ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣରେ ଯବାନ ଆହତ

ମାଲକାନଗିରି, ୧୩-୧୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚିନ୍ନାଞ୍ଚଳରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ଆହତ ହୋଇଥିବାର ଜଣାପଡିଛି। ଚିତ୍ରକୋଣ୍ଡା ଜଳଭଣ୍ଡାରର ଅପର ପାର୍ଶ୍ୱରେ ଥିବା ଜନ୍ତପାଇ ଗ୍ରାମ ଜଙ୍ଗଲରେ କୋବ୍ରା ବାହିନୀ ସର୍ଚ୍ଚ ଅପରେସନ କରୁଥିବା ସମୟରେ ଜବାନମାନଙ୍କୁ ଟାର୍ଗେଟ କରି ମାଓବାଦୀ ପୋତିଥିବା ଲ୍ୟାଣ୍ଡମାଇନ୍ ବିସ୍ପୋରଣ ହୋଇଥିଲା। ଏହି ବିସ୍ପୋରଣରେ ରାଜା ନାମକ ଜଣେ କୋବ୍ରା ବାହିନୀ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ସଂଗେ ସଂଗେ ଜାନବାଇ ବିଏସଏଫ କ୍ୟାମ୍ପ କୁ ନେବା ପରେ ମାଲକାନଗିରି ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ଘଟଣା ସ୍ଥଳରେ ଯବାନମାନଙ୍କ ଦ୍ୱାରା କୁମ୍ବିଙ୍ଗି ଅପରେସନ ଚାଲିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *