ଅପରାଧ

ମାଓବାଦୀ ନାଁ ରେ ଟଙ୍କା ଲୁଟ – ବନ୍ଧୁକ ଓ ଡିଟୋନିଟର ସହ ଟଙ୍କା ଜବତ

ଦେବଗଡ ୮-୨ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଥାନା ଅନ୍ତର୍ଗତ ଛୁରିଆବାହାଳ ନିକଟରେ ଓରିଆଲ ଷ୍ଟ୍ରକଚରାଲ କଂପାନୀ କ୍ଯାମ୍ପରୁ ମାଓବାଦୀ ପରିଚୟ ଦେଇ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥିବା ଘଟଣାରେ ଦେବଗଡ ପୋଲିସ ଉକ୍ତ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ତାଙ୍କ ଠାରୁ ନଗଦ ୭୦ ହଜାର ଟଙ୍କା ଗୋଟିଏ ବନ୍ଧୁକ ୪ଟି ମୋବାଇଲ ଫୋନ ଓ ଡିଟୋନିଟର ଜବତ କରିଛି।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ର ମହୁଲପାଳି ଅଞ୍ଚଳର ରାଜୀବ ଛତ୍ରିଆ (୨୮), କୁଚିଣ୍ଡାର ଅନିଲ ପଲେଇ (୨୨), ମହୁଲପାଳିର ପୁରୋହିତ ରନବିଡା (୨୦), ଡିମରିମୁଣ୍ଡା ଗ୍ରାମର ତନ୍ମୟ ବେହେରା କୁ ଗିରଫ କରାଯାଇଛି।ଆଉ ବାକି ୩ଜଣ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଦେବଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଲେମାନ ଏକ୍କା ପ୍ରକାଶ କରିଛନ୍ତି।ସୂଚନାରୁ ପ୍ରକାଶ ଯେ, ୩ଜାନୁଆରୀ ଦିନ କେତେକ ଦୁର୍ବୃତ୍ତ ନିଜକୁ ମାଓବାଦୀର ପିଚ୍ ଦେଇ ନିର୍ମାଣକାରୀ ସଂସ୍ଥାର ମ୍ଯାନେଜରକୁ ଟଙ୍କା ମାଗିଥିଲେ।କିନ୍ତୁ ନିର୍ମାଣକାରୀ ସଂସ୍ଥାର ମ୍ଯାନେଜର ଏହି କଥାକୁ ଗୁରୁତ୍ବ ସହକାରେ ନେଇଥିଲେ।କିନ୍ତୁ ୧୩ତାରିଖ ରାତିରେ ୭ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଉକ୍ତ କଂପାନୀର କ୍ଯାମ୍ପରେ ପଶି ବନ୍ଧୁକ ମୁନରେ ମ୍ଯାନେଜର ଠାରୁ ୨ଲକ୍ଷ ଲୁଟି ନେଇଥିଲେ।କିନ୍ତୁ କଂପାନୀ ମ୍ଯାନେଜର ଭୟଭିତହୋଇ ଏହି କଥା କୁ କାହାକୁ ଜଣାଇଥିଲେ।ଏନେଇ ୧୬ତାରିଖ ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏନେଇ ଦେବଗଡ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ।ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଥାନାରେ ଭାରପ୍ରାପ୍ତ ଅଧିକାରୀ ଆଶିଷ କୁମାର ଜେନା ମଧ୍ଯ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top