିଶା, ଆବାହକ ଭାରତ ଭୂଷଣ ବୋଲି ଲେଖା ଥାଇ ଜିଲ୍ଲାର ବିଭିନ୍ନ ମାଓପ୍ରବଣ ଅଚଂଳରେ ପୋଷ୍ଟର ମାନ ଲଗାଯାଇଥିବାର ଜଣାପଡିଛି। ଜିଲ୍ଲାରେ ଅନେକ ସୟରେ ପୁଲିସ ଓ ସରକାରଙ୍କ ବିରୋଧରେ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଲାଗାଯାଉ ଥିବାବେଳେ ଏବେ ମାଓବାଦୀଙ୍କ ଅତ୍ୟାଚାର ଶୋଷଣ ବିରୋଧରେ ପୋଷ୍ଟର ଲାଗାଯିବା ଘଟଣାକୁ ମାଓପ୍ରବଣ ଅଚଂଳର ନିର୍ଯ୍ୟାତିତ ଗ୍ରାମବାସୀମାନେ ସ୍ବାଗତ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *