ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ, ଆଟିଂଲ୍ୟାଣ୍ଡ ମାଇନଗାଡି ଧ୍ୱସଂ:୯ ଯବାନ ସହିଦ,୬ ଯବାନ ଆହତ

ମାଲକାନଗିରି,୧୩ା୩ (ଓଡିଆ ପୁଅ) ସୀମାନ୍ତରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଆଟିଂଲ୍ୟଣ୍ଡମାଇନ ଗାଡି ଧ୍ୱସଂ ହୋଇ ସେଥିରେ ବସିଥିବା ୯ଜଣ ଯବାନ ସହିଦ ହେବା ସହିତ ୬ଜଣ ଯବାନ ଆହତ ହୋଇଥିବା ବେଳେ ୪ ଗୁରୁତର ଥିବାର ଜଣାପଡିଛି। ଆଜି ସକାଳେ ସୀମାନ୍ତ ସୁକୁମା ଜିଲ୍ଲାସ୍ଥ କିସ୍ତିରାମ ପାଲୁଡି ଜଙ୍ଗଲରେ ସିଆରପିଏଫ ଯବାନ ମାନେ କମ୍ବିଂ ଅପରେସନ ରେ ଯାଇଥିଲେ। ଆଗରୁ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ରାସ୍ତା ମଝିରେ ଲ୍ୟାଣ୍ଡମାଇନ ପୋତିଥିଲେ। ସେହି ରାସ୍ତାରେ ସିଆରିପିଏଫ ଯବାନ ଙ୍କ ଆଟିଂଲ୍ୟଣ୍ଡମାଇନ ଗାଡିଟି ପହଁଚିଲା ପରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ, ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଗାଡିଟି ୫ଫୁଟ ଉପକୁ ଉଠି ଯାଇ ଖଣ୍ଡବିଖଣ୍ଡିତ ହୋଇ ଅନେକ ଦୂରକୁ ଛିଟିକି ପଡିଥିଲା। ସେହି ବିସ୍ପୋରଣରେ ଗାଡିରେ ଥିବା ଯବାନ ମାନେ ଦୂରକୁ ଛିଟିକିପଡି ଥିଲେ, ଘଟଣାସ୍ଥଳରେ ୯ଜଣ ଯବାନ ସହିଦ ହେବା ସହିତ ୬ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ବିସ୍ପୋରଣ ପରେ ମାଓବାଦୀମାନେ ଯବାନ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ, ତାର ପାଲଟା ଜବାବରେ ଯବାନ ମାନେ ମଧ୍ୟଗୁଳି ଚାଳନା କରିଥିଲେ। ଘଟଣା ସ୍ଥଳରେ ଅଧିକ ଯବାନ ପହଁଚି ସତର୍କତାର ସହିତ ମୃତ ଆହତ ଯବାନଙ୍କୁ ସେ ସ୍ଥାନରୁ ଉଠାଇ ନେଇ ସେହି ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ କରି ଦେଇଛନ୍ତି। ଦୁଇଟି ସ୍ୱତନ୍ତ୍ର ହେଲେକେପ୍ଟର ଯୋଗେ ଆହତ ଯବାନଙ୍କୁ ରାଇପୁର ହସପିଟାଲରେ ଭର୍ତି କରି ଚିକିତ୍ସା ଆରମ୍ଭ କରାଯାଇଛି। ସୁଚନା ଯୋଗ୍ୟ ଯେ ହୋଲିଉତ୍ସବ ସମୟରେ ଛତିଶଗଡ ତେଲାଙ୍ଗାନା ସୀମାରେ ଯବାନମାନଙ୍କ ଆକ୍ରମଣରେ ୧୦ଜଣ କ୍ୟାର୍ଡର ମାଓବାଦୀଙ୍କର ମୃତ୍ୟୁ ଘଟିଥିଲା।