ମାଓବାଦୀ ବିରୋଧରେ ମାତିଲେ ଜନତା, କାନ୍ଥବାଡରେ ମାଓବିରୋଧୀ ପୋଷ୍ଟରଲଗାଇ ପ୍ରତିବାଦ ଜଣାଇଲେ

ମାଲକାନଗିରି, ୮ା୪ (ଓଡିଆ ପୁଅ ) ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରିଣ ଅଚଂଳର ଜନତା ମାଓବାଦୀଙ୍କ ବିରୋଧରେ ମାତିଉଠିଛନ୍ତି।ବିଭିନ୍ନ ମାଓପ୍ରବଣ ଅଚଂଳରେ ମାଓବିରୋଧୀ ପୋଷ୍ଟର ଲଗାଯାଇଥିବାର ଦେଖିବାକୁ ମିଳିଛି।ବିଶେଷକରି କାଲିମେଳା, ପଡିଆ ଅଚଂଳରେ ସଂପୂର୍ଣ୍ଣ ହିଂସାମୁକ୍ତ ଅଭିଯାନ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଗତ ମାସକ ତଳେ ମାଲକାନଗିରି ଜିଲ୍ଲାରୁ ପ୍ରଥମଥରକରି ହାଇଦ୍ରାବାଦକୁ ଯାଉଥିବା ବସଟିର ଚିତ୍ର ଓ ମାଓବାଦୀ ମାନେ ପୋଡିଦେଇଥିବା ବସର ଚିତ୍ରସହିତ ଏହି ପୋଷ୍ଟରରେ ଉଲେଖ୍ୟରହିଛି ସୀମାନ୍ତ ସୁକମାଜିଲ୍ଲା କୋଟାଂ ଠାରେ ମାଓବାଦୀ ମାନେ ବସଗୁଡିକୁ ପୋଡି ଦେଇ କି ଲାଭପାଇଲେ, ବହୁଦିନପରେ ମାଲକାନଗିରି ଜିଲ୍ଲାବାସୀ ସିଧାୀସଳଖ ଭାବେ ହାଇଦ୍ରାବାଦକୁ ଯିବାପାଇଁ ଘରୋଇବସଟିଏ ପଡିଥିଲା, ତାହା ପୋଡିଦେବା ପରେ ମାଲକାନଗିରି ଜିଲ୍ଲାବସୀଙ୍କ ସ୍ୱପ୍ନ ଅଧୁରା ରହିଗଲା। ରାତ୍ର ଅଧରେ ଜଙ୍ଗଲରେ ମହିଳା ଓ ଶିଶୁ ମାନଙ୍କୁ ଓହ୍ଲାଇଦେଇ ବସରେ ନିଆଁ ଲଗାଇବା ଘଟଣା ଅତ୍ୟନ୍ତ ନିନ୍ଦନିୟ ବୋଲି ଉଲେଖ୍ୟରହିଛି।

Leave a Reply

Your email address will not be published. Required fields are marked *