ସେହି ଘଟଣାର ପ୍ରତି ଶୋଧନେବା ପାଇଁ ଗତ ୫ ତାରିଖରେ ମାଓବାଦୀ ମାନେ ଧର୍ନାପାଲ ଠାରେ ୪ଟି ବସ ୨ଟି ଟ୍ରକରେ ନିଆଁ ଲଗାଇ ପୋଡି ଦେଇଥିଲେ। ସେଥିରେ ସେମାନଙ୍କ ମନ ମାନିଲା ନାହିଁ କିସ୍ତିରାମ ପାଲୁଡି ଜଙ୍ଗଲରେ ୨୦୦ ରୁ ଉର୍ଦ୍ଦ ମାଓବାଦୀମାନେ ଯବାନ ମାନଙ୍କୁ ଟାର୍ଗେଟ କରି ଆମ୍ବୁସ ଲଗାଇ ଛକି ରହିଥିଲେ। ଆଜି ସକାଳେ ସୁକମା ଜିଲ୍ଲା ସିଆରପିଏଫ କ୍ୟାମ୍ପରୁ ଏକ ଆଟିଂ ଲ୍ୟାଣ୍ଡମାଇନ ଗାଡି ଯୋଗେ ଯବାନମାନେ କିସ୍ତିରାମ ଅଚଂଳକୁ ସର୍ଚ ଅପରେସନରେ ଯାଇ ଫେରୁଥିବା ସମୟରେ ପାଲୁଡି ଜଙ୍ଗଲ ରାସ୍ତାରେ ମାଓବାଦୀଙ୍କ ଆମ୍ବୁସରେ ପଡିଯାଇଥିଲେ। ସହୀଦ ଯବାନ ମାନଙ୍କ ମଧ୍ୟରେ ଜଣେ ଏଏସଆଇ ଓ ହେର୍ଡକନେଷ୍ଟବଳ ଥିବା ବେଳେ ଅନ୍ୟ ୭ ଜଣ କନେଷ୍ଟବଳ ଥିବାର ଜଣାପଡିଛି। ସହିଦ ଯବାନ ମାନେ ହେଲେ ଏଏସଆଇ ଆରକେ ଏସ ତୋମାର, ହେଡ଼ କନେଷ୍ଟବଳ ଲକ୍ଷ୍ଣ, କନେଷ୍ଟବଳ ମନୋରଜଂନ ଲେଙ୍କା, ଜିତେନ୍ଦ୍ର ସିଂ, ସୋଭିତ ଶର୍ମା, ମନୋଜସିଂ, ଧର୍ମନ୍ଦ୍ର ସିଂ, ଚନ୍ଦ୍ର ଏଚ ଏସ, ସହିଦ ଯବାନ ଙ୍କ ମଧ୍ୟରେ ଜଣେ ଓଡିଆ ଯବାନ ଅଛନ୍ତି। ତାଙ୍କ ନାମ ମନୋରଜଂନ ଲେଙ୍କା। ରାଇପୁର ଠାରେ ସିଆରପିଏଫ ଡିଜି, ଆଇଜି ଓ ଉଚ୍ଚପୁଲିସ ଅଧିକାରୀ ପହଁଚି ସହିଦଙ୍କୁ ସଲାମ ଜଣାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅପର ପକ୍ଷରେ ଏହା ମାଲକାନଗିରି ଜିଲ୍ଲାସୀମାନ୍ତରେ ହୋଇଥିବାରୁ ମାଲକାନଗିରି ଜିଲ୍ଲାପୁଲିସ ପକ୍ଷରୁ ସୀମାନ୍ତବର୍ତି ଅଚଂଳ ସିଲକରି କମ୍ବିଂଅପରେସନ ସହିତ ଯାନବାହନ ଗୁଡିକ ବ୍ୟାପକ ଖାନତଲାସି କରିବାସହ ଜିଲ୍ଲାରେ ହାଇଆଲର୍ଟ ଜାରିକରିଛନ୍ତି।

 

Leave a Reply

Your email address will not be published. Required fields are marked *